ଶ୍ରବଣଶକ୍ତି କ୍ଷୀଣ ହେବା ଆରମ୍ଭ ନକଲା ଯାଏ ଅଧିକାଂଶ ଲୋକ ତାହାକୁ ଅଣଦେଖା କରିଥା’ନ୍ତି। ଶ୍ରବଣଶକ୍ତି ହ୍ରାସର ପ୍ରାଥମିକ ଓ ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ଅନ୍ୟମାନେ କ୍ଷୀଣ ସ୍ବରରେ କଥା ହେଉଛନ୍ତି ପରି ଲାଗିବା। ଆପଣଙ୍କୁ ନିୟମିତ ଭାବେ ‘କ’ଣ କହିଲେ’, ‘ବୁଝିପାରିଲି ନାହିଁ’, ‘ଟିକିଏ ଜୋରରେ କୁହନ୍ତୁ’ କହିବାକୁ ପଡ଼ିବା ଆଉ ଏକ ଲକ୍ଷଣ। ସେହିପରି ଶ୍ରବଣଶକ୍ତି ହ୍ରାସର ଅନ୍ୟତମ ଲକ୍ଷଣ ହେଲା କୋଳାହଳପୂର୍ଣ୍ଣ ସ୍ଥାନରେ ସ୍ପଷ୍ଟ ଭାବରେ ଶୁଣିବାରେ ସମସ୍ୟା ହେବା। ଯଦି ରେସ୍ତୋରାଁ, କାଫେ, ବଜାର କିମ୍ବା ପାରିବାରିକ ସମାବେଶରେ କଥା ବୁଝିବାରେ ସମସ୍ୟା ହେଉଛି ତାହା ଶ୍ରବଣଶକ୍ତି ହ୍ରାସର ସଙ୍କେତ।
Blood Donation Camp: ରକ୍ତଦାନ ଶିବିରରୁ ୨୨ୟୁନିଟ୍ ରକ୍ତ ସଂଗ୍ରହ
ଲୋକେ କଥାବାର୍ତ୍ତା କରୁଥିବା ଶୁଣିପାରୁଥିଲେ ହେଁ ସେମାନେ କ’ଣ କହୁଛନ୍ତି ବୁଝିବା କଷ୍ଟ ହୁଏ। ଏହାକୁ ଅଣଦେଖା କରିବା ଦ୍ୱାରା ସାମାଜିକ ଦୂରତା, ହତାଶା ଓ ଗୋଷ୍ଠୀ କାର୍ଯ୍ୟକଳାପରେ ଅଂଶଗ୍ରହଣ ହ୍ରାସ ହୋଇପାରେ। ଅନ୍ୟତମ ଲକ୍ଷଣ ହେଲା ଅନ୍ୟମାନଙ୍କ ତୁଳନାରେ ଟିଭି କିମ୍ବା ଫୋନ୍ ଭଲ୍ୟୁମ୍ ଅଧିକ ବଢ଼ାଇବା, ସବୁବେଳେ ସ୍ପିକରଫୋନ୍ ବ୍ୟବହାର କରିବା, ଶାନ୍ତ ଜାଗାରେ ମଧ୍ୟ ଫୋନ୍ ଭଲ୍ୟୁମ୍ ବଢ଼ାଇବା। ସେହିପରି କଥାବାର୍ତ୍ତା ପରେ କ୍ଳାନ୍ତ କିମ୍ବା ଚାପଗ୍ରସ୍ତ ଅନୁଭବ କରିବା ହେଉଛି ଅନ୍ୟତମ ଲକ୍ଷଣ। ଶୁଣିବାରେ ଆମ କାନ ଅପେକ୍ଷା ମସ୍ତିଷ୍କର କାମ ଅଧିକ। ଯେତେବେଳେ ଆମ କାନ ସ୍ପଷ୍ଟ ଭାବରେ ଶବ୍ଦ ଗ୍ରହଣ କରେ ନାହିଁ, ସେତେବେଳେ ମସ୍ତିଷ୍କକୁ ଓଠ ପଢ଼ିବା, ଶବ୍ଦ ଅନୁମାନ କରିବା ଏବଂ ସ୍ୱର ଅନୁସରଣ କରିବା ପାଇଁ ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ସେହିପରି ସାଧାରଣତଃ ଶ୍ରବଣ ଶକ୍ତି ହ୍ରାସ ପାଇବା ଆରମ୍ଭ ହେବା ପରେ ଡୋରବେଲ୍ କିମ୍ବା ଫୋନ୍, ମାଇକ୍ରୋୱେଭ୍ କି ୱାସିଂ ମେସିନ୍ ବିପ୍, ପିଲା କିମ୍ବା ମହିଳାଙ୍କ ସ୍ବର ପରି କେତେକ ଉଚ୍ଚ-ଫ୍ରିକ୍ବେନ୍ସି ଶବ୍ଦ ପ୍ରଥମେ ଅସ୍ପଷ୍ଟ ହୋଇଯାଏ। ତେଣୁ ଉପରୋକ୍ତ ଲକ୍ଷଣଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଦେଖାଗଲେ ଶ୍ରବଣ ପରୀକ୍ଷା କରିବା ଜରୁରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/fshhfshfsxvb-2025-12-03-00-27-45.jpg)