ଏକା ଏକା ସାଇକେଲ୍‌ରେ ବିଶ୍ୱ ପରିକ୍ରମା କରି ରେକର୍ଡ କରିବାକୁ ଆଶାୟୀ ପୁଣେ ଯୁବତୀ

Advertisment
ଏକା ଏକା ସାଇକେଲ୍‌ରେ ବିଶ୍ୱ ପରିକ୍ରମା କରି ରେକର୍ଡ କରିବାକୁ ଆଶାୟୀ ପୁଣେ ଯୁବତୀ

Image Courtesy of HT

ମୁମ୍ବାଇ: ନିଜ ପାଇଁ ୨୦୧୮ ବର୍ଷକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି ୧୯ ବର୍ଷୀୟ ବେଦାଙ୍ଗୀ କୁଲକର୍ଣ୍ଣି। ନିଜ ସ୍ୱପ୍ନ ଅନେ୍ଵଷଣରେ ୨୦୧୭ ମସିହାର ଶେଷ କେଇ ମାସ ସେ ପ୍ରାୟ ସବୁଦିନ ସାଇକେଲ୍‌ ଚଢ଼ି ଶହ ଶହ କିଲୋମିଟର ଘୂରି ବୁଲିଛନ୍ତି।

ଏକା ଏକା ସାଇକେଲ୍‌ରେ ୨୯୦୦୦ କିଲୋମିଟର୍‌ ଯାତ୍ରା ଶେଷ କରି ସେ ବିଶ୍ୱର ସର୍ବ କନିଷ୍ଠ ଏବଂ ସବୁଠୁ କ୍ଷିପ୍ର ମହିଳା ହେବାକୁ ଚାହାନ୍ତି। ବିନା କୌଣସି ସହାୟତାରେ ସେ ୧୩୦ ଦିନ ମଧ୍ୟରେ ବିଶ୍ୱ ପରିକ୍ରମା କରିବେ ବୋଲି ସ୍ଥିର କରିଛନ୍ତି।

ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ବ୍ୟତୀତ ସେ ଅନ୍ୟ ସମସ୍ତ ମହାଦେଶ ପରିକ୍ରମାରେ ଯିବେ। ପରିକ୍ରମା ସମୟରେ ସେ ଦୁନିଆର ସବୁଠୁ କଷ୍ଟଦାୟକ ପରିସ୍ଥିତିର ମଧ୍ୟ ସାମନା କରିପାରିବେ।

ଏହା ନିଶ୍ଚିତ ରୂପେ ୧୯ ବର୍ଷୀୟଙ୍କ ଗୋଲାପୀ-ସ୍ୱପ୍ନ ନୁହେଁ। ବେଦାଙ୍ଗୀ କହନ୍ତି: ଯାତ୍ରା ଖୁବ୍‌ ମଜାଦାର ହେବ ଭାବି ମତେ ଭାରି ଚଞ୍ଚଳିଆ ଲାଗୁଛି।
ବେଦାଙ୍ଗୀ ବୋର୍ଣ୍ଣମାଉଥ୍‌ ବିଶ୍ୱବିଦ୍ୟାଳୟରେ ସ୍ପୋର୍ଟସ୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଧ୍ୟୟନ କରୁଛନ୍ତି। ଏବେ ସେ ମୁମ୍ବାଇରୁ ଦିଲ୍ଲୀ ଯାଏଁ ୧୪୦୦ କିଲୋମିଟର ‘ଟେନିଙ୍ଗ୍‌ ରାଇଡ୍‌’ରେ ଯିବେ।

publive-image Image Courtesy of Indian Express

ପୁଣେର ଏହି ସାଇକେଲ୍‌ ଆରୋହୀ ଯୁବତୀ ଜୁନ୍‌ ୨୦୧୮ରୁ ଅଷ୍ଟେଲିଆର ପର୍ଥ ଠାରୁ ତାଙ୍କର ରେକର୍ଡ ଯାତ୍ରା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେ ତାଙ୍କର ସାଇକେଲ୍‌ ଯାତ୍ରାକୁ ୫ ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ ଅଷ୍ଟ୍ରେଲିଆରୁ ବ୍ରିସ୍‌ବେନ୍‌ ଯାଏଁ ଯିବେ। ଦ୍ୱିତୀୟ ପର୍ଯ୍ୟାୟରେ େଓ୍ଵଲିଙ୍ଗ୍‌ଟନ୍‌ରୁ ଅକ୍‌ଲାଣ୍ଡ୍‌ ଯାତ୍ରା ଆରମ୍ଭ କରିବା ନିମନ୍ତେ ବ୍ରିସ୍‌ବେନ୍‌ରୁ ସେ ବିମାନରେ ଯିବେ।

ଅକ୍‌ଲାଣ୍ଡ୍‌ରୁ ସେ ଆଲାସ୍କାର ଆଙ୍କୋରେଜ୍‌କୁ ବିମାନ ଯାତ୍ରା କରି ସେଠାରୁ ସାଇକେଲ୍‌ ଚଢ଼ି ପୂର୍ବଦିଗରେ ଥିବା ମନଟ୍ରିଲ୍‌କୁ ଯିବେ।

