ପୁରୁଷକୁ ଦୁଃସାହସିକ କରାଏ ମହିଳାଙ୍କ ଉପସ୍ଥିତି

Advertisment
ପୁରୁଷକୁ ଦୁଃସାହସିକ କରାଏ ମହିଳାଙ୍କ ଉପସ୍ଥିତି

କୌଣସି ପୁରୁଷର ସଫଳତା ପଛରେ ଜଣେ ନାରୀ ରହିଥାଏ ବୋଲି ପ୍ରବାଦ ରହିଛି। ତେବେ ଜଣେ ପୁରୁଷକୁ ଅଧିକ ଦୁଃସାହସିକ କରିବାରେ ମଧ୍ୟ ନାରୀର ଭୂମିକା ରହିଥିବା ଜଣାଯାଇଛି। ଅବଶ୍ୟ କୌଣସି ପରିବର୍ତ୍ତିତ ପରିସ୍ଥିତିର ମୁକାବିଲା ପାଇଁ ସ୍ତ୍ରୀ ପୁରୁଷ ନିର୍ବିଶେଷରେ କେହି ଦୁଃସାହସିକତା ପ୍ରଦର୍ଶନ କରିବା ଭିନ୍ନ କଥା ହୋଇପାରେ। ତେବେ ବିଶେଷ କରି ଜଣେ ସୁନ୍ଦରୀ ନାରୀର ଉପସ୍ଥିତିରେ ହିଁ ପୁରୁଷମାନେ ଅଧିକ ଦୁଃସାହସିକ ହୋଇପଡ଼ିଥାନ୍ତି ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏପରିକି ପୁରୁଷଟିଏ ଜଣେ ସୁନ୍ଦରୀ ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେବାକୁ ପସନ୍ଦ କରିଥିବା ଜଣାଯାଇଛି।

କ୍ବିନ୍‌ସଲାଣ୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ଅନୁଧ୍ୟାନ ସ୍ବରୂପ, ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ‘ସର୍ଫବୋର୍ଡ’ରେ ପାଖାପାଖି ଶହେ ଜଣ ପୁରୁଷ ପ୍ରତିଯୋଗୀଙ୍କୁ ସାମିଲ କରି ଗବେଷକମାନେ ଏପରି ନିର୍ଯାସରେ ପହଞ୍ଚିଛନ୍ତି। ଜଣେ ପୁରୁଷ ନିରୀକ୍ଷକଙ୍କ ଉପସ୍ଥିତିରେ ପ୍ରତିଯୋଗୀମାନେ ଯେଭଳି କ୍ରୀଡ଼ା ପ୍ରଦର୍ଶନ କରିଥିଲେ, ଜଣେ ଆକର୍ଷଣୀୟ ମହିଳା ନିରୀକ୍ଷକଙ୍କ ଉପସ୍ଥିତିରେ ସେମାନେ ଅତ୍ୟଧିକ ଦୁଃସାହସିକ ଭଙ୍ଗୀରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ଜଣାପଡ଼ିଥିଲା। ଏପରିକି ଏଥିଯୋଗୁଁ କେହି କେହି ଭୀଷଣ ଭାବରେ ଦୁର୍ଘଟଣାଗ୍ରସ୍ତ ହୋଇ ଉପକୂଳରେ ପିଟି ହୋଇଥିବା ଦେଖାଯାଇଥିଲା। ତେବେ ଏ କ୍ଷେତ୍ରରେ ପ୍ରତିଯୋଗୀମାନଙ୍କର କାମୋଦ୍ଦୀପକ ହରମୋନ୍‌ ଟେଷ୍ଟୋଷ୍ଟିରୋନ୍‌ ସ୍ତର ବହୁତ ବଢ଼ିଯାଇଥିବା ସେମାନଙ୍କ ଲାଳ ପରୀକ୍ଷାରୁ ପରେ ଜଣାପଡ଼ିଥିଲା। ସୁତରାଂ ସୁନ୍ଦରୀ ମହିଳାଙ୍କ ଉପସ୍ଥିତି ପୁରୁଷଙ୍କୁ ଅଧିକ ଆକ୍ରାମକ ତଥା ବିପଦ ଆହ୍ବାନକାରୀ କରିଥାଏ ବୋଲି ଗବେଷକମାନେ ନିଶ୍ଚିତ ହୋଇଥିଲେ। ଅପରପକ୍ଷେ, ମହିଳାଙ୍କ କ୍ଷେତ୍ରରେ ଅନୁରୂପ ଘଟିଥାଏ ନା ନାହିଁ ତାହା ଗବେଷଣା ସାପେକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe