ଶୁଭେଚ୍ଛୁଙ୍କୁ ଫୁଲତୋଡ଼ା ବଦଳରେ ପୁସ୍ତକ ଦେବାକୁ କହିଲେ ଆଇପିଏସ୍‌ ଅଫିସର୍‌

Advertisment
ଶୁଭେଚ୍ଛୁଙ୍କୁ ଫୁଲତୋଡ଼ା ବଦଳରେ ପୁସ୍ତକ ଦେବାକୁ କହିଲେ ଆଇପିଏସ୍‌ ଅଫିସର୍‌

ଜ୍ଞାନ ହିଁ ଶକ୍ତି। ଏହି ଭାବନାକୁ ମନରେ ରଖି ପୁନେ ଗ୍ରାମାଞ୍ଚଳର ନବନିଯୁକ୍ତ ପୁଲିସ୍‌ ସୁପରିଟେଣ୍ଡେଣ୍ଟ ସନ୍ଦିପ ପାଟିଲ୍‌ ତାଙ୍କର ଶୁଭେଚ୍ଛୁମାନଙ୍କୁ ଏକ ଯୁଗୋପଯୋଗୀ ଅନୁରୋଧ କରିଛନ୍ତି।

ପାଟିଲ୍‌ ନିକଟରେ ସତାରାରୁ ପୁନେ ସ୍ଥାନାନ୍ତର ହୋଇଛନ୍ତି। ଏହି ଅବସରରେ ପାଟିଲ୍‌ଙ୍କୁ ସ୍ୱାଗତ କରିବା ପାଇଁ ପୁନେଠାରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା। ଅନ୍ୟ ସବୁ ଉତ୍ସବ ପରି ପାଟିଲ୍‌ଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଅତିଥିମାନେ ଉପହାର ଧରି ଆସିଥିଲେ। ଏହାବ୍ୟତୀତ ପାରମ୍ପରିକ ଭାବେ ଫୁଲତୋଡ଼ା ବି ନେଇକରି ଆସିଥିଲେ।

publive-image

ପାଟିଲ୍‌ କିନ୍ତୁ ଏହି ଉତ୍ସବକୁ ଏକ ସୁଯୋଗ ଭାବେ ଗ୍ରହଣ କଲେ। ନକ୍ସଲ ଅଧ୍ୟୁଷିତ ଜିଲ୍ଲା ଗଡଚିରୋଲିରେ ଶିକ୍ଷାର ଶକ୍ତି ବୁଝାଇବା ପାଇଁ ସେ ଚିନ୍ତା କଲେ। ଫଳରେ ପାଟିଲ୍‌ ତାଙ୍କର ଶୁଭେଚ୍ଛୁମାନଙ୍କୁ ଫୁଲତୋଡ଼ା ବଦଳରେ ପୁସ୍ତକ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଆଇପିଏସ୍‌ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ‘ଏପରି ଭାବେ ଜନ ସମାଗମ ମୋ ପାଇଁ ଦ୍ୱିତୀୟ ଥର ପାଇଁ ହେଉଛି। ପୂର୍ବରୁ ୨୦୧୬ ମସିହାରେ ମୁଁ ଯେତେବେଳେ ଏସ୍‌ପି ଭାବେ ନିଯୁକ୍ତି ପାଇଥିଲି ସେତେବେଳେ ବି ମୁଁ ଫୁଲ ବଦଳରେ ବହି ଗ୍ରହଣ କରିଥିଲି। ତା’ପରେ ସେହି ବହିକୁ ଜିଲ୍ଲାର ଛାତ୍ର ଓ ଯୁବକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe