Advertisment

ଅନ୍ତଃକନ୍ଦଳ : କଂଗ୍ରେସ ପାଇଁ ସାଜୁଛି କାଳ ! କର୍ଣ୍ଣାଟକ-ତେଲେଙ୍ଗାନା-ଓଡିଶାର କଳି କାହାଣୀ...

Advertisment

ଆମ ଓଡିଶା କଥା ଯଦି ଦେଖିବେ ଏଠି କଂଗ୍ରେସ ଦୁଇ ଦଶନ୍ଧିରୁ ଅଧିକ ହେବ କ୍ଷମତାକୁ ଆସିନି କି ଆସିବାକୁ ଚେଷ୍ଟା ବି କରୁନି ! କାରଣ ବିଗତ ଦିନରେ ଯଦି ଦେଖାଯାଏ ତେବେ ପ୍ରତି ନିର୍ବାଚନ ସମୟରେ କଂଗ୍ରେସ ସେତେଟା ଅନ୍ୟ ଦଳ ଅପେକ୍ଷା ସକ୍ରିୟ ନଥାଏ ।

ଆମ ଓଡିଶା କଥା ଯଦି ଦେଖିବେ ଏଠି କଂଗ୍ରେସ ଦୁଇ ଦଶନ୍ଧିରୁ ଅଧିକ ହେବ କ୍ଷମତାକୁ ଆସିନି କି ଆସିବାକୁ ଚେଷ୍ଟା ବି କରୁନି ! କାରଣ ବିଗତ ଦିନରେ ଯଦି ଦେଖାଯାଏ ତେବେ ପ୍ରତି ନିର୍ବାଚନ ସମୟରେ କଂଗ୍ରେସ ସେତେଟା ଅନ୍ୟ ଦଳ ଅପେକ୍ଷା ସକ୍ରିୟ ନଥାଏ ।

cong crisis

Photograph: (SAMBAD.IN)

ନୂଆଦିଲ୍ଲୀ: ସମୟ ଥିଲା ସବୁଠି କଂଗ୍ରେସର ରାଜୁତି ଥିଲା । କଂଗ୍ରେସ ଲୋକଙ୍କ ଭରସା ଜିତି କେଉଁଠି ସରକାର ଗଢୁଥିଲା ତ କେଉଁଠି ବହୁମତରେ ଜିତୁଥିଲା । କିନ୍ତୁ ଧିରେଧିରେ କଂଗ୍ରେସର ପତନ ହେବାରେ ଲାଗିଛି । ଦେଶରେ ଦିନେ କଂଗ୍ରେସ ହାତରେ ଶାସନ ଭାର ଥିବା ବେଳେ ଏବେ ରାଜ୍ୟର ବହୁ ସ୍ଥାନରେ କଂଗ୍ରେସ ହାତରୁ କ୍ଷମତା ଅନ୍ୟ ଦଳ ଛଡେଇ ନେଇଛି । ୨୦୨୪ର ନିର୍ବାଚନ ଫଳାଫଳକୁ ଯଦି ଦେଖାଯାଏ ତେବେ ମାତ୍ର ୩ଟି ରାଜ୍ୟ- ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାକୁ ଛାଡିଦେଲେ ଆଉ କେଉଁଠି ବି କଂଗ୍ରେସ ସରକାରରେ ନାହିଁ । କିଛି ସ୍ଥାନରେ ମେଣ୍ଟରେ ଥିବା ବେଳେ ଏକାକୀ ଆଉ କେଉଁଠି ନାହିଁ କି ଯେତେ ଯାହା ଚେଷ୍ଟା କଲେ ଫେରିପାରୁନି । ପ୍ରତି ନିର୍ବାଚନରେ କଂଗ୍ରେସ ଲଢୁଛି କିନ୍ତୁ ହାରୁଛି, ଯେତେ ଚେଷ୍ଟା କଲେ ବି ନା ଜିତି ପାରୁଛି ନା ଅଧିକ ଆସନରେ କ୍ଷମତା ଅକ୍ତିଆର କରିପାରୁଛି ।

ଏବେର ଘଟଣାକୁ ଯଦି ବ୍ୟାଖା କରାଯାଏ ତେବେ କଂଗ୍ରେସ ପାଇଁ କର୍ଣ୍ଣାଟକ ଏବଂ ତେଲେଙ୍ଗାନା କାଳ ସାଜି ପାରନ୍ତି । କଂଗ୍ରେସ ବେକରେ ଫୁଲମାଳ ସାଜି ପଡିଥିବା ୨ ରାଜ୍ୟ ଏବେ କଣ୍ଟା ହୋଇ ଲାଖି ପାରନ୍ତି କାରଣ ଏ ୨ ରାଜ୍ୟରେ ଏବେ ଦଳ ଭିତରେ କନ୍ଦଳ ଦେଖାଦେଇଛି । ଅନ୍ତକନ୍ଦଳ ପାଇଁ କଂଗ୍ରେସ ସଙ୍କଟରେ ପଡିଛି ବୋଲି କୁହାଯାଇପାରେ ଯାହାର ଫାଇଦା ଅନ୍ୟ ଦଳ ନେଇପାରନ୍ତି ।

