ଇତି ଊଣେଇଶ : ବଦଳିଗଲେ ପୁଲିସ ଡିଜି

Advertisment

ସହିଦନଗର ଥାନାରୁ ଆରମ୍ଭ ହେଲା ମୋ’ ସରକାର

ସହିଦନଗର ଥାନାରୁ ଆରମ୍ଭ ହେଲା ମୋ’ ସରକାର

ପିପିଲି ହାଜତ ନିର୍ଯାତନା ମାମଲା, ଡିଜିଙ୍କୁ ରିପୋର୍ଟ ତଲବ

‌ ଅକ୍ଟୋବର ୨ ତାରିଖ ତଥା ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିଲା ମୋ’ ସରକାର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବରର ସହିଦନଗର ଥାନାରୁ ଆରମ୍ଭ ହୋଇଥିଲା ମୋ’ ସରକାର କାର୍ଯ୍ୟକ୍ରମ। ଏହା ପରେ ପରେ ବିଭିନ୍ନ ପର୍ଯ୍ୟାୟରେ ପୁଲିସ ଡିଜି, ପୁଲିସ କମିସନର, ରେଞ୍ଚ ଆଇଜି, ଡିଆଇଜି, ଡିସିପି ଓ ଏସ୍‌ପିମାନେ ସିଧା ସଳଖ ଅଭିଯୋଗକାରୀଙ୍କ ସହିତ କଥା ହୋଇ ସେମାନଙ୍କ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଅଭିଯୋଗକାରୀଙ୍କୁ କେତେକ ପ୍ରଶ୍ନ ପଚରା ଯାଇଥିଲା। ପ୍ରଶ୍ନର ଉତ୍ତର ଅନୁଯାୟୀ ତଦନ୍ତକାରୀ ଅଫିସର ଓ ଇନ୍ସପେକ୍ଟରମାନଙ୍କୁ ମାର୍କ ମିଳିଥିଲା। ଏହି ପ୍ରଶ୍ନ ଉତ୍ତରକୁ ଆଧାର କରି ସାରା ରାଜ୍ୟରେ ଏକାଧିକ ପୁଲିସ ଅଧିକାରୀଙ୍କ ବଦଳି, ନିଲମ୍ବିତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ପାଖାପାଖି ୫୦ରୁ ଅଧିକ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମୋ’ ସରକାର ଦ୍ବାରା ଅନେକ ଅଭିଯୋଗକାରୀ ଥାନା ନ୍ୟାୟ ପାଇଥିବା ଜଣାପଡିଛି।

ବଦଳିଗଲେ ପୁଲିସ ଡିଜି
୨୦୧୯ ବର୍ଷ ପୁଲିସ ବିଭାଗକୁ ନେଇ ଅନେକ ଚର୍ଚା ହୋଇଥିଲା। ଏହି ବର୍ଷ ପୁଲିସ ଡିଜି ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବି‌ରେ ଦୁଇ ଦୁଇ ଥର ପରିବର୍ତନ ହୋଇଛି। ପ୍ରଥମେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ବେଚ୍ଛାକୃତ ଅବସର ନେଇ ଲୋକପାଳରେ ଯୋଗ ଦେଇଥିଲେ। ତାଙ୍କ ବଦଳରେ ରାଜ୍ୟ ସରକାର ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ-ଡିଜି ପଦରେ ବସାଇଥିଲେ। କିନ୍ତୁ ରାଜ୍ୟ ସରକାର ତାଙ୍କୁ ହଠାତ ରାତି ଅଧିଆ କରିଥିଲେ। ତାହା ପୁଣି ଦୁର୍ନୀତି ଅଭିଯୋଗରେ। ଅଗ୍ନିଶମ ଲାଇସେନ୍ସ ପ୍ରଦାନରେ କ୍ଷେତ୍ରରେ ସେ କାଳେ ବିଳମ୍ବ କରୁଥିଲେ। ତାଙ୍କ ନିକଟରେ ଅଟକି ଥିଲା ସମସ୍ତ ଫାଇଲ। ଶେଷରେ ତାଙ୍କୁ ଗୃହ ବିଭାଗର ଓଏସଡି କରି ବସାଇ ଦେଲେ ରାଜ୍ୟ ସରକାର। ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟଙ୍କୁ ରାଜ୍ୟ ସରକାର ପୁଲିସ ଡିଜି ପଦରେ ଅବସ୍ଥାପିତି କରିଛନ୍ତି। ବିଜୟ ଶର୍ମାଙ୍କୁ ଏଭଳି ଅଚାନକ ଡିଜି ପଦରୁ ହଟାଇ ଦେବାପରେ ପୁଲିସ ବିଭାଗରେ କମ୍ପନ ସୃଷ୍ଟି ହୋଇଥିଲା। ଆଲୋଚନାର ବିଷୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe