ଖରା ତାପରୁ ନିଜକୁ ସୁରକ୍ଷିତ ରଖନ୍ତୁ

Advertisment
ଖରା ତାପରୁ ନିଜକୁ ସୁରକ୍ଷିତ ରଖନ୍ତୁ

ସୂର୍ଯ୍ୟ କିରଣରେ କିଛି ସମୟ କାଟିବା କିମ୍ବା ସମୁଦ୍ର ବେଳାଭୂମି ପ୍ରଭୃତି ସ୍ଥାନରେ ସୂର୍ଯ୍ୟ କିରଣରେ ବସିବା (ସୂର୍ଯ୍ୟ ସ୍ନାନ) କରିବା ଦ୍ୱାରା ମନ ପ୍ରଫୁଲ୍ଲ ରହିଥାଏ, ଶରୀରରେ ଫୂର୍ତ୍ତି ଆସିଥାଏ ଏବଂ ପ୍ରାକୃତିକ ଉପାୟରେ ଭିଟାମିନ୍ ଡି’ ମିଳିଥାଏ। ଏହା ସହିତ ମାନସିକ ଚାପ ହ୍ରାସ ହୋଇଥାଏ। କିନ୍ତୁ ଆଜିର ଦିନରେ ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ସୂର୍ଯ୍ୟରଶ୍ମିରୁ ଯେପରି ଭୟଙ୍କର ଉତ୍ତାପ ଆସୁଛି, ଏହା ଆମ ଚର୍ମ ପାଇଁ ଘାତକ ସାବ୍ୟସ୍ତ ହୋଇସାରିଲାଣି। ବିଶେଷତଃ ମହିଳାମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ପାଲଟିଲାଣି ବୋଲି ଚର୍ମରୋଗ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। କାରଣ ସୂର୍ଯ୍ୟରଶ୍ମିର ଏଭଳି ତୀବ୍ର ଉତ୍ତାପ ଚର୍ମ କର୍କଟ ସୃଷ୍ଟି କରିବାର ସମସ୍ତ ଲକ୍ଷଣ ପ୍ରକାଶ କରୁଛି। ଆମେ ଯେତେବେଳେ ଏଭଳି ଖରାରେ ବାହାରକୁ ଯାଉ ସେତେବେଳେ ସୂର୍ଯ୍ୟଙ୍କ ଅତି ଶକ୍ତିଶାଳୀ ଅତିବାଇଗଣୀ ରଶ୍ମି ସଂସ୍ପର୍ଶରେ ଆସିଥାଉ। ଏଭଳି ବିପଜ୍ଜନକ ସୂର୍ଯ୍ୟରଶ୍ମିକୁ ‘ଅଲଟ୍ରାଭାଓଲେଟ୍‌ ରେ’ (ୟୁଭି) ବୋଲି କୁହାଯାଇଥାଏ। ଏହି ‘ୟୁଭି’ ସୂର୍ଯ୍ୟରଶ୍ମି ଚର୍ମ କର୍କଟ ସୃଷ୍ଟି କରିଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି, ବାହାରକୁ ଯିବା ସମୟରେ ଭାରତରେ ମାତ୍ର ୨୨ ପ୍ରତିଶତ ମହିଳା ନିଜ ଶରୀରକୁ ‘ୟୁଭି’ ରଶ୍ମିରୁ ସୁରକ୍ଷିତ ରଖିବାକୁ ‘ସନ୍ ସ୍କ୍ରିନ୍‌ ଲୋସନ୍‌’ ବ୍ୟବହାର କରନ୍ତି।

ଆଜିର ଏଭଳି ସୂର୍ଯ୍ୟ ତାପରୁ ନିଜ ମୂଲ୍ୟବାନ ଚର୍ମର ସୁରକ୍ଷା ପାଇଁ, ଚର୍ମରୋଗ ବିଶେଷଜ୍ଞ ପାଞ୍ଚଟି ସରଳ ଉପାୟ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶରୀରର ଯେଉଁ ଅଂଶ ଉପରେ ଖରା ପଡ଼ିବ ସେହି ଅଙ୍ଗପ୍ର‌ତ୍ୟଙ୍ଗରେ ଯଥେଷ୍ଟ ମାତ୍ରାରେ ସନ୍ ସ୍କ୍ରିନ୍‌ ଲୋସନ୍‌ ଲଗାଇବା ଜରୁରୀ। ଏହି ଲୋସନ୍‌ ଚର୍ମ ରୋଗ ବିଶେଷଜ୍ଞ ଓ ଡର୍ମାଟୋଲୋଜିଷ୍ଟ୍‌ମାନଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ଦରକାର। ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ, ନଚେତ ଏହା ଚର୍ମ ଉପରେ ପ୍ରତିକ୍ରିୟା ସୃଷ୍ଟି କରିବ। ବ୍ୟବହାର କରୁଥିବା ଲୋସନ୍‌ରେ ସନ୍ ପ୍ରୋଟେକ୍ସନ୍‌ ଫ୍ୟାକ୍ଟର୍‌ ‘ଏସ୍‌ପିଏଫ୍‌-୩୦’ (ସୂର୍ଯ୍ୟ ସୁରକ୍ଷା କାରକ) ହେବା ଉଚିତ ଏବଂ ୪-ତାରକା ୟୁଭି ସୁରକ୍ଷା ବ୍ୟବହାର କରିବାକୁ ଚର୍ମରୋଗ ବିଶେଷଜ୍ଞ ଓ ଡର୍ମାଟୋଲୋଜିଷ୍ଟ ପରାମର୍ଶ ଦେଇଛନ୍ତି। ଯଦି ନିତାନ୍ତ ଆବଶ୍ୟକ ନାହିଁ ତେବେ ଖରାରେ ଅଧିକ ସମୟ ରହିବା ଉଚିତ ନୁହେଁ। ବର୍ତ୍ତମାନର ଖରା ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ସବୁଠାରୁ ବିପଜ୍ଜନକ ‘ୟୁଭି’ ରଶ୍ମି ସୃଷ୍ଟି କରିଥାଏ। ଏହି ସମୟ ମଧ୍ୟରେ ସିଧାସଳଖ ସୂର୍ଯ୍ୟଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରିବା ଉଚିତ। ଯଦି କୌଣସି କାମରେ ବାହାରକୁ ଯିବାକୁ ପଡ଼େ ଏବଂ ଖରା ସଂସ୍ପର୍ଶରେ ଆସିବାକୁ ପଡ଼େ ତେବେ ଯଥାସମ୍ଭବ ନିଜ ଶରୀରକୁ ସୂତା ବସ୍ତ୍ରରେ ଢାଙ୍କି ରଖିବା ଦରକାର। ଘରକୁ ଫେରିବା ପରେ ଯଦି ଚର୍ମର କୌଣସି ଅଂଶରେ ଫୋଟକା ଭଳି ଦାଗ ଦେଖାଯାଏ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏହା ସହିତ ଯଦି ଶରୀରରେ ଜଳାପୋଡ଼ା ହେବାପରି ଅନୁଭବ ହୁଏ ତେବେ ଥଣ୍ଡା ପାଣିରେ ଗାଧୋଇବା ବହୁତ ଉପକାର ଦେଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe