ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳ ହେଲେ ବିଚାରାଧୀନ କଏଦୀ, ସର୍ବଭାରତୀୟ ସ୍ତରରେ ୫୪ ରାଙ୍କ ହାସଲ

Advertisment
ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳ ହେଲେ ବିଚାରାଧୀନ କଏଦୀ, ସର୍ବଭାରତୀୟ ସ୍ତରରେ ୫୪ ରାଙ୍କ ହାସଲ

ପାଟନା: ଜେଲରେ ପାଠ ପଢି ଉତ୍ତୀର୍ଣ୍ଣ ହେଲେ ଆଇଆଇଟି ପ୍ରବେଶିକା ପରୀକ୍ଷା | ବିହାରର ନୱାଦା ମଣ୍ଡଳ ଜେଲର କଏଦୀ ସୁରଜ କୁମାର ଜେଲରେ ରହି ବି ନିଜ ଚେଷ୍ଟା ଦ୍ୱାରା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି | ଜେଲରେ ଥିବାବେଳେ ସୁରଜ ଆଇଆଇଟିର ଜଏଣ୍ଟ ଆଡମିଶନ ଟେଷ୍ଟ ଫର ମାଷ୍ଟର (JAM) ରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଗତ ସପ୍ତାହରେ ପ୍ରକାଶିତ ଫଳାଫଳରେ ସୁରଜ ଅଲ ଇଣ୍ଡିଆରେ ୫୪ ତମ ରାଙ୍କ ହାସଲ କରିଛନ୍ତି । ସେ ବର୍ତ୍ତମାନ ଆଇଆଇଟି ରୁର୍କିରେ ଆଡମିଶନ ନେବାକୁ ଏବଂ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |

ସୁରଜଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ ଏହି ସଫଳତା ପଛରେ ତତ୍କାଳୀନ ଜେଲର ଅଭିଷେକ ପାଣ୍ଡେଙ୍କର ପ୍ରମୁଖ ଭୂମିକା ଥିଲା | ସୁରଜ ଜଣେ ମେଧାବୀ ଛାତ୍ର ହୋଇଥିବାର ଜାଣିବା ପରେ ଅଭିଷେକ ଜେଲ ଭିତରେ ପରୀକ୍ଷା ପାଇଁ ନୋଟ୍ ସମେତ ପୁସ୍ତକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଆଉ ଜେଲରଙ୍କ ପାଖରୁ ଏଭଳି ସାହାଯ୍ୟ ମିଳିବା ପରେ ସୁରଜ ଜେଲ ଭିତରେ ନିଜକୁ ପ୍ରସ୍ତୁତ କରିଥିଲେ | ଫେବୃଆରୀ ୧୩ ରେ ସେ ଜେଲରୁ ପାରୋଲରେ ଯାଇ ପରୀକ୍ଷା ଦେଇଥିଲେ।

ସୁରଜ କୁମାରଙ୍କ ଘର ୱାରିସଲିଞ୍ଜର ମୋସମା ଗାଁରେ ହୋଇଥିବାବେଳେ ଏହାପୂର୍ବରୁ, ସେ କୋଟାରେ ଏକ ବର୍ଷ ରହି ଆଇଆଇଟି ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ | ତେବେ ଗତବର୍ଷ ଗାଁକୁ ଆସିଥିବାବେଳେ ଏକ ଡ୍ରେନ ବିବାଦ ଓ ମାରପିଟ ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା | ଗିରଫ କରାଯିବା ପରେ ୧୯ ଏପ୍ରିଲ ୨୦୨୧ରେ ଜେଲକୁ ପଠାଇ ଦିଆଯାଇଥିଲା। ଯେତେବେଳେ ସେ ଜେଲକୁ ଆସିଥିଲେ, ସେ ଭାଙ୍ଗି ପଡ଼ିଥିଲେ | ତେବେ ଜେଲର ତାଙ୍କୁ କ୍ୟାରିୟର ଉପରେ ଫୋକସ କରିବାକୁ ପରାମର୍ଶ ଦେଇଥିଲେ ଓ ସେ ଏବେ ସଫଳତା ପାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe