ଶୌଚାଳୟରୁ ବାହାରିଲା ବିଶାଳ ଅଜଗର, ପରିବାରଲୋକେ ଦେଖି ହେଲେ ଆତଙ୍କିତ

ଶୌଚାଳୟରୁ ବାହାରିଲା ବିଶାଳ ଅଜଗର, ପରିବାରଲୋକେ ଦେଖି ହେଲେ ଆତଙ୍କିତ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏମିତି ଏକ ଘଟଣା ଘଟିଛି ଯାହାକି ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଗୋଟିଏ ଘରେ ଟଏଲେଟ୍‌ ଭିତରୁ ବିଶାଳ ବଡ଼ ଅଜଗର ବାହାରିଥିବା ଦେଖିବାକୁ ମିଳିଛି। ଏହି ଅଜଗରକୁ ଦେଖି ସେହି ଘରେ ରହୁଥିବା ପରିବାର ସଦସ୍ୟ ଆତଙ୍କିତ ହୋଇଯାଇଥିଲେ। ଟଏଲେଟ ଭିତରୁ ବାହାରିଥିବା ଏହି ଅଜଗରର ଦୁଇଟି ଫଟୋ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି। ଏହାର ଦୁଇଟି ଫଟୋକୁ ଏହି ସାପ ଧରାଳି ଗ୍ରୁପ୍‌ ପକ୍ଷରୁ ଫେସ୍‌ବୁକ୍‌ରେ ଛଡ଼ା ଯାଇଛି।

publive-image

ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଘଟିଛି। ୱନ୍ନୁମ ଠାରେ ରହୁଥିବା ଗୋଟିଏ ପରିବାର ଟଏଲେଟରୁ ବିଶାଳକାୟ ଅଜଗରକୁ ବାହାରକୁ ଆସୁଥିବା ଦେଖିବାକୁ ପାଇଥିଲେ। ଅଜଗରଟି ସ୍ୱରେଜ ପାଇପ୍‌ ଦେଇ ଟଏଲେଟ ମଧ୍ୟରେ ପ୍ରବେଶ କରିଛି। କୌଣସି ମୂଷା କିମ୍ବା ବେଙ୍ଗକୁ ଖୋଜି ଅଜଗରଟି ସ୍ୱରେଜ ମଧ୍ୟ ଦେଇ ଟଏଲେଟ୍‌କୁ ଚାଲି ଆସିଥିବା କୁହାଯାଉଛି। ଏହି ଅଜଗରକୁ ଘରେ ଭିତରେ ଦେଖି ପରିବାରଲୋକେ ବ୍ରିସବେନ୍‌ସ୍ଥିତ ସାପ ଧରାଳି ଷ୍ଟୁୱେର୍ଟ ଲାରୋକୁ ଖବର ଦେଇଥିଲେ। ଏହି ସାପ ଧରାଳି ଗ୍ରୁପ୍‌ ପହଞ୍ଚି ଅଜଗରଟିକୁ ଟଏଲେଟରୁ ବାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe