ଗୁଜବ ପ୍ରସାରଣ ଯେଉଁଠି ଅପରାଧ : ଏଠାରେ କେହି ଗୁଜବ ପ୍ରସାରଣ କଲେ ଦଣ୍ଡ ଭୋଗିବା ସହ ଦେବାକୁ ପଡେ ଜରିମାନା

Advertisment
ଗୁଜବ ପ୍ରସାରଣ ଯେଉଁଠି ଅପରାଧ : ଏଠାରେ କେହି ଗୁଜବ ପ୍ରସାରଣ କଲେ ଦଣ୍ଡ ଭୋଗିବା ସହ ଦେବାକୁ ପଡେ ଜରିମାନା

ଗୁଜବ ଯେକୌଣସି ସମାଜ ପାଇଁ କ୍ଷତିକାରକ। ବିପଦ ଆଶଙ୍କା ବେଳେ ଗୁଜବ ପ୍ରସାରଣ ପରିସ୍ଥିତିକୁ ଅତି ମାତ୍ରାରେ ବିଗାଡ଼ିଦେଇପାରେ। ଯେମିତି ବାତ୍ୟା ଆସୁଛି, ବର୍ଷେ ଯାଏ ଲୁଣ ମିଳିବନାହିଁ! ଲୋକେ ଦୌଡ଼ିବେ ଲୁଣ କିିଣିବା ପାଇଁ। ବୁଦ୍ଧି-ଭ୍ରଷ୍ଟ ହୋଇ ପାଞ୍ଚ-ଦଶ କିଲୋଗ୍ରାମ୍‌ ପର୍ଯ୍ୟନ୍ତ କିଣିପକାଇବେ। ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ, ଲୁଣ ଦର ଦଶ ଗୁଣ ବଢ଼ାଇଦେବେ। ଆମ ରାଜ୍ୟରେ ଅତୀତରେ ଏ ଭଳି ଘଟିଛି। ଏମିତି ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ। ଗୁଜବର ପ୍ରସାରଣ ରୋକିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ରାଷ୍ଟ୍ର ମଧ୍ୟ ଏ ବାବଦରେ ଦୃଷ୍ଟି ଦେଇ, ଗୁଜବ ପ୍ରସାରଣକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ତ ଦେବା ଉଚିତ। ଏବର ସମାଜରେ ସାମାଜିକ ଗଣମାଧ୍ୟମର ପରିସର ବ୍ୟାପକ ହୋଇଚାଲିଥିବା ବେଳେ ରାଷ୍ଟ୍ର ଜନହିତ ପାଇଁ ଗୁଜବ ପ୍ରସାରଣକୁ ରୋକିବା ନିମନ୍ତେ କଠୋର ପଦକ୍ଷେପ ନେବା ଦରକାର।

ଗୁଜବ ପ୍ରସାରରେ ବିଭିନ୍ନ ଗଣମାଧ୍ୟମ ମଧ୍ୟ ସ˚ଶ୍ଳିଷ୍ଟ। ଏହାକୁ ମଧ୍ୟ ନିୟନ୍ତ୍ରିତ କରାଯିବା ଆବଶ୍ୟକ। ଏ ଭଳି ଏକ ଜନହିତକାରୀ ପଦକ୍ଷେପ ୨୦୧୭ରେ ଫିଲିପିନ୍‌ସର ବିନାଲୋନାନ୍‌ ସହର ପ୍ରଶାସନ ନେଇଥିଲା। ସେଠାରେ କେହି ଗୁଜବ ପ୍ରସାରିତ କଲେ, ଏପରିକି ପର-ଚର୍ଚ୍ଚା କଲେ ସୁଦ୍ଧା ଦଣ୍ତ ପାଇବ। ପ୍ରଥମ ଥର ଏ ଭଳି କଲେ ଦଣ୍ତ ସ୍ବରୂପ କିଛି ଅର୍ଥ ଜରିମାନା ଦେବା ସହ ତିନି ଘଣ୍ଟା ରାଜ-ରାସ୍ତା ସଫା କରିବ। ଦ୍ବିତୀୟ ଥର ଗୁଜବ ପ୍ରସାରଣ କଲେ ଦୁଇ ଗୁଣ ଜରିମାନା ସହ ଆଠ ଘଣ୍ଟା ଆବର୍ଜନା ସଫା କରିବ। ଉଲ୍ଲେଖଯୋଗ୍ୟ ଯେ, ସେଠାରେ ଏହି ଆଇନ ଲାଗୁହେବା ପରେ ଗୁଜବ ପ୍ରସାରଣ ସ˚ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe