ରବିନାଙ୍କ ମଖାନା ସ୍ନାକ୍‌

ନବମ ଦଶକର ଗ୍ଲାମର୍‌ କ୍ବିନ୍‌ ରବିନା ଟଣ୍ଡନ ଆଜି ବି ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଚର୍ଚ୍ଚିତା। ୫୨ ବର୍ଷ ବୟସରେ ବି ସେ ଆକର୍ଷଣୀୟ ଦେଖିଯିବା କୌଣସି ଚମତ୍କାରଠାରୁ କମ୍‌ ନ‌ୁହେଁ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜ ସୌନ୍ଦର୍ଯ୍ୟର ରହସ୍ୟ ଉପରୁ ପରଦା ଉଠାଇଛନ୍ତି।

ffshsfhhfshsf

ନବମ ଦଶକର ଗ୍ଲାମର୍‌ କ୍ବିନ୍‌ ରବିନା ଟଣ୍ଡନ ଆଜି ବି ନିଜ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଚର୍ଚ୍ଚିତା। ୫୨ ବର୍ଷ ବୟସରେ ବି ସେ ଆକର୍ଷଣୀୟ ଦେଖିଯିବା କୌଣସି ଚମତ୍କାରଠାରୁ କମ୍‌ ନ‌ୁହେଁ। ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜ ସୌନ୍ଦର୍ଯ୍ୟର ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଏଭଳି ସୌନ୍ଦର୍ଯ୍ୟ ଓ ସୁଢ଼ଳ ଶରୀର ପାଇଁ ସେ ଜୀବନସାରା ଏକ ଶୃଙ୍ଖଳିତ ଖାଦ୍ୟାଭାସକୁ ଅନୁସରଣ କରନ୍ତି ବୋଲି ପ୍ରକାଶ କରିଛନ୍ତି।

ରବୀନା କହିଛନ୍ତି, ତାଙ୍କୁ ପ୍ରତି ୨ ଘଣ୍ଟାରେ ଭୋକ ଲାଗେ। କିନ୍ତୁ ଏହି ଭୋକ ସମୟରେ ସେ କିଛି ସ୍ବାସ୍ଥ୍ୟକର ଓ ହାଲ୍‌କା ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରନ୍ତି। ତେଲଭାଜି ଓ ମିଠା ସେ ବିଲ୍‌କୁଲ ଖାଆନ୍ତି ନାହିଁ। ସେ ନବେ ଦଶକରୁ ମଖାନା ଖାଇ ଆସୁଛନ୍ତି। ଅଳ୍ପ ଭୋକ ସମୟରେ ସେ ସେକା ହୋଇଥିବା ମଖାନାକୁ ସ୍ନାକ୍ସ ଭାବେ ଖାଇଥା’ନ୍ତି।  ଚା’ ସହ ସଂଧ୍ୟା ସମୟରେ ଏଣୁତେଣୁ ଖାଇବା ଅପେକ୍ଷା ସେ ସେକା ହୋଇଥିବା ମଖାନା ଖାଇବାକୁ ପସନ୍ଦ କରନ୍ତି। 

ମଖାନା ହେଉଛି ପୁଷ୍ଟିସାର, ଶ୍ବେତସାର, ଫାଇବର, ପଟାସିଅମ୍, ଆଇରନ୍ ଓ ଜିଙ୍କ୍‌ର ଏକ ଉତ୍ତମ ଉତ୍ସ। ଏହାଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍‌ ଓ ଆମିନୋ ଏସିଡ୍ ମଧ୍ୟ ଭରପୂର ପରିମାଣରେ ରହିଥାଏ, ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିଥାଏ। ମଖାନାରେ ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ରହିଛି। ଏହା ଫାଇବର୍‌ରେ ଭରପୂର ହୋଇଥାଏ, ଯାହା ହଜମ ଶକ୍ତି ବୃଦ୍ଧି କରିବାରେ ଓ ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe