ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ମତ ଦେଇଛନ୍ତି ଯେ ବିମୁଦ୍ରାୟନ ପରେ ପରେ ଦେଶରେ ଦେହ ବ୍ୟବସାୟ ମାନ୍ଦା ପଡ଼ିଛି। ବିମୁଦ୍ରାୟନ ପରେ ଦେହ ବ୍ୟବସାୟରେ ଅନେକ ଆର୍ଥିକ କ୍ଷତି ଘଟିଛି ବୋଲି ଗଣମାଧ୍ୟମରେ ଶ୍ରୀ ପ୍ରସାଦ କହିଛନ୍ତି। ଏହି ବ୍ୟବସାୟରେ ମହିଳା ଓ ଯୁବତୀଙ୍କ ସଂପୃକ୍ତି କମ୍ ହୋଇଛି ବୋଲି ମଧ୍ୟ ସେ ମତ ଦେଇଛନ୍ତି । ଦେହ ବ୍ୟବସାୟ ନେଇ ପୂର୍ବରୁ ନେପାଳ ଏବଂ ବଙ୍ଗଳାଦେଶକୁ ବିପୁଳ ପରିମାଣର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପଠା ଯାଉଥିଲା। ମାତ୍ର ନୋଟବନ୍ଦୀ ପରେ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇ ବେପାର ମାନ୍ଦା ହୋଇଛି ବୋଲି ସେ କହିଛନ୍ତି। କେବଳ ଦେହ ବ୍ୟବସାୟ କ୍ଷେତ୍ରରେ ନୁହେଁ, ଜମ୍ମୁ-କଶ୍ମୀରେ କରାଯାଉଥିବା ଢେଲା ମାଡ଼ ମଧ୍ୟ ବିମୁଦ୍ରାୟନ ପ୍ରଭାବରୁ କମ୍ ହୋଇଛି ବୋଲି ପ୍ରସାଦ ମତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ବିମୁଦ୍ରାୟନକୁ ମନେ ରଖିବା ପାଇଁ ବିଜେପି ନଭେମ୍ବର ୮ ତାରିଖକୁ ‘କଳାଧନ ବିରୋଧୀ ଦିବସ’ ଭାବେ ପାଳନ କରିବାକୁ ଥିବା ବେଳେ ବିରୋଧୀ ଦଳ କଂଗ୍ରେସ ଏହି ଦିନକୁ‘କଳା ଦିବସ’ ଭାବେ ପାଳନ କରିବ। ନିକଟରେ ପୂର୍ବନତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିମୁଦ୍ରାୟନକୁ ‘ସଂଗଠିତ ଲୁଟ୍’ ବୋଲି କହିଥିଲେ। ଏହି କଥାକୁ କାଟି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଏହା ଏକ ‘ନୈତିକ ପଦକ୍ଷେପ’।
Follow Us