ଉଦ୍ଧାର କରାଯିବା ପରେ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇଗଲା ଅଜଗର ସାପ, ଭିଡିଓରେ ଦେଖନ୍ତୁ ତା’ ପରର ଦୃଶ୍ୟ

Advertisment
ଉଦ୍ଧାର କରାଯିବା ପରେ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇଗଲା ଅଜଗର ସାପ, ଭିଡିଓରେ ଦେଖନ୍ତୁ ତା’ ପରର ଦୃଶ୍ୟ

indiatoday.in

ଥିରୁବନନ୍ତପୁରମ୍‌ : ଟୁଇଟ୍‌ରରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବୁଧବାର କେରଳର ଥିରୁବନନ୍ତପୁରମରେ ଘଟିଥିବା ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଏକ ୧୦ଫୁଟ ଲମ୍ବାର ଅଜଗର ସାପ କିଭଳି ଏକ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ତାଙ୍କୁ ଶ୍ୱାସରୁଦ୍ଧ କରି ଦେଉଛି, ତାହା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ୨୯ ସେକେଣ୍ଡର ଭିଡିଓରେ, ଅଜଗର ସାପକୁ ଉଦ୍ଧାର କରି ଧରିଥିବା ବେଳେ ସାପଟି ୬୧ବର୍ଷୀୟ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ଯାଉଛି । ଯାହାଦ୍ୱାରା ସେ ନିଶ୍ୱାସ ନେଇ ପାରୁ ନାହାନ୍ତି । ଏହା ଦେଖି ତାଙ୍କ ପାଖରେ ଥିବା ଅନ୍ୟ ଶ୍ରମିକମାନେ ସାପଟିକୁ କାଢ଼ିବା ପାଇଁ ଚେଷ୍ଟା କରୁଛନ୍ତି । କିଛି ସମୟର ଚେଷ୍ଟା ପରେ ସାପଟିକୁ ଶ୍ରମିକଙ୍କ ବେକରୁ କାଢ଼ିବାରେ ସଫଳ ହେଉଛନ୍ତି ଲୋକେ । ଯାହା ପରେ ବନବିଭାଗ କର୍ମୀଙ୍କୁ ସାପକୁ ହସ୍ତାନ୍ତର କରି ଦିଆଯିବା ସହ ସାପକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe