ଏହି ସ୍ଥାନରେ ମା-ବାପା ପିଲାଙ୍କୁ ସିଗାରେଟ କିଣି ଦେଇ ଥାଆନ୍ତି, ଜାଣନ୍ତୁ କାହିଁକି

Advertisment
ଏହି ସ୍ଥାନରେ ମା-ବାପା ପିଲାଙ୍କୁ ସିଗାରେଟ କିଣି ଦେଇ ଥାଆନ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଏହି କଥା ସମସ୍ତେ ଜାଣିଛନ୍ତି କି ସିଗାରେଟ ପିଇବା ମଣିଷ ଶରୀରପକ୍ଷେ କ୍ଷତିକାରକ ହୋଇଥାଏ। ସର୍ବଦା ସିଗାରେଟ ପିଉଥିବା ଲୋକମାନଙ୍କୁ ସିଗାରେଟ ପିଇବା ଅଭ୍ୟାସକୁ ଛାଡ଼ିବାକୁ କୁହାଯାଇଥାଏ। ମା-ବାପା ବି ପିଲାଟି ଦିନରୁ ପିଲାମାନଙ୍କୁ ସିଗାରେଟ ପିଇବା ପାଇଁ ବାରଣ କରି ଆସିଥାଆନ୍ତି। ଏପରି କ୍ଷେତ୍ରରେ ଯଦି କୌଣସି ପିଲା ସିଗାରେଟ ପିଉଥିବା ଅବସ୍ଥାରେ ଧରାପଡେ ତେବେ ମାଡ ନିଶ୍ଚିୟ ଖାଇଥାଏ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ବାପା - ମା ପିଲାଙ୍କୁ ସିଗାରେଟ କିଣି ଦେବା ସହିତ ସିଗାରେଟ ପିଇବା ପାଇଁ ଉତ୍ସୁକାଇ ଥାଆନ୍ତି।

publive-image )

ପର୍ତ୍ତୁଗାଲରେ ‘ବେଲ ଦ ସାଲଗୁରୋ’ ନାମରେ ଏକ ଗାଁ ଅଛି। ଏହି ଗାଁରେ ଏକ ପୁରୁଣା ପ୍ରଥା ରହିଛି। ଏହି ପ୍ରଥାକୁ ଗ୍ରାମବାସୀମାନେ ଧୁମ୍‌ଧାମ୍‌ରେ ପାଳନ କରିଥାଆନ୍ତି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଦୁଇଦିନ ପର୍ଯ୍ୟନ୍ତ ନିଶାପାନ କରି ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଖୁବ୍‌ ମଜା କରିଥାଆନ୍ତି। ଏହି ପ୍ରଥାକୁ ‘କିଙ୍ଗସ୍‌ ଫିଷ୍ଟ’ ବୋଲି କୁହାଯାଇଥାଏ। ଗ୍ରାମବାସୀ ଏହି ‘କିଙ୍ଗସ୍‌ ଫିଷ୍ଟ’ ପାଳନ କରୁଥିବା ସମୟରେ ମନ ଖୋଲି ନିଶାପାନ କରିଥାଆନ୍ତି। ପିଲାଠାରୁ ବୃଦ୍ଧ, ମହିଳା ଓ ପରୁଷ ସମସ୍ତେ ପରସ୍ପରକୁ ମଦପାନ କରାଇବାକୁ ଉତ୍ସୁକାଇବା ସହିତ ସିଗାରେଟ, ତମାଖୁ ଆଦି ଦେଇଥାଆନ୍ତି। ତେବେ ଏହି ପ୍ରଥା ପାଳନ ପାଇଁ ଚୟନିତ ରାଜା ଗ୍ରାମର ସମସ୍ତଙ୍କୁ ମଦ ଓ ଖାଦ୍ୟ ଖାଇବାକୁ ଦେଇଥାଆନ୍ତି।

publive-image

ଚଳିତବର୍ଷ ଏହି ପର୍ବ ଜାନୁଆରି ୫ ତାରିଖରେ ପାଳନ କରାଯାଇଥିଲା। ପର୍ତ୍ତୁଗାଲ ନିୟମଅନୁସାରେ, ତମାଖୁ କିଣିବାର ବୟସସୀମା ୧୮ବର୍ଷ ହେବ ଆବଶ୍ୟକ। କିନ୍ତୁ ଏହି ପ୍ରଥା ପାଳନ ସମୟରେ ଗ୍ରାମବାସୀ ଏହି ସମସ୍ତ ନିୟମକୁ ଭଙ୍ଗକରି ଦୁଇଦିନ ପର୍ଯ୍ୟନ୍ତ ଖୁବ୍‌ ଧମୁଧାମ୍‌ରେ ‘କିଙ୍ଗସ୍‌ ଫିଷ୍ଟ’ ପର୍ବକୁ ପାଳନ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe