ଏହି ବ୍ୟାଙ୍କ ଅଧିକାରୀ ୩୨ବର୍ଷ ପର୍ଯ୍ୟନ୍ତ ମୋଦିଙ୍କୁ କାହିଁକି ଖୋଜୁଥିଲେ ଜାଣନ୍ତୁ

Advertisment
ଏହି ବ୍ୟାଙ୍କ ଅଧିକାରୀ ୩୨ବର୍ଷ ପର୍ଯ୍ୟନ୍ତ ମୋଦିଙ୍କୁ କାହିଁକି ଖୋଜୁଥିଲେ ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ସେବାର ଗତ ଶନିବୋର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦି ନିଜ ଜୀବନ ସହିତ ଜଡ଼ିତ ଏକ ମଜାଦାର କଥା କହିଥିଲେ।

ମୋଦି କହିଥିଲେ, ବ୍ୟାଙ୍କ ଖାତା ବନ୍ଦ କରିବାକୁ ଜଣେ ବ୍ୟାଙ୍କ କର୍ମଚାରୀ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଖୋଜିଥିଲେ। ବିଧାୟକ ବନିବା ପୂର୍ବରୁ ତାଙ୍କ ପାଖରେ କୌଣସି ଅପରେସ୍‌ନାଲ ବ୍ୟାଙ୍କ୍‌ ଖାତା (ଯେଉଁଥିରେ ଲେଣଦେଣ ହେଉ ଥାଏ) ନଥିଲା, କାରଣ ସେ ସମୟରେ ସେତିକି ଅର୍ଥ ବି ନଥିଲା।

publive-image

ମୋଦି ନିଜର ସ୍କୁଲ ସମୟକୁ ମନେ ପକାଇ କହନ୍ତି, ସେହି ସମୟରେ ଡେନା ବ୍ୟାଙ୍କ ଏକ ଯୋଜନାର ଶୁଭାରମ୍ଭ କରିଥିଲା। ଯାହା ଜରିଆରେ ସ୍କୁଲପିଲାମାନଙ୍କୁ ଏକ କୁମ୍ପି ଦିଆଯାଇ ସେମାନଙ୍କ ଜମାଖାତା ଖୋଲା ଯାଉଥିଲା। ବ୍ୟାଙ୍କ କର୍ମଚାରୀ ମୋତେ ବି ଏକ କୁମ୍ପି ଦେଇଥିଲେ ଓ ମୋର ଜମା ଖାତା ଖୋଲି ଦେଇଥିଲେ। ମୋର ସେହି କୁମ୍ପି ସବୁବେଳେ ଖାଲି ରହୁଥିଲା। କିଛିଦିନ ପରେ ମୁଁ ଗ୍ରାମ ଛାଡ଼ି ଦେଇଥିଲି। ବ୍ୟାଙ୍କରେ ଖାଲି ପଡ଼ିଥିବା ଜମା ଖାତାକୁ ଅଧିକାରୀ ସେମିତି ପ୍ରତିବର୍ଷ ଆଗକୁ ବଢ଼ାଇ ନିଅନ୍ତି। ଶେଷରେ ବ୍ୟାଙ୍କ ଅଧିକାରୀ ଏହି ଜମା ଖାତା ବନ୍ଦ କରିବା ପାଇଁ ମୋତେ ଅନେକ ଖୋଜିଥିଲେ। ୩୨ବର୍ଷ ପରେ ବ୍ୟାଙ୍କ କର୍ମଚାରୀ ମୋତେ ଖୋଜି ବାହାର କରିଥିଲେ ଏବଂ ଖାତା ବନ୍ଦ କରିବା ପାଇଁ ସମ୍ପର୍କ କରିଥିଲେ। ୩୨ବର୍ଷ ପରେ ବ୍ୟାଙ୍କ କର୍ମଚାରୀ ଯେତେବେଳେ ଜାଣିଲେ ମୁଁ ଏକ ଖାସ୍‌ ସ୍ଥାନରେ ଅଛନ୍ତି ସେ ଚମକି ପଡ଼ିଥିେଏ। ମୋ ପାଖକୁ ଆସି ବ୍ୟାଙ୍କ ଅଧକାରୀ କହିଥିଲେ, ଦୟାକରି ହସ୍ତାକ୍ଷର କରି ଦିଅନ୍ତୁ, ମୋତେ ଆପଣଙ୍କ ବ୍ୟାଙ୍କ ଖାତା ବନ୍ଦ କରିବାର ଅଛି। ଗୁଜୁରାଟରେ ବିଧାୟକ ବନିବା ପରେ ବେତନ ମିଳିଥିଲା। ଏହା ପରେ ମୁଁ ଜମାଖାତା ଖୋଲି ଥିଲି।

publive-image

ଉଲ୍ଲେଖଯୋଗ୍ୟ, ସାଧାରଣ ଲୋକଙ୍କୁ ଆର୍ଥିକ ସେବା ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଖାତା ଯୋଜନା ଆରମ୍ଭ ହେବାର ପ୍ରାୟ ୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ବହୁପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି) ସେବାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ରେ ପ୍ରଧାନମନ୍ତ୍ରୀ ଏହି ସେବାର ଆରମ୍ଭ କରିଛନ୍ତି। ଡାକ ବିଭାଗର ବିଶାଳ ନେଟଓ୍ଵାର୍କ ମାଧ୍ୟମରେ ସାଧାରଣ ଲୋକେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ୍‌ ସେବା ଏହାଦ୍ୱାରା ପାଇପାରିବେ। ଦେଶର ୬୫୦ ଡାକଘରେ ଏବଂ ୩୨୫୦ଟି ଆକ୍ସେସ ପଏଣ୍ଟରେ ଏହି ସେବା ଆରମ୍ଭ କରାଯାଇଛି। ଏତଦ ବ୍ୟତୀତ ୧୧ ହଜାର ପୋଷ୍ଟମ୍ୟାନ ଲୋକଙ୍କୁ ସେମାନଙ୍କ ଘରେ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe