ଏଣିକି କଏଦୀମାନଙ୍କ ସହିତ ଉଚ୍ଚସ୍ବରରେ କଥା ହୋଇପାରିବେ ନାହିଁ ପୁଲିସ

Advertisment
ଏଣିକି କଏଦୀମାନଙ୍କ ସହିତ ଉଚ୍ଚସ୍ବରରେ କଥା ହୋଇପାରିବେ ନାହିଁ ପୁଲିସ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ ‌ସେତେବେଳେ ଯାଇ ଜେଲକୁ ପଠାଯାଇଥାଏ ଯେତେବେଳେ ସେ ସମାଜରେ କୌଣସି ଅସାମାଜିକ କାମ କରିଥାଆନ୍ତି। ତେବେ ଆଜିକାଲି ଜେଲରେ କଏଦୀମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ତିଆରି କରାଯାଉଛି। ଯାହାଫଳରେ ସେମାନେ ଜେଲରେ ଏକ ଭଲ ପରିବେଶ ପାଇପାରିବେ ।

ଏହାଫଳରେ ଜଣେ କଏଦୀ ଭଲ ମଣିଷ ହୋଇ ଜେଲରୁ ବାହାରି ପାରିବ। ଏହି କ୍ରମରେ ବ୍ରିଟେନର କଏଦୀମାନଙ୍କୁ ପୁଲିସ ଆଉ ଗାଳିଗୁଲଜ କରି ପାରିବେ ନାହିଁ ସେନେଇ ବାରଣ କରାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏଚଏମ ଇନ୍ସପେକ୍ଟର ଅଫ ଫ୍ରିଜନ ନାମକ ଏକ ରିପୋର୍ଟରେ ବ୍ରିଟେନର ପୁଲିସ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି କି, କଏଦୀମାନଙ୍କ  ସହିତ ସେମାନେ ଆଦୌ ଉଚ୍ଚ ସ୍ବରରେ କଥା ହୋଇ ପାରିବେ ନାହିଁ। ଏହା ବ୍ୟତୀତ ସେମାନେ କଏଦୀମାନଙ୍କୁ ଗାଳି ଦେଇ ପାରିବେ ନାହିଁ। କାରଣ ଏପରି କରିବା ଦ୍ୱାରା କଏଦୀମାନେ କ୍ରୋଧିତ ହେବା ସହିତ ଦୁଃଖୀ ହୋଇଯାଇଥାଆନ୍ତି। ଏହି ରିପୋର୍ଟରେ କଏଦୀମାନେ ଜେଲରେ ରହିବା ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି।

In My Own Words: Felons or Humans? - EasyBlog

ଏଚଏମ ଇନ୍ସପେକ୍ଟରେଟ ଅଫ ଫ୍ରିଜନ ଇଂଲଣ୍ଡର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ସଂସ୍ଥା। ଏହା କଏଦୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ଯୋଗାଇବା ସୁନିଶ୍ଚିତ କରେ । ଏହାର ରିପୋର୍ଟରେ କୁହାଯାଇଛି ଯେ ଜେଲଗୁଡିକ ଏପରି ହେବା ଉଚିତ ଯେ ‌ଯେଉଁସ୍ଥାନରେ କଏନ୍ଦୀମାନଙ୍କ ପାଇଁ ସୁନ୍ଦର ସ୍ଥାନ, ଗଛ, ଉଦ୍ଭିଦ, ଫୁଲ ଏବଂ ପୋଖରୀ ରହିବା ଦରକାର। ଏହା କଏଦୀମାନଙ୍କ ଉପରେ ସକରାତ୍ମକତା ପ୍ରଭାବ ପକାଇଥାଏ ।  ଏଥିସହିତ ରିପୋର୍ଟରେ ଜେଲରେ ଥିବା ମହିଳାମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe