ଗାଡ଼ି ଧକ୍କାରେ ଆହତ ଅଜଗରର ସଫଳ ହେଲା ଅସ୍ତ୍ରୋପଚାର

Advertisment

ଅଲବର-ଜୟପୁର ସଡ଼କର ଗୋଟିଏ ପାର୍ଶ୍ବରୁ ଅପରପାର୍ଶ୍ବକୁ ଯାଉଥିବା ଅଜଗର ଗାଡ଼ି ଦୁର୍ଘଟଣାର ଶିକାର ହେବାପରେ ହୋଇଥିଲା ଆହତ। ଅସ୍ତ୍ରୋପଚାର ସଫଳ ହେବାପରେ ସ୍ଥାନୀୟଲୋକେ ଜଙ୍ଗଲରେ ଦେଲେ ଛାଡ଼ି।

ଅଲବର-ଜୟପୁର ସଡ଼କର ଗୋଟିଏ ପାର୍ଶ୍ବରୁ ଅପରପାର୍ଶ୍ବକୁ ଯାଉଥିବା ଅଜଗର ଗାଡ଼ି ଦୁର୍ଘଟଣାର ଶିକାର ହେବାପରେ ହୋଇଥିଲା ଆହତ। ଅସ୍ତ୍ରୋପଚାର ସଫଳ ହେବାପରେ ସ୍ଥାନୀୟଲୋକେ ଜଙ୍ଗଲରେ ଦେଲେ ଛାଡ଼ି।

1w31


ନୂଆଦିଲ୍ଲୀ: ରାଜସ୍ଥାନର ଅଲବର-ଜୟପୁର ରାସ୍ତାରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏକଅଜଗର ଆହତ ହୋଇଥିଲା। ଉକ୍ତ ଆହତ ଅଜଗରକୁ ଉଦ୍ଧାର ପରେ ତାର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସଫଳ ହେବାପରେ ଅଜଗରକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। 

ସୂଚନାଯୋଗ୍ୟ, ଅଲବର-ଜୟପୁର ସଡ଼କ ସରିସ୍କା ଜଙ୍ଗଲ ମଧ୍ୟ ଦେଇ ଯାଇଛି। ଏଠାରେ ପ୍ରତିଦିନ ଅନେକ ଯାନବାହାନ ଯାତାୟାତ କରିଥାଏ। ପ୍ରତିଦିନ ଯାନବାହାନ ଧକ୍କାରେ କିଛି ଜୀବଜନ୍ତୁ ଆହତ ହେଉଥିବା ବେଳେ ଆଉ କିଛିଙ୍କ ମୃତ୍ୟୁ ହୋଇଯାଇଥାଏ। ଏହି ସଡ଼କରେ ସାପ, ବିଛା, ମୟୁର, ପାରା, ଘୁଷୁରି, ବିଲୁଆ, ହରିଣ ଆଦି ଜୀବଙ୍କ  ଦୁର୍ଘଟଣାରେ ମୃତ୍ୟୁ ହୋଇଯିବାର ରିପୋର୍ଟରେ ଉଲ୍ଲେଖ ରହିଛି।

ନିକଟରେ ଏହି ରାସ୍ତା ଅତିକ୍ରମ କରୁଥିବା ବେଳେ ଅର୍ଥାତ ଏକ ବିଶାଳ ଅଜଗର ଜଙ୍ଗଲର ଗୋଟିଏ ପାର୍ଶ୍ବରୁ ଆର ପାର୍ଶ୍ବକୁ ଯାଉଥିବା ବେଳେ ଗାଡ଼ି ଧକ୍କାର ଶିକାର ହୋଇଥିଲା। ସ୍ଥାନୀୟଲୋକ ଆହତ ଅଜଗର ସାପକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଶୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଆହତ ଅଜଗରର ଅସ୍ତ୍ରୋପଚାର କରି ୪ଟି ସିଲେଇ ପକାଇଥିଲେ। ଏହାପରେ ତାକୁ ହସ୍ପିଟାଲରୁ ଛୁଟି କରି ଦେଇଥିଲେ। ସ୍ଥାନୀୟଲୋକ ଅଜଗରକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe