Business Khabar
ପୁନେର ପ୍ରାଚୀ ଧବଳ ଦେବ ନିଜ କଳାର ଯାଦୁ ଦେଖାଇ ନିଜକୁ ୱାର୍ଲଡ୍ ବୁକ୍ ଅଫ ରେକର୍ଡସ୍ରେ ସ୍ଥାନିତ କରିପାରିଛନ୍ତି। ଏହି ପ୍ରତିଷ୍ଠିତ କେକ୍ ନିର୍ମାତ୍ରୀ ଇଂଲଣ୍ଡର ଗ୍ରାଣ୍ଡ୍ ମିଲାନ୍ ଗିର୍ଜା ଅାକୃତିର କେକ୍ଟିକୁ ତିଆରି କରି ଏହି ସଫଳତା ହାତେଇଛନ୍ତି। ଏହି କେକ୍ର ଓଜନ ପ୍ରାୟ ୧୦୦ କିଲୋଗ୍ରାମ। ରୟାଲ ଆଇସିଙ୍ଗ୍ ବ୍ୟବହାର କରି ସେ ୬ ଫୁଟ୍ ଚାରି ଇଞ୍ଚ ଲମ୍ବ ଏବଂ ୪ ଫୁଟ୍ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି କେକ୍ ତିଆରି କରିଛନ୍ତି। ଏଥିପାଇଁ ସେ ସ୍ବତନ୍ତ୍ର ଭାବେ ଇଂଲଣ୍ଡ୍ ଯାଇ ସେଠାରେ ପ୍ରସିଦ୍ଧ କେକ୍ ନିର୍ମାତା ସାର୍ ଏଡି ସ୍ପେନ୍ସଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ପ୍ରାଚୀ ନିଜର କଳା ମଧ୍ୟମରେ ଅତି ନିଖୁଣ ଭାବେ ବିଭିନ୍ନ ଐତିହାସିକ ସ୍ଥଳର ପ୍ରତିକୃତିର କେକ୍ ତିଆରି କରିଛନ୍ତି।
ବାରମ୍ବାର କେକ୍ ନିର୍ମାଣ କରିବା ପରେ ସେ କିଛି ବଡ଼ କରିବାକୁ ଯାଇ ସଫଳ ହୋଇଛନ୍ତି। ପ୍ରାଚୀଙ୍କ ସଫଳତାର ତାଲିକା ବହୁତ ଲମ୍ବା। ୨୦୨୦ରେ ଫୋର୍ବସ୍ର ‘ମଡର୍ଣ୍ଣ ଇଣ୍ଡିଆ ଗେମ୍ ଚେଞ୍ଜର୍’ ଏବଂ ଟାଇମ୍ସ ପତ୍ରିକାର ‘ଓମେନ୍ ଅଫ୍ ସବ୍ଷ୍ଟାନ୍ସ’ ପୁରସ୍କାର ପାଇଥିବା ବେଳେ, ୨୦୨୧ ମାର୍ଚ୍ଚରେ ଫେମିନାର ଶକ୍ତିଶାଳୀ ମହିଳା ତାଲିକାରେ ସେ ସ୍ଥାନ ପାଇଥିଲେ। ଜୁଲାଇ ୨୦୨୧ରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କ ଠାରୁ ‘ଭାରତ ଲିଡରସିପ୍ ଆୱାର୍ଡ’ ପାଇଥିଲେ। ଭବିଷ୍ୟତରେ କେକ୍ ଉପରେ ଏପରି ଅନେକ ପ୍ରତିକୃତି କରିବାକୁ ସେ ଦୃଢ଼ ଆଶାବାଦୀ।
Follow Us