କର୍ଣ୍ଣାଟକରେ କଂଗ୍ରେସର କଳି ତୀବ୍ର ହୋଇଛି । ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଥିବା ବେଳେ ଶିବକୁମାରଙ୍କ ସମର୍ଥକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦାବି କରୁଛନ୍ତି । ତାକୁ ନେଇ ଦୁଇ ଶୀର୍ଷ ନେତାଙ୍କ ଭିତରେ ସବୁକିଛି ଠିକ୍ ନଥିବା କୁହାଯାଉଛି । 

୨୦୨୩ରେ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲା ସେତେବେଳଠୁ ହିଁ ସିଦ୍ଦରମେୟା ଏବଂ ଶିବକୁମାରଙ୍କ ଭିତରେ ମୁଖ୍ୟମନ୍ତ୍ରୀ ହେବା ନେଇ ଛକାପଞ୍ଝା ଚାଲିଥିଲା ମାତ୍ର ଦିଲ୍ଲୀ ନେତୃତ୍ବ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ଅଢେଇ ବର୍ଷରେ ଥରେ ଚୌକି ପରିବର୍ତ୍ତନ ହେବାର ଫର୍ମୁଲା କରାଯାଇଥିଲା ମାତ୍ର ଏହା କାହିଁକି ଏଯାଏଁ ହେଉନି କହି ଦାବି କରି ଆସୁଛନ୍ତି ଶିବକୁମାରଙ୍କ ସମର୍ଥକ ।

ସେପଟେ ତେଲେଙ୍ଗାନାରୁ ବି ସମାନ କଳିର ଖବର ଦିଲ୍ଲୀ କଂଗ୍ରେସ କାନରେ ପଡିଲାଣି । ତେଲେଙ୍ଗାନାରେ ଭାଙ୍ଗିଯିବ କି ରେବନ୍ତ ରେଡ୍ଡୀ ସରକାର ? କଂଗ୍ରେସ ସରକାର ପାଇଁ କାଳ ହେବ କି ଅନ୍ତକନ୍ଦଳ ? କର୍ଣ୍ଣାଟକ ପରେ ତେଲେଙ୍ଗାନାରୁ ଆସିଛି କଂଗ୍ରେସ କଳିର ଖବର । ଏଠି ବି ଦଳର ଅନ୍ତକନ୍ଦଳ ଏତେ ତୀବ୍ର ହୋଇଛି ଯେ ଏହା ସରକାର ଭାଙ୍ଗିବାର ବଡ ଭୂମିକା ନେଇପାରେ ବୋଲି କୁହାଯାଉଛି । ରେବନ୍ତ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ୨ ମନ୍ତ୍ରୀଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି କଂଗ୍ରେସର ୧୦ ବିଧାୟକ । ବିଲ କ୍ଲିୟର ପାଇଁ ମନ୍ତ୍ରୀ ପିସି ମାଗୁଥିବାରୁ ୧୦ ଜଣ ବିଧାୟକ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇ ରାତିରେ ଏକ ଡିନର ପାର୍ଟି କରି ଏକାଠି ହୋଇଥିଲେ । ଯାହା ଆଗକୁ ରାଜନୈତିକ ହଟଚମଟ ସୃଷ୍ଟି କରିବାର ଆଶଂକା ରଖୁଛି ।

ଖାଲି ୨ ରାଜ୍ୟ ନୁହେଁ ଆମ ଓଡିଶା କଥା ଯଦି ଦେଖିବେ ଏଠି କଂଗ୍ରେସ ଦୁଇ ଦଶନ୍ଧିରୁ ଅଧିକ ହେବ କ୍ଷମତାକୁ ଆସିନି କି ଆସିବାକୁ ଚେଷ୍ଟା କରୁନି । କାରଣ ବିଗତ ଦିନରେ ଯଦି ଦେଖାଯାଏ ତେବେ ପ୍ରତି ନିର୍ବାଚନ ସମୟରେ କଂଗ୍ରେସ ସେତେଟା ଅନ୍ୟ ଦଳ ଅପେକ୍ଷା ସକ୍ରିୟ ନଥାଏ । ପ୍ରାର୍ଥୀ ଦେବା ଠାରୁ ଆରମ୍ଭ କରି ପ୍ରଚାର ଯାଏଁ ଏତେ ସକ୍ରିୟ ଭାବେ କରେନି ଓଡିଶା କଂଗ୍ରେସ । ଭଲ ରେଜଲ୍ଟ ହେଉନଥିବାରୁ ହୁଏତ ଦିଲ୍ଲୀ ନେତୃତ୍ବ ବି ଓଡିଶା ଉପରେ ଗୁରୁତ୍ବ ଦେଉନଥାଇ ପାରନ୍ତି କିନ୍ତୁ ଏଯାଏଁ ପିସିସି ସଭାପତି ବଛା ଯାଇପାରିନି । ଯାହା କଂଗ୍ରେସ କେମିତି ଧିରେଧିରେ କୋମାକୁ ଯାଉଛି ତାର ଏକ ବଡ ଉଦାହରଣ ବି କୁହାଯାଇପାରେ । ଏଠି ବି ଅନ୍ତଃକନ୍ଦଳ ଅନେକ, ତେଣୁ ତାହା କଂଗ୍ରେସ ପାଇଁ କାଳ ସାଜୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe