ନାକ ଭିତରେ ହାଡ଼ ବା ମାଂସ ବଢ଼ି ଯଦି ଦୁଇଟି ବା କୌଣସି ଗୋଟିଏ ନାକ ଭଲ ଭାବରେ ଖୋଲୁନାହିଁ ତେବେ ନିୟମିତ ସୂତ୍ରନେତି ଦ୍ବାରା ଘସିହୋଇ କିଛି ମାସ ଭିତରେ ନାକ ଭିତରେ ଅସୁବିଧା ଦୂର ହୋଇଥାଏ।
ଏହି ଅଭ୍ୟାସରେ ତୁଳା ସୂତାକୁ ନାକ ଭିତରେ ଦେଇ ବାହାର କରାଯାଏ। ପୂର୍ବକାଳରେ ଏକ ପ୍ରକାର ନିର୍ଦ୍ଦିଷ୍ଟ ସୂତା ପ୍ରସ୍ତୁତ କରି ବ୍ୟବହାର କରାଯାଉଥିଲା। ସୂତାର କେତେଗୁଡ଼ିଏ ଖିଅକୁ ଏକାଠି ଜୋର୍କରି ଗୁଡ଼ାଇ ତରଳ ମହମରେ ବୁଡ଼ାଯାଉଥିଲା, ସୂତାର ଚଉଡ଼ା ପ୍ରାୟ ୪ ମି.ମି ଏବଂ ଲମ୍ବ ୩୬ରୁ ୪୫ ସେ.ମି ଭିତରେ। ଆଜିକାଲି ସରୁ ରବର କାଥେଟର୍କୁ ଲହୁଣୀ ବା ଲାଳରେ ଚିକ୍କଣ କରି ନାସା ପଥରେ ସୁବିଧାରେ ପ୍ରବେଶ କରିବା ପାଇଁ ବ୍ୟବହାର କରାଯାଉଛି। କାଥେଟର୍ର ଆକାର ପ୍ରତ୍ୟେକ ବ୍ୟକ୍ତିର ନାସାପଥ ଉପରେ ନିର୍ଭର କରେ।
ଏହାକୁ କରିବା ପାଇଁ,* ସୁବିଧା ଲାଗୁଥିବା ଯେକୌଣସି ସ୍ଥିତିରେ ଠିଆ ହୁଅନ୍ତୁ, ବସନ୍ତୁ ବା ଠୁଙ୍କା ହୋଇ ବସନ୍ତୁ
* ମୁଣ୍ଡକୁ ସାମାନ୍ୟ ପଛକୁ ବଙ୍କାନ୍ତୁ। ଧୀର ଭାବରେ କାଥେଟର୍ର ସରୁ ଅଗକୁ ଭଲ ନିଶ୍ବାସ ଯାଉଥିବା ନାସାରନ୍ଧ୍ରରେ ପୁରାନ୍ତୁ। ସୂତା ଭିତରକୁ ଗଲେ ତାକୁ ମୋଡ଼ ଯେପରି ସହଜରେ ନାସାରନ୍ଧ୍ରରେ ପଶିଯିବ।
* ସୂତା ଅଗକୁ ସବୁବେଳେ ନାକର ତଳ ପଟକୁ ମୁହଁ କରି ରଖିବେ। ସିଧା ଉପରକୁ ରଖି କେବେହେଲେ ଠେଲିବେ ନାହିଁ
* ସୂତା ଗଳାର ପଛପାଖେ ପହଞ୍ଚିଲେ ତର୍ଜନୀ ଓ ବୁଢ଼ା ଅଙ୍ଗୁଳିକୁ ମଧ୍ୟମା ଓ ତର୍ଜନୀକୁ ମୁହଁ ଭିତରକୁ ପୂରାଇବା। ମୁହଁ ବାଟେ କାଥେଟର୍ ବା ସୂତାକୁ ଟାଣନ୍ତୁ, ସୂତାର ଅନ୍ୟପଟ ଯେପରି ନାକରୁ ବାହାରି ଝୁଲି ରହିଥିବ। ସୂତାକୁ ଦୁଇ ଆଙ୍ଗୁଳିରେ ଧରନ୍ତୁ। ଧୀରେ ସୂତାକୁ ଆଗକୁ ପଛକୁ ଟାଣନ୍ତୁ। ପ୍ରଥମ ଅଭ୍ୟାସରେ ୧୫ ଥରରୁ ବେଶୀ କରିବା ନାହିଁ। ନାକବାଟ ଦେଇ ସୂତାକୁ ଧୀରେ ଟାଣି ଆଣନ୍ତୁ ଏବଂ ଅଭ୍ୟାସକୁ ବିପରୀତ ନାସାରନ୍ଧ୍ରରେ ପୁନରାବୃତ୍ତି କରନ୍ତୁ।
ଜଳନେତି ପୂର୍ବରୁ ସୂତ୍ରନେତି କରାଯାଏ କାରଣ ସୂତ୍ରନେତି ଦ୍ବାରା ନାସାପଥରୁ ବାହାରି ଯାଇଥିବା ମଇଳା ଜଳନେତି ଦ୍ବାରା ଧୋଇ ହୋଇ ପରିଷ୍କାର ହୋଇଯାଏ। ବହୁକାଳରୁ ନାକରୁ ରକ୍ତ ବାହାରୁଥିଲେ ସୂତ୍ରନେତି କରିବେ ନାହିଁ।
ରିପୋର୍ଟ: ପ୍ରଗତି ସାହୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/16/practice-of-sutra-nithi-relieves-nasal-problems-2025-11-16-16-42-45.jpg)