ବିଧାୟକଙ୍କ ବଡ଼ପଣ: ୪ ମାସ ପରେ ମାଆ କୋଳକୁ ଫେରିଲା ନିଖୋଜ ହୋଇଥିବା ୧୨ ବର୍ଷର ଝିଅ

Advertisment
ବିଧାୟକଙ୍କ ବଡ଼ପଣ: ୪ ମାସ ପରେ ମାଆ କୋଳକୁ ଫେରିଲା ନିଖୋଜ ହୋଇଥିବା ୧୨ ବର୍ଷର ଝିଅ

www.newindianexpress.com

 ନୂଆଦିଲ୍ଲୀ: ନିଜର ଉଦାରତା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ରାଘବ ଚଢ଼ା। ଚାରି ମାସ ଧରି ନିଖୋଜ ହେବା ପରେ ବିଧାୟକଙ୍କ ଚେଷ୍ଟା ଯୋଗୁ ଜଣେ ୧୨ ବର୍ଷର ଝିଅ ସହ ତା’ ପରିବାର ଲୋକଙ୍କ ସହ ଗତ ସପ୍ତାହରେ ସାକ୍ଷାତ୍‌ ହୋଇଛି। ମେ’ର ପ୍ରଥମ ସପ୍ତାହରୁ ନିଖୋଜ ଥିବା ପିଲାଟିକୁ ପାଇବାର ଆଶା ଗତ ଜୁଲାଇ ମାସରୁ ହରାଇ ସାରିଥିଲେ ମାଆ ସୋମବତୀ। ନିଜର ଝିଅ ନିଖୋଜ ହେବା କଥା ସୋମବତୀ ପୁଲିସ୍‌ରେ ଜଣାଇଥିଲେ ମଧ୍ୟ ପୁଲିସ୍‌ ତରଫରୁ ତାଙ୍କୁ କୌଣସି ସହାଯ୍ୟ ମିଳିନଥିଲା। ସେହି ସମୟରେ ସୋମବତୀଙ୍କୁ ଜଣେ ସ୍ଥାନୀୟ ବ୍ୟକ୍ତି ବିଧାୟକଙ୍କ ଅଫିସ୍‌ରେ ଯାଇ ସାହାଯ୍ୟ ମାଗିବାକୁ ପରାମର୍ଶ ଦେଲେ। ସୋମବତୀ ସେଇଆ କରିଲେ। ଶେଷରେ ସେ ଯେଉଁ ଆଶା ନେଇ ବିଧାୟକଙ୍କ ନିକଟକୁ ଯାଇଥିଲେ ତାହା ପୂରଣ ହୋଇଛି। ରାଘବ ଚଢ଼ାଙ୍କ ପ୍ରଚେଷ୍ଟାରୁ ତାଙ୍କ ଝିଅ ତାଙ୍କୁ ପୁଣି ମିଳିଛି।

publive-image
Wikipedia

ତ‌ାଙ୍କ କହିବା କଥା ହେଲା ତାଙ୍କ ଝିଅ ସଂଧ୍ୟାରେ ଖେଳିବାକୁ ଯାଇଥିଲା। ଝିଅଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫରେିବାରୁ ଚିନ୍ତିତ ହୋଇଥିଲେ ପରିବାର ଲୋକେ। ପରଦିନ ଝିଅଟିର ଏକ ଫଟୋ ସହ ପ୍ରମାଣପତ୍ର ଧରି ପରିବାର ଲୋକ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଥିଲେ। ମେ’ରୁ ଜଲାଇ ପର୍ଯ୍ୟନ୍ତ ପୁଲିସ୍‌ କିଛି କାର୍ଯ୍ୟ ନକରିବାକୁ ଜୁଲାଇରେ ଝିଅଟିର ମାଆ ବିଧାୟକଙ୍କୁ ଭେଟି ତାଙ୍କ ସମସ୍ୟା କହିଥିଲେ। ଫଳରେ ଚାଢ଼ାଙ୍କ ସହ କାର୍ଯ୍ୟ କରୁଥିବା ତଦନ୍ତକାରୀ ପାୟଲ ସାର୍କ ଏହି ମାମଲାର ପ୍ରକ୍ରିୟାକୁ ଶୀଘ୍ର ତ୍ବରାନ୍ବିତ କରି ଝିଅଟିକୁ ଖୋଜି ପାଇବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe