Advertisment

Priyanka-Jones: ପ୍ରିୟଙ୍କା-ଜୋନ୍‌ସଙ୍କ ମଧୁମେହ ସଚେତନତା

Advertisment

ବର୍ତ୍ତମାନ ଭାରତରେ ବିଶ୍ବର ସର୍ବାଧିକ ସଂଖ୍ୟକ ଟାଇପ୍ ୧ ମଧୁମେହରେ ପୀଡ଼ିତ ଯୁବକଯୁବତୀ  ଥିବାବେଳେ ସେମାନଙ୍କର ରୋଗ ନିରୂପଣ ବିଳମ୍ବରେ ହୁଏ ଏବଂ ସେମାନଙ୍କୁ ସାମାଜିକ ଳଜ୍ଜ‌ାର ସମ୍ମୁଖୀନ ହେବାକୁ ପଡ଼େ।

ବର୍ତ୍ତମାନ ଭାରତରେ ବିଶ୍ବର ସର୍ବାଧିକ ସଂଖ୍ୟକ ଟାଇପ୍ ୧ ମଧୁମେହରେ ପୀଡ଼ିତ ଯୁବକଯୁବତୀ  ଥିବାବେଳେ ସେମାନଙ୍କର ରୋଗ ନିରୂପଣ ବିଳମ୍ବରେ ହୁଏ ଏବଂ ସେମାନଙ୍କୁ ସାମାଜିକ ଳଜ୍ଜ‌ାର ସମ୍ମୁଖୀନ ହେବାକୁ ପଡ଼େ।

daggdazvccvcv

ବର୍ତ୍ତମାନ ଭାରତରେ ବିଶ୍ବର ସର୍ବାଧିକ ସଂଖ୍ୟକ ଟାଇପ୍ ୧ ମଧୁମେହରେ ପୀଡ଼ିତ ଯୁବକଯୁବତୀ  ଥିବାବେଳେ ସେମାନଙ୍କର ରୋଗ ନିରୂପଣ ବିଳମ୍ବରେ ହୁଏ ଏବଂ ସେମାନଙ୍କୁ ସାମାଜିକ ଳଜ୍ଜ‌ାର ସମ୍ମୁଖୀନ ହେବାକୁ ପଡ଼େ। ଏ ପରିପ୍ରେକ୍ଷୀରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ଗାୟକ ସ୍ବାମୀ ନିକ୍ ଜୋନ୍‌ସଙ୍କ ଅନୁଷ୍ଠାନ ‘ବିୟଣ୍ଡ ଟାଇପ୍ ୧ ଫାଉଣ୍ଡେସନ୍’ ଭାରତରେ ମଧୁମେହ ସଚେତନତା ଆରମ୍ଭ କରିଛି। ଏହା ହଜାର ହଜାର ରୋଗୀଙ୍କୁ ମଧୁମେହ ପରିଚାଳନାରେ ସହାୟତା କରିବ। 

ସୂଚନାଯୋଗ୍ୟ, ୧୩ ବର୍ଷ ବୟସରେ ନିକ୍ ଜୋନ୍‌ସଙ୍କୁ ଟାଇପ୍ ୧ ମଧୁମେହ ହୋଇଥିଲା। ତାଙ୍କର ଏହି ଅଭିଯାନର ଲକ୍ଷ୍ୟ ହେଉଛି, ରୋଗ ସହିତ ଜଡ଼ିତ ଅପବାଦକୁ ଦୂର କରିବା ସହ ସଚେତନତା ବୃଦ୍ଧି କରିବା। ଜୋନ୍‌ସ ମଧୁମେହ ରୋଗୀମାନଙ୍କୁ ‘ଜ୍ଞାନ, ସମର୍ଥନ ଓ ମର୍ଯ୍ୟାଦା’ ପ୍ରଦାନ କରିବା ପାଇଁ ଏହି ଅଣଲାଭକାରୀ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି। ‘ବିୟଣ୍ଡ ଟାଇପ ୧’ର ପ୍ରାରମ୍ଭିକ ଅଭିଯାନରେ ଲେଫ୍‌ଟନାଣ୍ଟ କର୍ଣ୍ଣେଲ କୁମାର ଗୌରବ, ୧୩ ବର୍ଷୀୟ କରାଟେ ଚାମ୍ପିଅନ୍ ମେହରିନ ରାଣା, ଖେଳଣା ଡିଜାଇନର୍ ତଥା ଉଦ୍ୟୋଗୀ ଶ୍ରେୟା ଜୈନ, ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଇନ୍ଦୁ ଥାମ୍ପି ଓ ଧାବକ ହରିଚନ୍ଦ୍ରନ ପୋନୁସାମି ପ୍ରମୁଖଙ୍କୁ ସାମିଲ କରିଛି। ସେମାନେ ମଧୁମେହକୁ ସଫଳତାର ସହ ମୁକାବିଲା କରିବାର ପ୍ରେରଣାଦାୟକ ଯାତ୍ରା ବାବଦରେ ଅଭିଜ୍ଞତା ବାଣ୍ଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe