ପୋଲାଣ୍ଡରେ ପ୍ରଥମ: ଜଣେ ମାଆ ଗର୍ଭରୁ ଏକାଥରକେ ଜନ୍ମ ନେଲେ ୬ ଶିଶୁ, ପୂର୍ବରୁ ଏକ ପୁତ୍ର ଥିଲା

Advertisment
ପୋଲାଣ୍ଡରେ ପ୍ରଥମ: ଜଣେ ମାଆ ଗର୍ଭରୁ ଏକାଥରକେ ଜନ୍ମ ନେଲେ ୬ ଶିଶୁ, ପୂର୍ବରୁ ଏକ ପୁତ୍ର ଥିଲା

କ୍ରାକୋ: ପୋଲାଣ୍ଡର ଜଣେ ମହିଳା ଏକା ଥରକେ ସଫଳତାର ସହ ୬ ଜଣ ପିଲାଙ୍କୁ ଜନ୍ମ ଦେଇଛନ୍ତି। ସୋମବାର କ୍ରାକୋ ୟୁନିଭରସିଟି ହସ୍ପିଟାଲ୍‌ରେ ଜନ୍ମ ଲାଭ କରିଥିବା ଏହି ୬ ଶିଶୁଙ୍କ ଓଜନ ପ୍ରାୟତଃ ୧ କିଲୋଗ୍ରାମ ରହିଛି ବୋଲି ହସ୍ପିଟାଲ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ମହିଳାଙ୍କ ଗର୍ଭରୁ ୪ଟି ଶିଶୁ କନ୍ୟା ଓ ୨ଟି ଶିଶୁ ପୁତ୍ର ଜନ୍ମ ଲାଭ କରିଛନ୍ତି। ସେମାନଙ୍କ ଓଜନ ୮୯୦ ଗ୍ରାମରୁ ୧.୩ କିଲୋଗ୍ରାମ ଭିତରେ ରହିଛି। ୨୯ ସପ୍ତାହ ଗର୍ଭବତୀ ରହିବା ପରେ ମହିଳାଙ୍କର ଅପରେସନ୍ କରି ଏହି ପିଲାମାନଙ୍କ ପ୍ରସବ କରାଯାଇଛି।

ମହିଳାଙ୍କ ପୂର୍ବରୁ ୨ ବର୍ଷର ଏକ ଶିଶୁ ପୁତ୍ର ଥିଲା। ସେ ଏକାଥରରେ ୬ ଜଣ ପିଲାଙ୍କୁ ଜନ୍ମ ଦେଇ ବେଶ୍‌ ଖୁସି ଅଛନ୍ତି। ମହିଳାଙ୍କ ଏପରି ପ୍ରସବ ନିହାତି ଭାବେ ବିରଳ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ବିଶ୍ୱର ଅନ୍ୟ ସ୍ଥାନରେ ୬ବା ତଦୃର୍ଧ୍ୱ ଶିଶୁ ଗୋଟିଏ ମାଆ ପେଟରୁ ଏକା ସହ ଜନ୍ମ ଲାଭ କରି ସାରିଥିଲେ ବି ପୋଲାଣ୍ଡ୍‌ରେ ଏହି ଘଟଣା ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe