ଭୋଟ୍‌ ଦେବା ପରେ ମୋଦୀ କାଖକୁ ଟେକି ନେଇଥିବା ଏହି କୁନି ଝିଅଟି କିଏ?

Advertisment
ଭୋଟ୍‌ ଦେବା ପରେ ମୋଦୀ କାଖକୁ ଟେକି ନେଇଥିବା ଏହି କୁନି ଝିଅଟି କିଏ?

(Image: Reuters)

ଅହମ୍ମଦାବାଦ୍‌: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସକାଳୁ ସକାଳୁ ମତଦାନ କରିବାକୁ ଅହମ୍ମଦାବାଦ୍‌ରେ ପହଞ୍ଚିଥଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ମତଦାନ କରିବା ପରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ସିଧା ଆସି କେନ୍ଦ୍ରାପଡ଼ାରେ ପହଞ୍ଚି ଯାଇଥିଲେ।

ଭୋଟ୍‌ ଦେବା ପରେ ମୋଦୀ ଦେଶର ନାଗରିକମାନଙ୍କୁ ବହୁଳ ସଂଖ୍ୟାରେ ଭୋଟ୍‌ ଦେଇ ନିଜ ଦାୟିତ୍ୱ ତୁଲାଇବାକୁ ଅନୁରୋଧ କରିଥିଲେ। ମୋଦୀ ମତଦାନ କରିବା ପରେ ପୁଣି ଥରେ ଆତଙ୍କବାଦୀଙ୍କ ପ୍ରସଂଗ ଦୋହରାଇ ଥିଲେ। ଆତଙ୍କବାଦୀଙ୍କ ଅସ୍ତ୍ର ଆଇଇଡି ଓ ଗଣତନ୍ତ୍ରର ଶକ୍ତି ଭୋଟର ଆଇଡି ବୋଲି କହିଥିଲେ।

ମାତ୍ର ସେ ସମୟରେ ମୋଦୀଙ୍କ କାଖରେ ଦେଖିବାକୁ ମିଳିଥିଲା ଏକ କୁନି ଝିଅ। ମୋଦୀଙ୍କ କାଖରେ ସେଇ କୁନି ଝିଅଟି କିଏ ବୋଲି ଆପଣଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇ ସାରିବଣି ନିଶ୍ଚୟ। ତେବେ, ଆପଣଙ୍କୁ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମୋଦୀଙ୍କ କାଖରେ ଥିବା ଏହି କୁନି ଝିଅଟି ହେଉଛି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନାତୁଣୀ।

ମୋଦୀ ଅହମ୍ମଦାବାଦ୍‌ରେ ଭୋଟ୍‌ ଦେବାକୁ ଗଲା ବେଳେ ତାଙ୍କ ସହ ଅମିତ ଶାହା ବି ନଜର ଆସିଥିଲେ। ଶାହାଙ୍କ ସହ ଆସିଥିବା ତାଙ୍କ କୁନି ନାତୁଣୀଙ୍କୁ ଶ୍ରଦ୍ଧାରେ କାଖକୁ ଉଠାଇ ନେଇଥିଲେ ମୋଦୀ। ମୋଦୀଙ୍କ ସହ ଏହି ଗୁଲୁଗୁଲିଆ ଛୁଆଟିର ଫଟୋ ଏବେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe