ରାସ୍ତାରେ ବୁଲିବୁଲି ୧୦୦ଜଣଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ପ୍ରସ୍ତାବ ଦେଇଥିବା ଯୁବତୀ ବଖାଣିଲେ ନିଜ ଅନୁଭୂତି

ରାସ୍ତାରେ ବୁଲିବୁଲି ୧୦୦ଜଣଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ପ୍ରସ୍ତାବ ଦେଇଥିବା ଯୁବତୀ ବଖାଣିଲେ ନିଜ ଅନୁଭୂତି

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀର ଜଣେ ଯୁବତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଯୁବତୀ ଜଣକ ରାସ୍ତାରେ ବୁଲିବୁଲି ୧୦୦ଜଣ ଲୋକଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ପ୍ରସ୍ତାବ ଦେଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଯୁବତୀ ଜଣକ ଭାଲେଣ୍ଟାଇନ ଡେ’କୁ ସ୍ବତନ୍ତ୍ର କରିବା ପାଇଁ ଏପରି କରିଥିବା କୁହାଯାଉଛି।

ଭିଡିଓରେ ଦେଖିବାକୁ ମିଳୁଥିବା ଯୁବତୀଙ୍କ ନାମ ମହଜବିନ ଅଲି। ମହଜବିନଙ୍କ ଭାଇରାଲ ହୋଇଥିବା ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି।

ଏହି ଘଟଣାକୁ ନେଇ ମହଜବିନ କହନ୍ତି, ‘ ମୁଁ ଏକା ଅଛି । ମୋର କେହି ବୟଫ୍ରେଣ୍ଡ କି ପ୍ରେମିକ ନାହାନ୍ତି। ଏହା ସତ୍ତ୍ବେ ବି ମୁଁ ଭାଲେଣ୍ଟାଇନ ଡେ’ ଅର୍ଥାତ ପ୍ରେମ ଦିବସକୁ ସ୍ବତନ୍ତ୍ର କରିବା ପାଇଁ ଚାହିଁଥିଲି। ତେଣୁ ୨୪ଘଣ୍ଟା ଭିତରେ ୧୦୦‌ଜଣ ଲୋକଙ୍କୁ ଗୋଲାପ ଫୁଲ ଦେଇ ପ୍ରେମ ପ୍ରସ୍ତାବ ଦେଇଥି‌ଲି। ମୋର ଏଭଳି କାମ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହିକେହି ମୋର ଫୁଲକୁ ଗ୍ରହଣ କରୁଥିବା ବେଳେ ଆଉ କେତେଜଣ ଅଣଦେଖା କରି ଚାଲି ଯାଉଥିଲେ।

କାରଣ ମୁଁ ଦେଉଥିବା ପ୍ୟାକେଟରେ ଅନ୍ୟ କିଛି ସାମଗ୍ରୀ ଅଛି ବୋଲି ଭୟରେ ଧରୁ ନଥି‌ଲେ ଲୋକେ। ଏମିତି ଗୋଲାପ ବାଣ୍ଟୁବାଣ୍ଟୁ ଅନେକ ଲୋକଙ୍କ ସହିତ କଥା ବି ହୋଇଥିଲି,ଯାହାକି ମୋତେ ବହୁତ ଭଲ ଲାଗିଥିଲା। ଏହାର ଅନୁଭୂତି ଭିନ୍ନ ରହିଥିଲା। ବୁଲିବୁଲି ଗୋଲାପ ଫୁଲ ବାଣ୍ଟୁଥିବା ‌ବେଳେ ଶେଷରେ କିଛି ଫୁଲ ବଞ୍ଚି ଯାଇଥିଲା। ତେଣୁ ଜଣେ ଗରିବ ବାଳିକା କିଛି ଜିନିଷ ବିକୁ ଥିବା ବେଳେ ମୁଁ ତାକୁ ବଞ୍ଚିଥିବା ଗୋଲାପ  ଫୁଲ ଦେଇ ଘରକୁ ଚାଲି ଆସିଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe