ଅଜଗର ଚାପାରେ ସାପୁଆକେଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି!

ଅଜଗର ଚାପାରେ ସାପୁଆକେଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି!

ଉତ୍ତରପ୍ରଦେଶ ମଉ ଜିଲ୍ଲାର କୋତବାଲି ବଜାର ନିକଟରେ ଜଣେ ସାପୁଆ କେଳା କିଛି ସାପ ଆଣି ଖେଳ ଦେଖାଇ ଲୋକଙ୍କ ମନୋରଞ୍ଜନ କରୁଥିଲା। ଲୋକମାନେ ମଧ୍ୟ ଉତ୍ସାହର ସହ ଏହି ଖେଳ ଦେଖିବା ପାଇଁ ଗୋଟିଏ ଜାଗାରେ ଏକାଠି ହୋଇଥିଲେ। କିଛି ଲୋକ ମଧ୍ୟ ଏହି ସାପ ଖେଳର ମଜା ମୋବାଇଲ ଦ୍ୱାରା ରେକର୍ଡ କରୁଥିଲେ। ଏତିକିବେଳେ ଘଟିଲା ଏକ ଅଭାବନୀୟ ଘଟଣା। ଖେଳ ଚାଲିଥିବା ବେଳେ ସାପୁଆ କେଳାକୁ ଏକ ଅଜଗର ତଣ୍ଟି ଚିପିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ମଉ ଜିଲ୍ଲାର କୋତବାଲି ବଜାର ନିକଟରେ ଜଣେ ସାପୁଆ କେଳା କିଛି ସମୟ ଧରି ତା କଳାର ପଦର୍ଶନ କରି ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା। କିନ୍ତୁ ସେ ଜାଣିପାରି ନଥିଲା ତାର ଏହି ଖେଳ ତାକୁ ବିପଦ ମୁହଁକୁ ଠେଲିଦେବ। କେଳାଟି ଅଜଗର ସାପକୁ ନେଇ ଖେଳ ଦେଖାଉଥିବା ବେଳେ ଅଜଗରଟି ଧିରେ ଧିରେ ତା ବେକରେ ଗୁଡାଇ ହୋଇଯାଇଥିଲା। ସାପୁଆ କେଳାଟି କିଛି ଭାବିବା ପୂର୍ବରୁ ସାପଟି କେଳାର ତଣ୍ଟି ଚିପିଦେଇଥିଲା। ଠିକ ଯେପରି ଅଜଗର ତାର ଶିକାରର ଶିକାର କରିଥାଏ ଠିକ ସେହି ପରି ସାପୁଆ କେଳାର ବେକରେ ଗୁଡାଇ ହୋଇ ସାପୁଆ କେଳାର ଜୀବନ ନେବାକୁ ଚେଷ୍ଟା କରିଥିଲା।

ସେଠାରେ ଉପସ୍ଥିିତ ଲୋକେ ପ୍ରଥମେ କିଛି ବୁଝି ପାରିନଥିଲେ। ଲୋକ ମାନେ ଭାବିଥିଲେ ଏହା ମଧ୍ୟ ଏକ ଖେଳର ଅଂଶ। କିନ୍ତୁ କିଛି ସମୟ ବିତିବା ପରେ କେଳାଟି ବେହୋସ ହୋଇ ତଳେ ପଡିଯାଇଥିଲା ଏବଂ ବହୁ ସମୟ ପର୍ଯ୍ୟନ୍ତ ତଳେ ପଡିରହିବା ପରେ ଲୋକମାନେ କେଳାକୁ ସାପ ମୁଁହରୁ ରକ୍ଷାକରିଥିଲେ। ପରେ ଗୁରୁତର ଅବସ୍ଥାରେ ଥିବା କେଳାକୁ ପ୍ରଥମେ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କେଳାଟିର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାକୁ ବାରଣାସି ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସାପୁଆ କେଳାଟି ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ଏପର୍ଯ୍ୟନ୍ତ କେଳାଟିର ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe