ଅଧିକ ସମୟ ବସି ରହି ଟିଭି ଦେଖିଲେ ହୋଇଥାଏ ଏହି ସବୁ ସମସ୍ୟା

Advertisment
ଅଧିକ ସମୟ ବସି ରହି ଟିଭି ଦେଖିଲେ ହୋଇଥାଏ ଏହି ସବୁ ସମସ୍ୟା

Forbes

ଦୀର୍ଘ ସମୟ ଧରି ଟିଭି ଦେଖୁଥିବା ଲୋକମାନଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ପୂର୍ବରୁ ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା ହୃତ୍‌ପିଣ୍ଡଜନୀତ ରୋଗ ହୁଏ ବୋଲି। ଅଧିକ ସମୟ ଧରି ଟିଭି ଦେଖିବା ଫଳରେ ଶରୀରର ଶିରା, ଫୁସ୍‌ଫୁସ୍‌ ଏବଂ ପେଲ୍‌ଭିସରେ ରକ୍ତ ଜମାଟ ବାନ୍ଧିଥାଏ ଯାହାକୁ କି ଭେନସ୍‌ ଥ୍ରମ୍ବୋ ଏମ୍ବୋଲିଜିମ କୁହାଯାଏ ।

ଟିଭି ଦେଖିବା କିଛି ଖରାପ କଥା ନୁହେଁ କିନ୍ତୁ ଟିଭି ଦେଖିବା ସମୟରେ ଅଧିକ ସମୟ ବସି ରହିବା ଦ୍ୱାରା ଏଭଳି ହୋଇଥାଏ ବୋଲି ୟୁଏସ୍‌ ଭର୍‌ମୋଣ୍ଟ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି । ନିକଟରେ ୧୫,୧୫୮(ବୟସ ୪୫-୬୮) ପ୍ରତିଭାଗୀମାନଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଲା କି ଟିଭି ଅଧିକ ଦେଖୁ ନଥିବା ଲୋକମାନଙ୍କ ତୁଳନାରେ ଅଧିକ ଟିଭି ଦେଖୁଥିବା ଲୋକମାନଙ୍କର ଭେନସ୍‌ ଥ୍ରମ୍ବୋଏମ୍ବୋଲିଜିମ ୧.୭ ଥର ଅଧକ ଥାଏ ।

ଆପଣ କିଭଳି ସ୍ୱାସ୍ଥ୍ୟକର ଜୀବନ ବିତାଇବେ ତାହା ଆପଣଙ୍କୁ ଭାବିବାକୁ ପଡ଼ିବ। ଯଦି ଆପଣ ଅଧିକ ସମୟ ଟିଭି ଦେଖିବାକୁ ଭଲ ପାଉଥାନ୍ତି ତେବେ ଟିଭି ସାମ୍ନାରେ ଟ୍ରେଡମିଲ୍‌ ବା ଷ୍ଟେସ୍‌ନାରୀ ବାଇକ୍‌ ରଖି ବ୍ୟାୟାମ କରିବା ସହିତ ଟିଭି ଦେଖନ୍ତୁ । ଯାହା ଫଳରେ କି ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ରକ୍ତ ଜମାଟ ବାନ୍ଧିବାର ସମ୍ଭାବନା କମ୍‌ ଥାଏ ବୋଲି ଗବେଷକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe