ଘରେ ଥିବା ଖ୍ରୀଷ୍ଟମାସ୍‌ ଟ୍ରିରେ ୧୦ଫୁଟର ଲମ୍ବର ଅଜଗର ଗୁଡ଼ାଇ ହୋଇ ରହିଥିବା ଦେଖି ଦମ୍ପତ୍ତି ଭୟଭୀତ

Advertisment
ଘରେ ଥିବା ଖ୍ରୀଷ୍ଟମାସ୍‌ ଟ୍ରିରେ ୧୦ଫୁଟର ଲମ୍ବର ଅଜଗର ଗୁଡ଼ାଇ ହୋଇ ରହିଥିବା ଦେଖି ଦମ୍ପତ୍ତି ଭୟଭୀତ

.latestly.com

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ୍‌ ପାଇଁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ଲୋକମାନେ ଘର ସଜ୍ଜାଇବା ପାଇଁ ବିଭିିନ୍ନ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଖ୍ରୀଷ୍ଟମାସ୍‌ ଗଛକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଲାଇଟ ସହିତ ସୁନ୍ଦର ସୁନ୍ଦର କଣ୍ଢେଇ ଓ ଚୁମୁକିମାନ ଏକାଠି କରୁଛନ୍ତି। ଏଭଳି ସମୟରେ ଅଷ୍ଟ୍ରେଲିଆରେ ବସବାସ କରୁଥିବା ଜଣେ ମହିଳାଙ୍କ ସହିତ ଯେଉଁ ଘଟଣା ଘଟିଛି, ତାହା ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ।

ଲିନ୍‌ ଚ୍ୟାପମ୍ୟାନ୍‌ ଓ ତାଙ୍କ ସ୍ୱାମୀ ଇଂଲଣ୍ଡ ବୁଲିବାକୁ ଯାଇଥିଲେ। ଯାତ୍ରା ଶେଷ ହେବା ପରେ ଦୁହେଁ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଘର ପାଖରେ ଥିବା ବାଲକୋନିର ଅବସ୍ଥା ଦେଖି ତାଙ୍କୁ କିଛି ଅସ୍ୱଭାବିକ ଅନୁଭବ ହୋଇଥିଲା। ସେ ବାଲକୋନିରେ କିଛି ପକ୍ଷୀମାନଙ୍କ ଜୋରଜୋର ଶବ୍ଦ କରୁଥିବା ବି ଶୁଣିବାକୁ ପାଇଥିଲେ। ଏହାପରେ ବାଲକୋନିର ଚାରିପାଖେ ବୁଲି ଦେଖିଲା ବେଳକୁ ସେଠାରେ ଥିବା ଖ୍ରୀଷ୍ଟମାସ୍‌ ଗଛରେ ସେ ବିରାଟ ବଡ଼ ଅଜଗର ଗୁଡାଇ ହୋଇ ଶୋଇ ରହିଥିଲା। ଏହାକୁ ଦେଖି ଦୁହେଁ ଭୟଭୀତ ହୋଇଯାଇଥିଲେ। ଏହି ଅଜଗରର ଲମ୍ବ ୧୦ଫୁଟ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଏହି ସାପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe