ଏଣିକି ଆଉ ବୁଲା ବିକାଳି ଟ୍ରେନ୍ ଭିତରେ ବିକି ପାରିବେନି ଖାଦ୍ୟପେୟ

Advertisment
ଏଣିକି ଆଉ ବୁଲା ବିକାଳି ଟ୍ରେନ୍ ଭିତରେ ବିକି ପାରିବେନି ଖାଦ୍ୟପେୟ

ଏଣିକି ଆଉ ଟ୍ରେନ୍‌ରେ ବୁଲା ବିକାଳି ବିକି ପାରିବେନି ଖାଦ୍ୟପେୟ। ଯାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ତରଫରୁ ନିଆଯାଇଛି ଏପରି କଠୋର ନିଷ୍ପତି । ତେବେ ରେଳ ମନ୍ତ୍ରାଳୟର ଏହି ନିଷ୍ପତିରେ କୁହାଯାଇଛି କି, ଏଣିକି କେବଳ ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ ତଥା ଆଇଆରସିଟିସିର କର୍ମଚାରୀମାନେ ହିଁ ଟ୍ରେନଗୁଡିକରେ ଯାତ୍ରୀମାନଙ୍କୁ ଖାଦ୍ୟପେୟ ସାମଗ୍ରୀ ପହଂଚାଇବେ । ଏପରିକି ଯେଉଁ ସବୁ କଂପାନୀମାନଙ୍କ ସହିତ ରେଳ ମନ୍ତ୍ରାଳୟ ସହ ପାର୍ଟନର୍ସିପ ହୋଇଥିବ, ସେହି ସବୁ କଂପାନୀଗୁଡିକର ଭେଣ୍ଡରଙ୍କୁ ଷ୍ଟେସନରେ ଆଇଆରସିଟିସିର କର୍ମଚାରୀଙ୍କୁ ଜିନିଷ ବିକ୍ରି ପାଇଁ ଅନୁମତି ଦିଆଯିବ। ଟ୍ରେନ ଭିତରେ ଓ ବାହାରେ ବସିଥିବା ଯାତ୍ରୀମାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀକୁ ପହଂଚାଇବାର ଦାୟିତ୍ୱ ଆଇଆରସିଟିସି କର୍ମଚାରୀଙ୍କ ହିଁ ହେବ।

publive-image

ବର୍ତ୍ତମାନ ଏହି ଯୋଜନା ନୂଆ ଦିଲ୍ଲୀ, କାନପୁର, ନାଗପୁର, ଭୋପାଳ, ଇଟାରସି ଏବଂ ଝାନ୍ସି ରେଲୱେ ଷ୍ଟେସନମାନଙ୍କରେ ଆରମ୍ଭ ହେବାକୁ ଯାଉଛି । ଯଦି ଏହି ଯୋଜନାଟି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇଯାଏ ତେବେ ଏହା ବାକି ସମସ୍ତ ରେଳ ଷ୍ଟେସନମାନଙ୍କରେ ବି ଲାଗୁ କରିଦିଆଯିବ । ଟ୍ରେନରେ ଯେଭଳି ଯାତ୍ରୀମାନଙ୍କୁ ଉତମ ତଥା ସ୍ୱାସ୍ଥ୍ୟକର ଖାଦ୍ୟପେୟ ସାମଗ୍ରୀ ଉପଲବ୍ଧି କରାଯିବ, ଏଥିପାଇଁ ଆଇଆରସିଟିସି ବିଭିନ୍ନ ଘରୋଇ କଂପାନୀମାନଙ୍କ ସହ ବୁଝାମଣା କରିଛି । ଏହି ଆଳରେ ଏଭଳି ଅନେକ କଂପାନୀ ମଧ୍ୟ ଟ୍ରେନରେ ଖାଦ୍ୟପେୟ ସାମଗ୍ରୀ ପହଂଚାଇବାରେ ଲାଗିପଡିଛନ୍ତି । ଯେଉଁମାନଙ୍କର କି ରେଳ ମନ୍ତ୍ରାଳୟ ସହିତ କୌଣସି ପ୍ରକାରର ବୁଝାମଣା ହୋଇନି।

publive-imageଅବୈଧ ଭେଣ୍ଡରମାନଙ୍କର ଟ୍ରେନରେ ପସି ଯାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବାର ଅନେକ ଅଭିଯୋଗ ଆସିଛି । ଏଭଳି ପରିସ୍ଥିତିରେ ଆଇଆରସିଟିସି ନିଜ ଡେଲିଭରୀ ବୟ ନିଯୁକ୍ତ କରିବାକୁ ନିଷ୍ପତି ନେଇଛି । ରେଳ ଯାତ୍ରୀ ଯେମିତି ଆଇଆରସିଟିସିର ୱେବସାଇଟ କିମ୍ବା ଆପରୁ ଖାଇବା ସାମଗ୍ରୀ ବୁକ୍ କରିବେ, ଏସଂପର୍କରେ ସମ୍ବନ୍ଧିତ କଂପାନୀଗୁଡିକୁ ମେଲ ମାଧ୍ୟମରେ ସୂଚିତ କରିଦିଆଯିବ । ଏହାପରେ କଂପାନୀର କର୍ମଚାରୀ ଅର୍ଡର ଅନୁସାରେ, ଖାଦ୍ୟସାମଗ୍ରୀ ନେଇ ଷ୍ଟେସନ ପରିସରରେ ପହଂଚିଯିବେ ଏବଂ ଆଇଆରସିଟିସିର କର୍ମଚାରୀମାନଙ୍କ ଦାୟିତ୍ୱରେ ଦେବେ । ଯେଉଁମାନେ କି ଏହି ଖାଦ୍ୟସାମଗ୍ରୀଗୁଡିକୁ ଯାତ୍ରୀଙ୍କ ନିକଟରେ ପହଂଚାଇବେ । ତେବେ ଘରୋଇ କଂପାନୀମାନଙ୍କର କର୍ମଚାରୀଙ୍କୁ ବି ଟ୍ରେନରେ ପସିବାକୁ ଅନୁମତି ଦିଆଯିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe