୫୦ କି.ମି.ରୁ ଅଧିକ ବେଗରେ ପବନ ବହିଲେ ବିଜୁଳି ସରବରାହ ବିଚ୍ଛିନ୍ନ ହେବ

Advertisment
୫୦ କି.ମି.ରୁ ଅଧିକ ବେଗରେ ପବନ ବହିଲେ ବିଜୁଳି ସରବରାହ ବିଚ୍ଛିନ୍ନ ହେବ

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି ସ୍ଥଳଭାଗରେ ମାଡ଼ (ଲ୍ୟାଣ୍ଡଫଲ୍‌) କରିବାକୁ ବେଶି ଡେରି ନାହିଁ। ଏହାର ଅବ୍ୟବହିତ ପୂର୍ବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଭୀଷଣ ବେଗରେ ପବନ ବହିବା ଆରମ୍ଭ ହୋଇଯାଇଛି। ଏହାକୁ ଆଖି ଆଗରେ ରଖି ଆଜି ରାତି ୧୦ଟା ପରଠାରୁ ଯେଉଁ ସ୍ଥାନରେ ୫୦ କି.ମି.ରୁ ଅଧିକ ବେଗରେ ପବନ ବହିବ, ସେହି ସ୍ଥାନରେ ବିଜୁଳି ସରବରାହ ବିଚ୍ଛିନ୍ନ କରାଯିବ।

ଆଜି ଏ ନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା କହିଲେ ଯେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯିବ। ଯଦି ବାତ୍ୟା ପ୍ରଭାବିତ କୌଣସି ସ୍ଥାନରେ ୫୦ କି.ମି.ରୁ ଅଧିକ ବେଗରେ ପବନ ବହେ, ସେହି ଅଞ୍ଚଳରେ ତୁରନ୍ତ ବିଜୁଳି ସରବରାହ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାତ୍ୟା ଅତିକ୍ରମ କରିବା ପରେ ଆବଶ୍ୟକ ବିଦ୍ୟୁତ୍‌ କ୍ଷୟକ୍ଷତିର ରକ୍ଷଣାବେକ୍ଷଣ କରାଯାଇ ସେସବୁ ସ୍ଥାନଗୁଡ଼ିକରେ ବିଜୁଳି ସରବରାହ ପୁନଃସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ସ୍ବାର୍ଥ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ପଡ଼ୁଥିବାରୁ ସେମାନେ ସହଯୋଗ କରିବାକୁ ସଚିବ ଶ୍ରୀ ଶର୍ମା ଅନୁରୋଧ କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe