ପଞ୍ଜାବରେ ପ୍ରାର୍ଥୀଙ୍କ ଅବସ୍ଥା: କାହା ପାଖରେ ରହିବାକୁ ଘର ନାହିଁ ତ କାହା ପାଖରେ ଅଛି ମାତ୍ର ୨,୦୦୦ ଟଙ୍କା

Advertisment
ପଞ୍ଜାବରେ ପ୍ରାର୍ଥୀଙ୍କ ଅବସ୍ଥା: କାହା ପାଖରେ ରହିବାକୁ ଘର ନାହିଁ ତ କାହା ପାଖରେ ଅଛି ମାତ୍ର ୨,୦୦୦ ଟଙ୍କା

ଚଣ୍ଡିଗଡ଼: ବର୍ତ୍ତମାନ ପଞ୍ଜାବରେ ଚାଲିଛି ନିର୍ବାଚନ ଋତୁ। ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କରିଛନ୍ତି। କ୍ଷମତାକୁ ଆସିବା ପାଇଁ ପ୍ରାର୍ଥୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି। ହେଲେ ପଞ୍ଜାବରେ କିଛି ଏଭଳି ପ୍ରାର୍ଥୀ ମଧ୍ୟ ଅଛନ୍ତି ଯେଉଁମାନଙ୍କ ପାଖରେ ନାଁ ରହିବାକୁ ଘର ଅଛି ନା ଖର୍ଚ୍ଚ କରିବାକୁ ଟଙ୍କା ଅଛି। କିନ୍ତୁ ଆର୍ଥିକ ସ୍ତରରେ ଦୁର୍ବଳ ଥାଇ ବି ସେମାନେ ନିର୍ବାଚନ ଲଢ଼ୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଘର କି ଜମିବାଡ଼ି ନଥିବା ପ୍ରାର୍ଥୀଙ୍କ ନାଁ

୧. ଭଟିଣ୍ଡାରୁ ରାଜକୁମାର
୨. ପଟିଆଲାର ଗହନୌରରୁ ଜଗନୀତ ସିଂ
୩. ପଟିଆଲାର ସନୌରରୁ ନବଜୋତ ସିଂ
୪. ପଟିଆଲାରୁ ଜ୍ୟୋତି ତିୱାରୀ
୫. ଫାଜିଲ୍କାରୁ ଗୁରୁଜିନ୍ଦର ସିଂ

ସବୁଠୁ ଗରିବ ପ୍ରାର୍ଥୀଙ୍କ ନାଁ

୧. ଲୁଧିଆନାର ପାୟଲ ଆସନରୁ ସ୍ୱାଧୀନ ପ୍ରାର୍ଥୀ ହରଚାନ୍ଦ ସିଂଙ୍କର ସବୁଠାରୁ କମ ସମ୍ପତ୍ତି ରହିିଛି। ସେ ତାଙ୍କ ଆଫିଡେଭିଟ୍‌ରେ କହିଛନ୍ତି ଯେ, ତାଙ୍କର ପାଖରେ ମାତ୍ର ଦୁଇ ହଜାର ଟଙ୍କା ରହିଛି।

୨. ପଠାନକୋଟର ଭୋଅଆ ଆସସନରୁୁ ଶିରୋମଣି ଅକାଳୀ ଦଳ ପକ୍ଷରୁ ଲଢ଼ୁଥିବା ମୁନିଷ କୁମାର ପଞ୍ଜାବର ଦ୍ୱିତୀୟ ଗରିବ ପ୍ରାର୍ଥୀ ଅଟନ୍ତି। ମୁନିଶଙ୍କର ମୋଟ ସମ୍ପତ୍ତି ୨୧୦୦ ଟଙ୍କା।

୩. ଶିରୋମଣି ଅକାଳୀ ଦଳ ଟିକେଟରେ ଅମୃତସର ଉତ୍ତରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେବିନ୍ଦର ସିଂଙ୍କ ସମ୍ପତ୍ତି ୪୨୦୦ ଟଙ୍କା ବୋଲି ଜଣାପଡ଼ିଛି।

୪. ଫିରୋଜେପୁରରୁ ସ୍ବାଧୀନ ପ୍ରାର୍ଥୀ ଥିବା ଜୋଗିନ୍ଦରଙ୍କ ସମ୍ପତ୍ତି ୪,୫୦୦୦୦ ଟଙ୍କା ବୋଲଲି ଜଣାପଡ଼ିଛି।

୫. ଫାଜିଲ୍କା ଆସନରୁ ଶିରୋମଣି ଅକାଳୀ ଦଳ ପ୍ରାର୍ଥୀ ହରକିରଣଙ୍କ ସମ୍ପତ୍ତି ୪,୫୭୬ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe