ଉଦାହରଣ ସୃଷ୍ଟି କଲେ ପୁଲିସ୍‌କର୍ମୀ: ଗାଡ଼ି ଅଟକାଇ ଓଧଙ୍କୁ କରାଇଲେ ରାସ୍ତା ପାର୍‌

Advertisment
ଉଦାହରଣ ସୃଷ୍ଟି କଲେ ପୁଲିସ୍‌କର୍ମୀ: ଗାଡ଼ି ଅଟକାଇ ଓଧଙ୍କୁ କରାଇଲେ ରାସ୍ତା ପାର୍‌

www.google.com

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ୍‌ ମିଡିଆରେ ବହୁ ମଜାଦାର ଓ ଶିକ୍ଷଣୀୟ ଭିଡିଓ ସବୁ ଆମେ ଦେଖିଛେ। ନିକଟରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହାକୁ ଦେଖିଲେ ପୁଲିସ୍‌ଙ୍କ ପ୍ରତି ଆପଣଙ୍କ ସମ୍ମାନ ଢେର୍‌ ବଢ଼ିଯିବ। ଭିଡିଓରେ ଦେଖିବାକୁ ମିଳୁଛି କିଛି ଓଧଙ୍କୁ ସିଙ୍ଗାପୁରୁ ପୁଲିସ୍‌ ସାହାଯ୍ୟ କରି ରାସ୍ତା ପାର୍‌ କରେଇ ଦଉଛନ୍ତି।

ଓଧମାନେ ରାସ୍ତା ପାର୍‌ କରୁଥିବା ସମୟରେ ପୁଲିସ୍‌ ଗାଡ଼ି ଅଟକାଇ ସେମାନଙ୍କୁ ରାସ୍ତା ସେପଟକୁ ଯିବାରେ ସାହାଯ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓଟିକୁ ଟ୍ବିଟର୍‌ରେ ସେୟାର କରିଛନ୍ତି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ। ସେ ଭିଡିଓଟିକୁ ସେୟାର କରି ପୁଲିସ୍‌ କର୍ମଚାରୀ ଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ସିଙ୍ଗାପୁର ପୁଲିସ୍‌ କର୍ମଚାରୀଙ୍କର ଏହି ଉଦାରତା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe