ଏହି ଜନ୍ମ ଆପଣଙ୍କ ପ୍ରଥମ ଜନ୍ମ କି ନୁହେଁ ଏମିତି ଜାଣନ୍ତୁ!

Advertisment
ଏହି ଜନ୍ମ ଆପଣଙ୍କ ପ୍ରଥମ ଜନ୍ମ କି ନୁହେଁ ଏମିତି ଜାଣନ୍ତୁ!

ଆପଣ ଜାଣିଥିବେ ନିଶ୍ଚୟ ଶରୀର କ୍ଷଣସ୍ଥାୟୀ କିନ୍ତୁ ଆତ୍ମା ଚୀରସ୍ଥାୟୀ। ଆତ୍ମାର ମୃତ୍ୟୁ ନାହିଁ। ଗୋଟାଏ ଶରୀର ତ୍ୟାଗ କରିବା ପରେ ଆତ୍ମା ଆଉ ଏକ ଶରୀର ଖୋଜେ। ଆଉ ଏକ ଶରୀରରେ ପଶି ନୂଆ ଜୀବନ ଆରମ୍ଭ କରେ। ତେବେ ଆମେ ଯେଉଁ ଜୀବନ ପାଇଛନ୍ତି ତାହା କ’ଣ ପ୍ରଥମ। ଏହା ପୂର୍ବରୁ ବି କ’ଣ ଆମେ କିଛି ଜନ୍ମ ନେଇଥିଲେ। କେମିତି ଜାଣିବା ୟା ପୂବରୁ ଆମର କିଛି ଜନ୍ମ ହୋଇଛି କି ନାହିଁ? ଆସନ୍ତୁ ସେ ବିଷୟରେ ଜାଣିବା।

publive-image

ଆପଣ ଗୋଟାଏ ସ୍ୱପ୍ନ ବାରମ୍ବାର ଦେଖୁଛନ୍ତି କି? ଯଦି ସେମିତି କିଛି ସ୍ୱପ୍ନ ଦେଖୁଛନ୍ତି ତେବେ ନିଶ୍ଚିତ ହୁଅନ୍ତୁ ସେ ସେହି ସ୍ୱପ୍ନର ଆପଣଙ୍କ ପୂର୍ବଜନ୍ମ ସହ କିଛି ସଂଯୋଗ ରହିଛି। ଯାହା ଫଳରେ ସେଇ ସମାନ ଜିନିଷ ବାରମ୍ବାର ଆପଣଙ୍କ ସ୍ୱପ୍ନରେ ଆସି ଆପଣଙ୍କୁ ଆନ୍ଦୋଳିତ କରୁଛି।

publive-image

ଯଦି ଆପଣଙ୍କ ନିକଟରେ ଏକ ଅସାଧାରଣ ଅନ୍ତଜ୍ଞର୍ାନ(ଇନ୍‌ଟିଉସନ୍‌) ରହିଛି ତେବେ ବି ଏହା ପୂର୍ବଜନ୍ମର ଫଳାଫଳ। ସହଜରେ କୌଣସି କଥାକୁ ଯଦି ଅନୁମାନ ଲଗାଇପାରୁଛନ୍ତି ଏବଂ ତାହା ସତ୍ୟ ପ୍ରମାଣିତ ହେଉଛି ତାହାଲେ ଜାଣନ୍ତୁ ଯେ ଆପଣଙ୍କ ଅନ୍ତଜ୍ଞର୍ାନ ମଜବୁତ୍‌।

publive-image

ଆପଣ ଯଦି ଅଧିକାଂଶ ସମୟରେ ନିଜ ଅପେକ୍ଷା ଅନ୍ୟ ପ୍ରତି ବେଶୀ ସମ୍ବେଦନଶୀଳ ହୋଇ ପଡୁଛନ୍ତି ତେବେ ତାହା ସାଧାରଣ ନୁହେଁ ଅସାଧାରଣ ପ୍ରବୃତି। ତାହାଲେ ବି ନିଶ୍ଚିତ ହୁଅନ୍ତୁ ଯେ ଆପଣ ପୂର୍ବରୁ ଏକ ଜନ୍ମ ନେଇସାରିଛନ୍ତି ବୋଲି ତାହା ସଂକେତ।

publive-image

ଜଣେ ଜଣେ ପିଲାଙ୍କ ଉଦାହରଣ ଆପଣ ଦେଖିଥିବେ ନିଶ୍ଚୟ। ପିଲାଟିଏ ହେଲେ ମଧ୍ୟ ତାଙ୍କ ଭିତରେ ବେଳେ ବେଳେ ଅସାଧାରଣ ପ୍ରତିଭା ଦେଖିବାକୁ ମିଳିଥାଏ। ତାହା ଏଇୟା ସଂକେତ ଦେଉଛି ଯେ ପୂର୍ବଜନ୍ମରେ ସେ ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ।

publive-image

ଇତିହାସ ପ୍ରତି ଅହେତୁକ ଦୁର୍ବଳତା ବି ଏହାର ଏକ ସଂକେତ। ଆପଣଙ୍କ ଆତ୍ମା ଯଦି ପୂର୍ବରୁ ଜନ୍ମ ନେଇସାରିଥିବ ତେବେ ହିଁ ଇତିହାସ ପଢ଼ିବାକୁ ଆପଣଙ୍କୁ ପାଗଳ ପ୍ରାୟ ଲାଗିବ।

publive-image

ଆବଶ୍ୟକଠାରୁ ଅଧିକ ଭୟ କରୁଛନ୍ତି କି? ପୂର୍ବଜନ୍ମରେ ଯଦି କୌଣସି ଏକ କାରଣରୁ ଆପଣଙ୍କ ମନରେ ଭୟ ପଶିଯାଇ ଥାଏ ତାହେଲ ଏ ଜନ୍ମରେ ସେ ଭୟ ପ୍ରଭାବ ପକାଇବା ସ୍ୱଭାବିକ।

publive-image

ଆପଣଙ୍କୁ ଯଦି ଏକୁଟିଆ ରହିବାକୁ ଭଲ ଲାଗୁଛି ତେବେ ବି ନିଶ୍ଚିତ ରୁହନ୍ତୁ ଯେ ଏହା ଆପଣଙ୍କ ପ୍ରଥମ ଜନ୍ମ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe