୨ କିମି ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ଗହଳି ଭିତରୁ ଆମ୍ବୁଲାନ୍ସକୁ ବାଟ କଢ଼ାଇ ଦେଲେ କନେଷ୍ଟବଳ

Advertisment
୨ କିମି ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ଗହଳି ଭିତରୁ ଆମ୍ବୁଲାନ୍ସକୁ ବାଟ କଢ଼ାଇ ଦେଲେ କନେଷ୍ଟବଳ

ହାଇଦ୍ରାବାଦ: ସାଧାରଣ ଲୋକଙ୍କୁ ଟ୍ରାଫିକ୍ ପୁଲିସ ସାହାଯ୍ୟ କରିଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଟ୍ରାଫିକ ପୁଲିସଙ୍କ ସାହାଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମୟସମୟରେ ଦେଖାଯାଏ ଭିଡ ଭିତରେ ଆମ୍ବୁଲାନ୍ସ ଫସି ଯାଇଥାଏ। ଆଉ ବାହାରି ନ ପାରିବା ହେତୁ ଆମ୍ବୁଲାନ୍ସ ଭିତରେ ଥିବା ରୋଗୀର ମୃତ୍ୟୁ ହୋଇଯାଇଥାଏ। ନିକଟରେ ଭିଡ ଭିତରେ ଫସି ଯାଇଥିବା ଏକ ଆମ୍ବୁଲାନ୍ସକୁ ଜନୈକ ଟ୍ରାଫିକ୍ ପୁଲିସ କନଷ୍ଟେବଳ ସୁରକ୍ଷିତ ଭାବେ ବାହାର କରି ଦେଇଥିବାରୁ ଉଚିତ ସମୟରେ ଆମ୍ବୁଲାନ୍ସଟି ହସ୍ପିଟାଲରେ ଯାଇ ପହଞ୍ଚି ଯାଇଥିଲା।

ହାଇଦ୍ରାବାଦ ଟ୍ରାଫିକ୍ ପୁଲିସର ଏହି କନଷ୍ଟେବଳଙ୍କ ନାମ ବାବଜୀ । ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସଟି ହଠାତ ଭିଡ଼ ଭିତରେ ଫସି ଯାଇଥିଲା। ଏହି ସମୟରେ ସେଠାରେ ଡିୟୁଟିରେ ଥିବା ବାବଜୀ ପରିସ୍ଥିତିକୁ ଦେଖି ଉପସ୍ଥିତ ବୁଦ୍ଧି ଖଟାଇ ୨ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ଆମ୍ବୁଲାନ୍ସକୁ ବାଟ କଢ଼ାଇ ଦେଇଥିଲେ। କନେଷ୍ଟବଳ ବାବଜୀଙ୍କ ଏଭଳି କାମ ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe