ଏମିତି ସ୍ଥାନ ଅଛି ଯେଉଁଠି ମା’ ହେବା ଅଭିଶାପ, ୨ ଲକ୍ଷ ଗର୍ଭବତୀ ମହିଳା ମୃତ୍ୟୁର ଶିକାର ହେଲେଣି

Advertisment
ମହାମାରୀରେ ୨୪ ହଜାର ୩୫୫ ବାଳିକା ଗର୍ଭବତୀ ମମତାରୁ ବଞ୍ଚିତ

rochakpost.com

କୌଣସି ବି ମହିଳାଙ୍କ ପାଇଁ ମା’ ହେବା ସବୁଠାରୁ ନିଆରା ଏବଂ ସୁନ୍ଦର ଅନୁଭୁତି । କିନ୍ତୁ ଦୁନିଆରେ ଏକ ଏମିତି ସ୍ଥାନ ରହିଛି ଯେଉଁଠି ମା’ ହେବା ଅଭିଶାପ ପାଲଟି ଯାଇଛି । ଏଭଳି ସମସ୍ୟା ଆଫ୍ରିକାରେ ଥିବା ଇଥିଓପିଆ,ମଲାବି,ୟୁଙ୍ଗାଡ଼ା ଏବଂ ଡ଼େମୋକ୍ରଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋରେ ଦେଖିବାକୁ ମିଳିଛି । ଏହି ସ୍ଥାନରେ ପ୍ରାୟ ଦୁଇ ଲକ୍ଷ ମହିଳାଙ୍କ ମୃତ୍ୟୁ ଗର୍ଭାବସ୍ଥାରେ ହୋଇଥିବାରୁ ଗର୍ଭବତୀ ହେବା ଏଠାରେ ପାପ ବୋଲି ଧରା ଯାଇଥାଏ । ଜଣେ ଫଟୋଗ୍ରାଫର ସେହି ଅଞ୍ଚଳକୁ ଯାଇ ତଦନ୍ତ କରିବା ପରେ ଜ୍ଞାନ,ସଚେତନତା ଏବଂ ଉନ୍ନତ ଧରଣର ଚିକିତ୍ସା ସୁବିଧାର ଅଭାବରୁ ସେଠାରେ ମହିଳାମାନେ ମୃତ୍ୟୁମୁଖରେ ପଡ଼ୁଥିବା ଜାଣିବାକୁ ପାଇଥିଲେ ।

publive-image rochakpost.com

ଫଟୋଗ୍ରାଫର ପୋଲୋ ନିଜର ପ୍ରୋଜେକ୍ଟ ପାଇଁ ସେଠାକୁ ଯାଇଥିବା ବେଳେ ଏଠାରେ ମହିଳାମାନଙ୍କ ପାଇଁ ଗର୍ଭବତୀ ହେବା ଅଭିଶାପ ବୋଲି ଶୁଣିବାକୁ ପାଇଥିଲେ । ଚିକିତ୍ସା ଅଭାବରୁ ଏଠି ମହିଳାମାନେ ମୃତ୍ୟୁବରଣ କରୁଥିବା ବେଳେ ଏଠାକାର ଲୋକମାନେ ଏହାକୁ ଅଭିଶାପ ବୋଲି ଭାବିନେଇଥିବା ଜାଣି ପାରିଥିଲେ ପୋଲୋ । ଏହି ସମସ୍ୟାର ଏକ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏଭଳି କିଛି ଘଟଣା ଦେଶର କୋଣରେ ଘଟୁଛି ବୋଲି ବିଶ୍ୱବାସୀ ଜାଣି ପାରିଥିଲେ । ଏବେ ସେହି ଅଞ୍ଚଳର ସମସ୍ୟାକୁ ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe