ଧାର୍ମିକ ବିଶ୍ୱାସ : ଠାକୁରଙ୍କ ଚାରିପାଖେ ପ୍ରଦକ୍ଷିଣ କଲେ ଶରୀରରେ ଥିବା କ୍ଷୟକାରୀ ଶକ୍ତି ବିନିଷ୍ଟ ହୁଏ

Advertisment
ଧାର୍ମିକ ବିଶ୍ୱାସ : ଠାକୁରଙ୍କ ଚାରିପାଖେ ପ୍ରଦକ୍ଷିଣ କଲେ ଶରୀରରେ ଥିବା କ୍ଷୟକାରୀ ଶକ୍ତି ବିନିଷ୍ଟ ହୁଏ

postcard.news

ଦେବ ବିଗ୍ରହଙ୍କୁ ନିଜ ଡାହାଣ ଦିଗରେ ରଖି ତାଙ୍କ ଚତୁଃ ପାର୍ଶ୍ବରେ ଭ୍ରମଣ କରିବାର ଧାର୍ମିକ ଅନୁଷ୍ଠାନକୁ ପ୍ରଦକ୍ଷିଣ କହାଯାଏ। ହିନ୍ଦୁ ପରମ୍ପରାରେ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ସମସ୍ତ ପାର୍ଥିବ ପଦାର୍ଥ ଓ ଜୀବନ ଭଗବାନ୍‌ ବା ଈଶ୍ୱରଙ୍କଠାରୁ ଆରମ୍ଭ ହୁଏ ଏବ˚ ଶେଷ ମଧ୍ୟ ହୁଏ। ସମସ୍ତ ସୃଷ୍ଟିର ମୂଳ କାରଣ ଭଗବାନ୍‌ ଏବ˚ ଆମ୍ଭେ ସମସ୍ତେ ତାଙ୍କ ସହ ସ˚ପର୍କିତ। ଏହାକୁ ମନେରଖିବା ପାଇଁ ପୂଜା-ପାଠ ପରେ ମନ୍ଦିରରେ ଉପବିଷ୍ଟ ଦେବ-ଦେବୀ ପ୍ରତିମା ଚାରି ପଟେ ପରିକ୍ରମା କରାଯାଏ। ପ୍ରଦକ୍ଷିଣ ବେଳେ ଅହଂଭାବର ପତନ ହୁଏ ଏବ˚ ସମସ୍ତେ ସୂତା ଖିଅର ଶେଷ ମୁଣ୍ତରେ ତାଙ୍କ ଦ୍ୱାରା ନିୟନ୍ତ୍ରିତ ବୋଲି ଅନୁଭବ କରିହୁଏ।

ଗର୍ଭଗୃହରେ ଠାକୁରମାନଙ୍କ ଚାରିପାଖେ ପ୍ରଦକ୍ଷିଣ କଲେ, ସେମାନେ ଆମ ଶରୀରରେ ଥିବା କ୍ଷୟକାରୀ ଶକ୍ତିମାନଙ୍କୁ ବିନିଷ୍ଟ କରୁଥିବା ଏକ ଧାର୍ମିକ ବିଶ୍ୱାସ। ଶୈବ-ପୀଠରେ ସ˚ପୂର୍ଣ୍ଣ ବୃତ୍ତରେ ପ୍ରଦକ୍ଷିଣ କରାଯାଏନାହିଁ। ଭକ୍ତମାନେ ବୃତ୍ତର ତିନି-ଚତୁର୍ଥା˚ଶ ପରିକ୍ରମା କରନ୍ତି। ଶିବଲିଙ୍ଗରୁ ଯେଉଁ ବାଟ ଦେଇ ଅଭିଷେକ ଜଳ ବୋହିଯାଏ, ସେଠାରେ ଶେଷ ପ୍ରଦକ୍ଷିଣ ଶେଷ କରାଯାଏ। କାରଣ, ଗଙ୍ଗାମାତାଙ୍କୁ ଧାରଣ କଲା ପରେ ମହାଦେବ ଗୋଟିଏ କଡ଼କୁ ଘୂରିଯାଇଥିଲେ ଏବ˚ ସେହି ପାଖ ଦେଇ ଗଙ୍ଗା ଧରା ପୃଷ୍ଠକୁ ବୋହିଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe