ସୁପରହିଟ ଗୀତକୁ ଗାଇ ଚର୍ଚ୍ଚାରେ ଗରିବ ବାଳକ

Advertisment
ସୁପରହିଟ ଗୀତକୁ ଗାଇ ଚର୍ଚ୍ଚାରେ ଗରିବ ବାଳକ

ନୂଆଦିଲ୍ଲୀ: ନିକଟ‌ରେ ଜଣେ ଗରିବ କଳାକାରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ କଳାକାରଙ୍କ କଣ୍ଠସ୍ବରକୁ ଯିଏ ଶୁଣୁଛନ୍ତି ସେ ମୁଗ୍ଧ ହୋଇଯାଉଛନ୍ତି। ଉକ୍ତ କଳାକାର ଜଣକ ସିନେମା ‘ବାହୁବଳୀ ୨’ର ସୁପରହିଟ ଗୀତ ‘ଜୟ ଜୟକାରା’ ଗାଉଥିବା ଶୁଣିବାକୁ ମିଳୁଛି। ଏହି ଗୀତ ଗାଇ ସେ ଲୋକଙ୍କ ପ୍ରିୟ ହୋଇଯାଇଛନ୍ତି।

ଇଣ୍ଡିଆନ ମ୍ୟୁଜିସିଆନ୍ସ ହବ ନାମକ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର ହୋଇଥିବା ଏହି ଭିଡିଓରେ ଜଣେ ବାଳକ ତାଙ୍କ ସାଙ୍ଗମାନଙ୍କ ସହ ଛିଡ଼ା ହୋଇ ଅତି ସୁନ୍ଦରଭାବେ ‘ବାହୁବଳୀ-୨’ର ଗୀତ ‘ଜୟ ଜୟକାରା’ ଗାଉଥିବା ଶୁଣିବାକୁ ମିଳୁଛି। ବାଳକଙ୍କ ଏହି ଗୀତକୁ ତାଙ୍କ ସାଙ୍ଗମାନଙ୍କ ମଧ୍ୟରୁ ବୋଧ ହୁଏ କେହି ଜଣେ ରେକର୍ଡ କରି ପୋଷ୍ଟ କରିବ‌ା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। କୁହାଯାଉଛି ଉକ୍ତ ବାଳକ ଜଣକ ଏସବୁ ଗୀତକୁ ପ୍ରଶିକ୍ଷଣ ବିନା ସୁନ୍ଦର ଭାବେ ଗାଉଛନ୍ତି।


ଏହି ସିନେମା‌ରେ ଥିବା ଗୀତ‘ଜୟ ଜୟକାରା’ ଗୀତକୁ ଲୋକପ୍ରିୟ କଣ୍ଠଶିଳ୍ପୀ କୈଳାଶ ଖେର ଗାଇଥି‌ଲେ। ଯାହାକୁ ଲୋକ ବି ଖୁବ ପସନ୍ଦ କରିଥିଲେ। ଏବେ ବି ଏହି ଗୀତଟି ଚର୍ଚ୍ଚାରେ ରହିଛି।

ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ୧୩ଲକ୍ଷ ୩୫ହଜାରରୁ ଅଧିକ ‌ଲୋକ ଦେଖି ସାରିଥିବା ବେଳେ ଏହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ  ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe