indiatoday
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ଭାଇରସ୍କୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ଗବେଷକମାନେ ପରୀକ୍ଷଣ ପାଇଁ ମୂଷା ଦେହରେ ପ୍ରତିଷେଧକ ପ୍ୟାଚ୍ ବ୍ୟବହାର କରି ସଫଳତା ଅର୍ଜନ କରିଛନ୍ତି। ଆଙ୍ଗୁଠିର ଟିପ ଆକୃତିର ଏହି ପ୍ୟାଚ୍କୁ ମୂଷା ଦେହରେ ଦେବା ପରେ କରୋନା ଭାଇରସ୍ ଉପରେ ଅଦ୍ଭୂତପୂର୍ବ ପ୍ରଭାବ ଦେଖିବାକୁ ମିଳିଛି।
ଜର୍ଣ୍ଣାଲ୍ ଇବାୟୋମେଡିସିନ୍ରେ ପ୍ରକାଶ ପାଇଥିବା ଏହି ସର୍ଭେରେ ସୂଚନା ଦିଆଯାଇଛି ଯେ ପିଟସ୍ବର୍ଗ କରୋନାଭାଇରସ୍ ଭ୍ୟାକ୍ସିନ୍(ପିଟ୍କୋଭ୍ୟାକ୍)ର ପ୍ରୟୋଗ ପରେ ଏହା ମୂଷା ଦେହରେ ଥିବା କରୋନା ଭାଇରସ୍ ବିରୋଧରେ କାର୍ଯ୍ୟ କରିବା ଦେଖିବାକୁ ମିଳିଛି। ପ୍ରତିଷେଧକ ପ୍ୟାଚ୍ ଦେବାର ଦୁଇ ସପ୍ତାହ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳିଛି।
ଆମେରିକାର ପିଟସ୍ବର୍ଗ ୟୁନିଭରସିଟିର ଆଣ୍ଡ୍ରିଆ ଜାମ୍ବୋଟୋ କହନ୍ତି, ‘ପୂର୍ବରୁ ୨୦୦୩ ମସିହାରେ ସାର୍ସ-କୋଭ୍ ଓ ୨୦୧୪ ମସିହାରେ ଏମ୍ଇଆର୍ଏସ୍-କୋଭ୍କୁ ନେଇ ଆମର ନିକଟରେ ଅଭିଜ୍ଞତା ରହିଛି। ଏହି ଦୁଇଟି ଭାଇରସ୍ ସାର୍ସ-କୋଭ୍-୨ ଭାଇରସ୍ର ପାଖାପାଖି ସମାନ। ଗବେଷଣା ଏହା ଶିକ୍ଷା ଦେଉଛି ଯେ ସ୍ପାଇକ୍ ପ୍ରୋଟିନ୍ ନାମକ ଏକ ପ୍ରୋଟିନ୍ ଭାଇରସ୍ ବିପକ୍ଷରେ ଥିବା ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରାଉଛି।’
ଆଙ୍ଗୁଠି ଟିପ ଆକୃତିର ଏହି ପ୍ରତିଷେଧକ ପ୍ୟାଚରେ ୪୦୦ଟି ଅତି କ୍ଷୁଦ୍ର ଛୁଞ୍ଚି ରହିଛି, ଯାହାକି ସ୍ପାଇକ୍ ପ୍ରୋଟିନ୍କୁ ମୂଷାର ଚମଡ଼ା ଭିତରକୁ ଭେଦାଉଛି। ଫଳରେ ମୂଷା ଦେହରେ ପ୍ରତିଷେଧକ ଶକ୍ତିଟା ବୃଦ୍ଧି ପାଉଛି।
Follow Us