ନୂଆଦିଲ୍ଲୀ: ଜଣେ ପୁଲିସ କର୍ମୀ ଏଭଳି ଏକ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି। ଏହି ପୁଲିସକର୍ମୀ ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଧରଣର ଦୁର୍ଘଟଣାକୁ ନୁହେଁ ବରଂ ୧୦୦ରୁ ଊର୍ଧ୍ୱ ରେଳ ଯାତ୍ରୀଙ୍କ ଜୀବନକୁ ବଞ୍ଚାଇ ପାରିଛନ୍ତି। ଏହି ପୁଲିସକର୍ମୀ ନିଜ ଶରୀରରୁ ପୋଷାକ ଓହ୍ଲାଇ ପବନରେ ହଲାଇ ଟ୍ରେନ୍ ଦୁର୍ଘଟଣାକୁ ରୋକି ଥିଲେ। ଏହି ପୂରା ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2018/07/train-1-620x400-1-300x194.jpg)
ଭିଡିଓରେ ଦେଖିବାକୁ ମିଳୁଛି, ବର୍ଷ ଓ ପବନ ହେତୁ ରେଳ ଧାରଣାରେ ପଡ଼ିଥିବା ଗଛକୁ ହଟାଇବା କାର୍ଯ୍ୟ ଚାଲିଥିଲା। ଦୁଇଜଣ ପୁଲିସ କର୍ମୀ ଏହି ସମୟରେ ରେଳ ଧାରଣା ଉପରେ ଛିଡା ହୋଇଥିଲେ। ଏତିକି ବେଳେ ଦୁହେଁ ଜାଣିବାକୁ ପାଇଲେ କି ରେଳ ଧାରଣାରେ ଟ୍ରେନ୍ ଆସିବାର ଅଛି। ଟ୍ରେନ୍ ଆସିବାର ଶବ୍ଦ ଶୁଣିବା ମାତ୍ରେ ପୁଲିସକର୍ମୀ ନିଜର ପୋଷାକ ଖୋଲି ଟ୍ରେନ୍ ଆସୁଥିବା ଦିଗରେ ହଲାଇବାକୁ ଲାଗିଥିଲେ। ଏପରି କରିବାର କାରଣ ହେଉଛି, ତାଙ୍କୁ ଦେଖି ଲୋକୋପାଇଲ ଯେମିତି ଟ୍ରେନ୍ ଅଟକାଇ ଦିଅନ୍ତୁ। କାରଣ ଯଦି ଟ୍ରେନ୍ ଏହି ଧାରଣା ଦେଇ ଆସେ ତେବେ ଏକ ନିଶ୍ଚିତ ଦୁର୍ଘଟଣା ଘଟିଯିବ। କିଛି ସମୟ ପରେ ପୁଲିସକର୍ମୀଙ୍କ ଉପରେ ଲୋକୋପାଇଲଟଙ୍କ ନଜର ପଡ଼ିଥିଲା। ଏହାପରେ ସେ ଆଗକୁ କିଛି ବିପଦ ଅଛି ବୋଲି ଭାବି ଟ୍ରେନ୍ ଅଟକାଇ ଦେଇଥିଲେ। ଏହି ଘଟଣା ଇଷ୍ଟ ଚୀନର ସିଓଙ୍ଗ କାଉଣ୍ଟିରେ ଘଟିଛି।
Follow Us