ତା’ପରେ ବିମାନରେ ଯିବେ ଲିସ୍‌ବନ୍‌। ସେଉଠୁ ଆରମ୍ଭ ହେବ ତାଙ୍କ ସାଇକେଲ୍‌ ଭ୍ରମଣର ସବୁଠୁ କଷ୍ଟକର ଅଂଶ। ୟୁରୋପରୁ ଏସିଆକୁ ଲାଗିଥିବା ୧୪, ୫୨୦ କିଲୋମିଟର୍‌ ରାସ୍ତାରେ ସେ ୧୦ଟି ଦେଶ ଦେଇ ଯିବା ପରେ ମଙ୍ଗୋଲିଆର ଉଲାନ୍‌ ବାଟୋର୍‌ରେ ପହଞ୍ଚିବେ। ସେଠାରୁ ସେ ପୁଣି ପର୍ଥ ଯାଇ ଯାତ୍ରାର ଶେଷ ପର୍ଯ୍ୟାୟ ଆରମ୍ଭ କରିବେ।

ସାଇକେଲ୍‌ରେ ବିଶ୍ୱ ପରିକ୍ରମା କରି ରେକର୍ଡ କରିବା ନିମନ୍ତେ ଗିନିଜ୍‌ ଓ୍ଵାର୍ଲଡ୍‌ ରେକର୍ଡସ୍‌ କେତେକ ନିର୍ଦ୍ଦିଷ୍ଟ ନିୟମ କରିଛି। ମୁଁ ସେଇ ଅନୁସାରେ ଯାଉଛି ବୋଲି କହନ୍ତି ବେଦାଙ୍ଗୀ।

୨୦୧୪ରେ ପାଓଲା ଜିଆନୋଟି ନାମ୍ନୀ ଜଣେ ଯୁବତୀ ୧୪୪ ଦିନରେ ସାଇକେଲ୍‌ ଯୋଗେ ବିଶ୍ୱ ପରିକ୍ରମା କରି ରେକର୍ଡ କରିଥିବା କଥା ତାଙ୍କ ମନରେ ଅଛି ନିଶ୍ଚୟ। ପୁରୁଷ ବର୍ଗରେ ମାର୍କ ବିଉମଣ୍ଟ୍‌ ନାମକ ଜଣେ ବ୍ୟକ୍ତି ୭୮ ଦିନରେ ସାଇକେଲ୍‌ ଯୋଗେ ବିଶ୍ୱ ପରିକ୍ରମା କରି ରେକର୍ଡ ସୃଷ୍ଟି କରିଛନ୍ତି। ଆଜି ଯାଏଁ କୌଣସି ଭାରତୀୟ ପୁରୁଷ କି, ନାରୀ ସେ ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରି ନାହାନ୍ତି।

ସ୍କୁଲ୍‌ରେ ପଢ଼ିବା ବେଳେ ଫୁଟ୍‌ବଲ୍‌ ଖେଳ ପ୍ରତି ଭାରି ଆଗ୍ରହ ଥିଲେ ମଧ୍ୟ ହିମାଚଳ ପ୍ରଦେଶର କଟ୍‌ସି ରାଇଡ୍‌ ଯୋଗୁଁ ସେ ସାଇକେଲ୍‌ ଚଢ଼ିବା ପାଇଁ ମନବଳାଇ ଥିଲେ। ସେ ମନାଲି-ଲେହ୍‌-ଖରଦୁଙ୍ଗଲା ଟପ୍‌-ଦ୍ରାସ୍‌ ପଥ ଦେଇ ୨୦୧୬ରେ ସେ ଏକାକିନୀ ସାଇକେଲ୍‌ ଚଳାଇଥିଲେ।
ସ୍ପୋର୍ଟସ୍‌ ମ୍ୟାନେଜ୍‌ମେଣ୍ଟ୍‌ କୋର୍ସ କରିବା ପାଇଁ ଇଂଲଣ୍ଡ୍‌ରେ ପହଞ୍ଚବା ପରେ ବିଶ୍ୱ ରେକର୍ଡ କରିବା ପାଇଁ ତାଙ୍କ ଯୋଜନାକୁ ରୂପରେଖ ଦେଇଥିଲେ। ପ୍ରତି ସପ୍ତାହନ୍ତ ଏବଂ ଲମ୍ବା ଛୁଟିରେ ସେ ସାଇକେଲ୍‌ରେ ଶହ ଶହ କିଲୋମିଟର୍‌ ଯାତ୍ରା କରନ୍ତି।

publive-image Image Courtesy of Mid-day

ସେ କହନ୍ତି: ଯୋଜନା ଚୂଡ଼ାନ୍ତ କରିବା ପୂର୍ବରୁ ମୁଁ ବହୁ ଲୋକଙ୍କୁ ଭେଟିବା ସହ ଅନେକ ପଢ଼ିଥିଲି। ପରିବହନରେ ବହୁ କଥା ଥିବାରୁ ସାହାଯ୍ୟ ଲୋଡ଼ା। ତା’ଛଡ଼ା ମୁଁ ଏକାକିନୀ ଯାତ୍ରା କରିବି।

ନୂଆଦିଲ୍ଲୀରେ ସେ କେତେକ ପ୍ରାୟୋଜକଙ୍କୁ ଭେଟିବାକୁ ଉଦ୍ୟମ କରିବା ସହ ସାଇକେଲ୍‌ ଯୋଗେ ମହାଦେଶ ପରିକ୍ରମା କରିବାକୁ ଆବଶ୍ୟକ କାଗଜପତ୍ର ପାଇଁ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe