ଅଙ୍କିତାଙ୍କଠାରୁ ରାଷ୍ଟ୍ରପତି ଗ୍ରହଣ କଲେ ତୈଳଚିତ୍ର

ଅଙ୍କିତାଙ୍କଠାରୁ ରାଷ୍ଟ୍ରପତି ଗ୍ରହଣ କଲେ ତୈଳଚିତ୍ର

ଭୁବନେଶ୍ୱର: ରସୁଲଗଡ଼ସ୍ଥିତ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରୀ ଅଙ୍କିତା ଦାସଙ୍କ ବହୁ ଦିନର ଆଶା ପୂରଣ କରିଛନ୍ତି ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ଅଙ୍କିତା ତାଙ୍କର ଏକ ତୈଳଚିତ୍ର ଆଙ୍କି ତାହାକୁ ରାଷ୍ଟ୍ରପତିଙ୍କୁ ଦେବାକୁ ସ୍ଥିର କରିଥିଲେ। ସୁଯୋଗ ମିଳିବ କି ନାହିଁ, ସେହି ଆଶାରେ ସେ ରହିଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ରାଷ୍ଟ୍ରପତି ଆସୁଥିବା ଜାଣି ଶୁକ୍ରବାର ଦିନ ସେ ଅପରାହ୍‌ଣ ୨ଟାରୁ ତୈଳଚିତ୍ର ହାତରେ ଧରି ଆସି କ୍ୟାମ୍ପସ ମୁଖ୍ୟ ଫାଟକ ନିକଟରେ ଛିଡ଼ା ହୋଇ ରହିଥିଲେ। ମାତ୍ର ରାଷ୍ଟ୍ରପତି ସମ୍ପୃକ୍ତ ରାସ୍ତାରେ ଆସି ନଥିଲେ। ଉତ୍ତରପାର୍ଶ୍ବ ରାସ୍ତା ଦେଇ ସେ ଆସୁଥିବା ଜାଣି ଅଙ୍କିତା ସେଠାରେ ପହଞ୍ଚିଥିଲେ। ସ୍କୁଲ ଡ୍ରେସ୍‌ ପିନ୍ଧି ହାତରେ ତୈଳଚିତ୍ର ଧରି ସେଠାରେ ପହଞ୍ଚିଥିଲେ। ପୁଲିସ କର୍ମଚାରୀଙ୍କ ବାରଣ ସତ୍ତ୍ବେ ସେ ପାଖାପାଖି ତିନି ଘଣ୍ଟା ଧରି ଫାଟକ ନିକଟରେ ଛିଡ଼ା ହୋଇ ରହିଥିଲେ। ରାଷ୍ଟ୍ରପତି କ୍ୟାମ୍ପସରୁ ବାହାରି ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ସହ ମିଶି ଗାଡ଼ିକୁ ଯିବା ସମୟରେ ଅଙ୍କିତାଙ୍କଠାରୁ ତୈଳଚିତ୍ର ଗ୍ରହଣ କରିଥିଲେ। ଅଙ୍କିତା କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ଅତି ପାଖରୁ ଦେଖି ଖୁସି ଲାଗିଲା। ତୈଳଚିତ୍ର ଦେଖିବା ପରେ ଭେରି ଗୁଡ୍‌ ବୋଲି କହିବା ସହ ନାଁ ପଚାରିଥିଲେ। ବହୁତ ଖୁସି ଲାଗୁଛି।

publive-image

ପୂର୍ଣ୍ଣମାସୀଙ୍କ ପାଖକୁ ଧାଇଁ ଆସିଲେ
ସମାବର୍ତ୍ତନ ଉତ୍ସବ ଅବସରରେ ୩ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ସାହିତ୍ୟ ଓ ସମାଜସେବା କ୍ଷେତ୍ର ପାଇଁ ପୂର୍ଣ୍ଣମାସୀ ଜାନୀଙ୍କ ନାମ ଘୋଷଣା କରାଯିବା ପରେ ତାଙ୍କୁ ହୁଇଲ୍‌ ଚେୟାରରେ ମଞ୍ଚକୁ ନିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଲାଲ୍‌ ତାଙ୍କୁ ଡିଗ୍ରି ପ୍ରଦାନ କରିବା ସମୟରେ ରାଷ୍ଟ୍ରପତି ମଧ୍ୟ ତାଙ୍କ ନିକଟକୁ ଧାଇଁ ଆସିଥିଲେ। ଏହି ସମୟରେ ଶ୍ରୀମତୀ ଜାନୀ ମଧ୍ୟ ସମ୍ମାନର ସହ ରାଷ୍ଟ୍ରପତିଙ୍କ ପାଦ ଛୁଇଁବାକୁ ଉଦ୍ୟମ କରିଥିଲେ। ମାତ୍ର ରାଷ୍ଟ୍ରପତି ନଇଁ ପଡ଼ି ତାଙ୍କୁ ଅଟକାଇଥିଲେ। ଏହାପରେ ନିଜ ସ୍ଥାନକୁ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe