ରାଜ୍ୟରେ ଗରିବଙ୍କ ସଂଖ୍ୟା କମିଛି

ପୌରାଞ୍ଚଳରେ ସାଢ଼େ ୩ଲକ୍ଷ ବାସହୀନ ପରିବାର

iosminaret.org

ଭୁବନେଶ୍ବର : ବିଧାନସଭାର ପ୍ରଶ୍ନକାଳରେ ଆଜି ଗରିବଙ୍କ ସଂଖ୍ୟା ନେଇ ପ୍ରଶ୍ନ ହୋଇଥିଲା। ବିଜେପି ସଭ୍ୟ ମୋହନ ମାଝୀ ଗରିବ ଚିହ୍ନଟର ମାପକାଠି ଓ ଗରିବଙ୍କ ସଂଖ୍ୟା ନେଇ ପ୍ରଶ୍ନ କରିଥିଲେ। ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେ‌େହରା ଉତ୍ତର ଦେଇଥିଲେ, ନୀତି ଆୟୋଗ(ଅତିତରେ ଯୋଜନା କମିସନ୍‌)ଙ୍କ ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ ମାସିକ ମୁଣ୍ଡପିଛା ଖର୍ଚ୍ଚକୁ ଦାରିଦ୍ର୍ୟ ସୀମାରେଖାର ମାପଦଣ୍ଡ ହିସାବରେ ନିଆଯାଇଥାଏ। ଏହି ମାପଦଣ୍ଡ ଆଧାରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିମାନଙ୍କୁ ଗରିବ ଭାବେ ଗଣନା କରାଯାଇଥାଏ। ୨୦୦୪-୦୫ ସର୍ଭେ ଅନୁଯାୟୀ ରାଜ୍ୟରେ ୨୨୧.୬୦ ଲକ୍ଷ(୫୭.୨୦%) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ବୋଲି ଆକଳନ କରାଯାଇଥିଲା। ୨୦୧୧-୧୨ ସର୍ଭେ ଅନୁଯାୟୀ ୧୩୮.୫୩ ଲକ୍ଷ(୩୨.୫୯%) ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆକଳନ କରାଯାଇଥିଲା। ତେଣୁ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ସଂଖ୍ୟା ୨୪.୬୧% ହ୍ରାସ ପାଇଛି। ରାଜ୍ୟ ସରକାର ବିଭିନ୍ନ ବିଭାଗ ଅଧୀନରେ ଗରିବ ଲୋକଙ୍କ ପାଇଁ ୧୧ଟି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ବେହେରା କହିଥିଲେ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମାଝୀଙ୍କ ସ‌େମତ ପ୍ରଶାନ୍ତ ମୁଦୁଲି, ପ୍ରତାପ ଦେବ ଓ ମୁକେଶ ମହାଲିଙ୍ଗ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe