ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ୯ମାସର ଅନ୍ତସତ୍ତ୍ବା ଥିଲେ ସେମାନଙ୍କୁ ଚାଲିବା, ବୁଲିବା, ବସିବା, ଉଠିବାରେ ଅନେକ ଅସୁବିଧା ହୋଇଥାଏ। କିନ୍ତୁ ୟୁଟ୍ୟୁବରେ ନିକଟରେ ଏହାର ଏକ ଅଲଟା ଘଟଣା ଦେଖିବାକୁ ମିଳୁଛି। ମାଇକେଲ ମାଇଲର ନାମକ ଜଣେ ବ୍ୟକ୍ତି ନିଜ ୟୁ ଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଥିଲେ। ପ୍ରାୟ ଏକ ମିନିଟ ଅବଧିର ଏହି ଭିଡିଓରେ ମାଇଲରଙ୍କ ୯ମାସର ଅନ୍ତସତ୍ତ୍ବା ସ୍ତ୍ରୀ ମାକେନାଙ୍କୁ ଦେଖିବାକୁ ମିଳୁଛି।
ମାଇଲର ସର୍ତ୍ତ ମୁତାବକ ୯ମାସର ଗର୍ଭବତୀ ଥିବା ମାକେନଙ୍କୁ ୮ମିନଟ ମଧ୍ୟରେ ଗୋଟିଏ ମାଇଲ (୧.୬କିମି) ଦୌଡ଼ିବାକୁ ଥିଲା। ଯଦି ମାକେନ ଏହି ଧାର୍ଯ୍ୟ ଦୂରତା ଅତିକ୍ରମ କରି ଦିଅନ୍ତି ତେବେ ମାଇଲର ତାଙ୍କୁ ୧୦୦ଡଲାର ଦେବେ ବୋଲି ସର୍ତ୍ତ ରଖିଥିଲେ।
ସ୍ବାମୀଙ୍କ ସର୍ତ୍ତ ମୁତାବକ ୯ମାସର ଗର୍ଭବତୀ ଥିବା ପତ୍ନୀ ମାକେନ ୫.୨୫ ମିନିଟରେ ୧.୬କିମି ଦୂରତା ଅତିକ୍ରମ କରି ସର୍ତ୍ତ ଜିତି ଯାଇଥିଲେ। ଆଉ ସମସ୍ତେ ତାଙ୍କ ଦୌଡ଼କୁ ଦେଖି ଚକିତ ହୋଇ ରହି ଯାଇଥିଲେ। ଗର୍ଭାବସ୍ଥାର ଅନ୍ତିମ ମାସରେ ମାକେନ ଏତେ ଜୋରରେ ଦୌଡ଼ୁଥିବା ବାସ୍ତବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଏହି ଭିଡିଓକୁ ୬ହଜାରରୁ ଊର୍ଧ୍ବ ଲୋକ ଦେଖି ସାରିଥିବାବେଳ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି। କେହିକେହି ମାକେନଙ୍କୁ ‘ଆଇରନ ଲେଡି’ ବୋଲି ବି କହିଛନ୍ତି।
Follow Us