ବ୍ୟାଙ୍କ ପି.ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତ , ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Advertisment
ବ୍ୟାଙ୍କ ପି.ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତ , ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ବିଭିନ୍ନ ଷ୍ଟ୍ରିମରେ ଗ୍ରାଜୁଏସନ୍‌ କରିଥିବା ଯୁବକ ଯୁବତୀମାନେ ବ୍ୟାଙ୍କ୍‌ରେ ପ୍ରୋବେସନାରି ଅଫିସର୍‌ (ପି ଓ) ହେବାଲାଗି ଚାହୁଁଛନ୍ତି। ମନେ ରଖନ୍ତୁ ପି.ଓ ରୂପେ ନିଯୁକ୍ତି ଦେବା ଲାଗି ଏକ ଲିଖିତ ପରୀକ୍ଷା ଦେବା ପାଇଁ ପଡେ । ଏଥିରେ ସଫଳତା ପାଇବା ପାଇଁ ନିମ୍ନୋକ୍ତ ଟିପ୍ସ ପ୍ରତି ଧ୍ୟାନ ଦେଇପାରନ୍ତି ।
ନୂଆ ପାଟର୍ଣ୍ଣ ପ୍ରତି ଧ୍ୟାନ ଦିଅନ୍ତୁ: ନୂଆ ପାଟର୍ଣ୍ଣ ଅନୁଯାୟୀ ପରୀକ୍ଷା ହୋଇଥାଏ । ନୂଆପାଟର୍ଣ୍ଣର ସାଂପଲ ପେପର ଉପରେ ଗୁରୁତ୍ୱ ଦିଅନ୍ତୁ। ଏତଦ୍‌ବ୍ୟତୀତ କ୍ରିଏଟିଭ୍‌ ପେପର୍‌ ମଧ୍ୟ ଥାଏ । ମୋଟ୍‌ ୨୫୦ ମାର୍କର ପରୀକ୍ଷା ହୋଇଥାଏ । ଯେଉଁଥିରେ ରିଜନିଙ୍ଗ, ଇଂଲିଶ୍‌ ଲାଙ୍ଗୁଏଜ୍‌, ନ୍ୟୁମିରାକାଲ୍‌ ଏବିଲିଟି, କଂପ୍ୟୁଟର ନଲେଜ୍‌ ଓ ଜେନେରାଲ୍‌ ଆଓ୍ଵାରନେସ୍‌ ଇତ୍ୟାଦି ସଂପର୍କୀତ ପ୍ରଶ୍ନ ପଡ଼ିଥାଏ ।
କମ୍‌ ସମୟରେ ସ୍ମାର୍ଟ ଷ୍ଟ୍ରାଟେଜି: ଯଦି ଆପଣ ବ୍ୟାଙ୍କ୍‌ ପରୀକ୍ଷାରେ ସଫଳ ହେବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ନିଜର ଯୋଗ୍ୟତାକୁ ଚିହ୍ନନ୍ତୁ ଏବଂ ତାହା ଅନୁଯାୟୀ ପ୍ରସ୍ତୁତି କରନ୍ତୁ । ମନେ ରଖନ୍ତୁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ନ ହେଲେ, ଆପଣଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯିବ ନାହିଁ ।
ଅଭ୍ୟାସ ଜରୁରୀ: ଆପଣ ବିଭିନ୍ନ ସାଂପଲ ପେପର୍‌କୁ ପୂର୍ବରୁ ନିୟମିତ ରୂପେ ଅଭ୍ୟାସ କରନ୍ତୁ । କିନ୍ତୁ କମ୍‌ ସମୟରେ ବେଶି ସଂଖ୍ୟକ ପ୍ରଶ୍ନର ଉତ୍ତର କରି ଦେଇପାରିବେ, ତାହା ପ୍ରତି ବି ଧ୍ୟାନ ରଖନ୍ତୁ । ଏହା କେବଳ ଅଭ୍ୟାସ ଦ୍ୱାରା ହିଁ ସମ୍ଭବ । ଯେତେ ଅଧିକ ଅଭ୍ୟାସ କରିବେ, ସେତେ ଭଲ ମାର୍କ ରଖି ପାରିବେ ।

publive-image photo youtube

ନେଗେଟିଭ୍‌ ମାର୍କିଙ୍ଗ୍‌ର ଧ୍ୟାନ ରଖନ୍ତୁ: ଏବେ ପ୍ରାୟ ସମସ୍ତ ବ୍ୟାଙ୍କ୍‌ ପି.ଓ ପରୀକ୍ଷା ଭୁଲ୍‌ ଉତ୍ତର ଲାଗି ନେଗେଟିଭି ମାର୍କିଂ ହେଉଛି । ଏଣୁ ଉତ୍ତର ଲେଖିବା ପୂର୍ବରୁ ଶତପ୍ରତିଶତ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ଲେଖୁଛନ୍ତି, ତାହା ଠିକ୍‌ । କାରଣ ନେଗେଟିଭ୍‌ ମାର୍କିଙ୍ଗ୍‌ ଦ୍ୱାରା ଆପଣଙ୍କ ସ୍ଥିତ ଖରାପ ମଧ୍ୟ ହୋଇପାରେ, ଏକଥା ମନେ ରଖିବାକୁ ହେବ ।
ଉତ୍ତମ ପ୍ରଦର୍ଶନ ଉପରେ ଫୋକସ୍‌ କରନ୍ତୁ: ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ କରିବେ, ତା’ଉପରେ ଫୋକସ୍‌ କରନ୍ତୁ । ଯେଉଁମାନେ ଅନ୍ୟମାନଙ୍କ କଥା ଶୁଣି ବିଚଳିତ ହୁଅନ୍ତି, ସେମାନେ ଅସୁବିଧାରେ ପଡନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe