ଡାକ୍ତରଖାନା ପରିଦର୍ଶନ ସମୟରେ ମଇଳା ଶୌଚାଳୟ ଦେଖି ସଫା କଲେ ସ୍ୱାସ୍ଥ୍ୟମନ୍ତ୍ରୀ 

Advertisment
ଡାକ୍ତରଖାନା ପରିଦର୍ଶନ ସମୟରେ ମଇଳା ଶୌଚାଳୟ ଦେଖି ସଫା କଲେ ସ୍ୱାସ୍ଥ୍ୟମନ୍ତ୍ରୀ 

oneindia

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ସାରା ଦେଶରେ ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କର ଏକ ଲମ୍ବା ଲାଇନ ଲାଗିଛି। ଏହି ସମୟ ମଧ୍ୟରେ ଡାକ୍ତରଖାନାଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି, କିନ୍ତୁ ଦେଶରେ ଅନେକ ଡାକ୍ତରଖାନା ଅଛି ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନତାକୁ ସେତେଟା ଗୁରୁତ୍ବ ଦିଆଯାଉନଥିବା ଦେଖାଯାଉଛି। ପୁଡୁଚେରୀରେ ଥିବା ଏକ ଡାକ୍ତରଖାନାରୁ ସେଭଳି ଏକ ଖବର ସାମ୍ନାକୁ ଆସିଛି। ଡାକ୍ତରଖାନା ଶୌଚାଳୟର ଅବସ୍ଥା ଶୋଚନୀୟ ହୋଇ ରହିଥିବା ବେଳେ ସେଠାରେ ପରିଷ୍କାର ପରିଚ୍ଛନ୍ନତାକୁ ସେତେଟା ଗୁରୁତ୍ବ ଦିଆଯାଉ ନଥିବା ଜଣା ପଡ଼ିଛି। ଏହି ଖବର ସେତେବେଳେ ବାହାରକୁ ଆସିଥିଲା, ଯେତେବେଳେ ପୁଡୁଚେରୀର ସ୍ବାସ୍ଥ୍ୟମନ୍ତ୍ରୀ  ଡାକ୍ତରଖାନା ପରିଦର୍ଶନ କରିବା ପାଇଁ ପହଞ୍ଚିଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ଶୌଚାଳୟ ମଇଳା ହୋଇଥିବା ଦେଖି ସ୍ବାସ୍ଥ୍ୟମନ୍ତ୍ରୀ ମଲାଡି କୃଷ୍ଣ ରାଓ ନିଜେ ଶୌଚାଳୟ ସଫା କରିଥିଲେ ବୋଲି ଜଣା ପଡ଼ିଛି।

ପୁଡୁଚେରୀ ସ୍ୱାସ୍ଥ୍ୟମନ୍ତ୍ରୀ ମଲାଡି କୃଷ୍ଣ ରାଓଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ପିପିଏ କିଟ୍ ପିନ୍ଧି କମୋଡ୍ ସଫା କରୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ଲୋକେ ତାଙ୍କର ଏଭଳି କାମକୁ ପ୍ରଶଂସା କରିଛନ୍ତି।

टॉयलेट सीट साफ करते नजर आए स्वास्थ्य मंत्री oneindia

ସୂଚନା ମୁତାବକ, ପୁଡୁଚେରୀରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବଢ଼ୁଛି ଯେଉଁଥିପାଇଁ ପ୍ରଶାସନର ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ମହାମାରୀ ସଙ୍କଟ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମଲାଡି କୃଷ୍ଣ ରାଓ ଶନିବାର ଦିନ ଇନ୍ଦିରା ଗାନ୍ଧୀ ସରକାରଙ୍କ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଞ୍ଚି ଡାକ୍ତରଖାନା ପରିଦର୍ଶନ କରିଥିଲେ। ଏଠାରେ ସେ ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe