ଅଡିଓ ଷ୍ଟଡିକୁ ଆଧାର କରି ଦୃଷ୍ଟିବାଧିତ ଯୁବତୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କଲେ

Advertisment
ଅଡିଓ ଷ୍ଟଡିକୁ ଆଧାର କରି ଦୃଷ୍ଟିବାଧିତ ଯୁବତୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କଲେ

ନୂଆଦିଲ୍ଲୀ: ତାମିଲନାଡୁର ଜଣେ ଦୃଷ୍ଟିହୀନ ଯୁବତୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଉକ୍ତ ଯୁବତୀ ଜଣକ ସର୍ବଭାରତୀୟ ସ୍ତରରେ ୨୮୬ସ୍ଥାନ ଅଧିକାର କରିଛନ୍ତି।

ଦୀର୍ଘ ୫ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ପୂର୍ଣ୍ଣା ସୁନ୍ଦରୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ପୂର୍ଣ୍ଣା ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଥିଲେ। ନିଜ ସ୍ୱପ୍ନକୁ ପୂରା କରି ଦେଖାଇବା ପରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପୂର୍ଣ୍ଣା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌ ଟୁଇଟ କରି ପୂର୍ଣ୍ଣା ସୁନ୍ଦରୀଙ୍କ ଏହି ସଫଳତାକୁ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ତାମିଲନାଡୁର ୨୫ବର୍ଷୀୟ ଦୃଷ୍ଟିହୀନ ପୂର୍ଣ୍ଣା  ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଆଖିକୁ ଦିଶୁ ନ ଥିବା ବେଳେ ପୂର୍ଣ୍ଣା ଅଡିଓ ଜରିଆରେ ଶୁଣିଶୁଣି ପାଠ ମନେ ରଖି ପରୀକ୍ଷା ଦେଇଛନ୍ତି।

ବର୍ତ୍ତମାନ ସମୟରେ ଅଡିଓ ପାଠପଢ଼ା ଅଧିକ କଷ୍ଟକର ବୋଲି କୁହାଯାଉଛି। ପାଠପଢ଼ା ପ୍ରତି ରୁଚି ଥିବା ହେତୁ ପୂର୍ଣ୍ଣା ଏହାକୁ ସମ୍ଭବ କରି ଦେଖାଇଛନ୍ତି। ପୂର୍ଣ୍ଣାଙ୍କ ପିତା-ମାତା ଓ ବନ୍ଧୁମାନେ ବହିଗୁଡ଼ିକୁ ଅଡିଓରେ କନର୍ଭଟ କରି ଝିଅ କିପରି ସହଜରେ ମନେ ରଖି ପାରିବ ତାହାର ପ୍ରସ୍ତୁତ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe