ସ୍କୁଲ ଝରକା ଉପରେ ଅଜଗର ଶୋଇଥିବା ଦେଖି ଗ୍ରାମବାସୀ ଭୟଭୀତ

Advertisment
ସ୍କୁଲ ଝରକା ଉପରେ ଅଜଗର ଶୋଇଥିବା ଦେଖି ଗ୍ରାମବାସୀ ଭୟଭୀତ

.aajtak.in

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମିର୍ଜାପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜଗର ସାପ ଶୋଇଥିବା ଦେଖି ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ସକାଳ ୯ ଟା ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ସ୍କୁଲ ଫାଟକ ସଫା କରୁଥିବା ସମୟରେ ସେ ଝରକା ଉପରେ ଏକ ଅଜଗର ସାପ ଶୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ତୁରନ୍ତ ସେ ଗ୍ରାମବାସୀଙ୍କୁ ଏ ବିଷୟରେ ଜଣାଇଥିଲେ।

ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ସନ୍ଦେହ କରାଯାଉଛି କି ଅଜଗର ସେହି ଝରକା ଦେଇ ଆସିଥାଇ ପାରେ ତେଣୁ ସେ ସେଠାରେ ଶୋଇ ରହିଥିଲା। ସ୍କୁଲ ଝରକାରେ ଅଜଗର ଶୋଇଥିବା ଖବର ପ୍ରଘଟ ହେବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ୟାମେରାରେ ଅଜଗର ଫଟୋକୁ କୈଦ କରି ନେଇଥିଲେ। ଏହାପରେ ଗ୍ରାମବାସୀ ବିଦ୍ୟାଳୟରେ ଅଜଗର ଥିବା ନେଇ ବନବିଭାଗକୁ ସୂଚନା ଦେଇଥିଲେ।

ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏକ ବାଡି ସାହାଯ୍ୟରେ ଅଜଗରକୁ କାବୁ କରି ଏକ ପ୍ଲାଷ୍ଟିକ୍‌ ବାକ୍ସରେ ପୁରାଇଥିଲେ। ଏହାପରେ ଉଦ୍ଧାର ହୋଇଥିବା ଅଜଗରକୁ ମାରିହାନ୍‌ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ା ଯାଇଥିବା ବେଳେ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନବିଭାଗ କର୍ମଚାରୀ ପରାମର୍ଶ ଦେଇଥିଲେ।

ସଫେଇ ମହିଳା କର୍ମଚାରୀ ଏହି ଘଟଣାକୁ ନେଇ କହନ୍ତି, ପ୍ରତିଦିନ ଭଳି ମୁଁ ସ୍କୁଲ ଫାଟକ ସଫା କରିବାକୁ ଆସିଥିଲି। ଏହି ସମୟରେ ଅନେକ ଚଢ଼େଇ ସ୍କୁଲ ଝରକା ପାଖରେ କିଚିରିମିଚିରି ଶବ୍ଦ କରି ଉଡ଼ୁଥିଲେ। ସନ୍ଦେହ ହେବାରୁ ପାଖକୁ ଯାଇଥିଲି। ଏବଂ ସେଠାରେ ଏକ ବିଶାଳ ବଡ଼ ଅଜଗର ସାପ ଶୋଇଥିବା ଦେଖି ମୁଁ ଭୟଭୀତ ହୋଇଯାଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe