କିଏ ସେହି ବାନ୍ଧବୀ? ଯାହାଙ୍କ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି ରାହୁଲ

Advertisment
କିଏ ସେହି ବାନ୍ଧବୀ? ଯାହାଙ୍କ ପାଇଁ ବିବାଦୀୟ ହୋଇପଡ଼ିଛନ୍ତି ରାହୁଲ

ନୂଆଦିଲ୍ଲୀ: ବିଦେଶୀ ନାଇଟ୍‌କ୍ଲବ୍‌ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପାର୍ଟି କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ‘ବିଜେପି’ ତାଙ୍କୁ ତୀବ୍ର ସମାଲୋଚନା କରିଛି। ସମ୍ପ୍ରତି ଉକ୍ତ ଭିଡିଓ କ୍ଲିପ୍‌ଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଚାଲିଛି। ତେବେ ହଠାତ୍ ଏଭଳି ନାଇଟ୍‌କ୍ଲବ୍‌ରେ ରାହୁଲ ଗାନ୍ଧୀ ନଜର ଆସିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ନିଜର ନେପାଳୀ ବାନ୍ଧବୀ ସୁମନିମା ଉଦାସଙ୍କ ବିବାହରେ ଯୋଗ ଦେବା ପାଇଁ ରାହୁଲ କାଠମାଣ୍ଡୁ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ସୁମନିମାଙ୍କ ପିତା ତଥା ମିଆଁମାରରେ ନେପାଳର ପୂର୍ବତନ ରାଷ୍ଟ୍ରଦୂତ ଭୀମ ଉଦାସ କହିଛନ୍ତି ଯେ, ମୋ ଝିଅର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ଆମନ୍ତ୍ରଣ କରିଥିଲୁ। ଆଜି  ବିବାହ ହେବା ସହ ବିବାହ ଭୋଜି ମେ’ ୫ରେ ଅନୁଷ୍ଠିତ ହେବ।

 indiatoday

ସୁମନିମା କିଏ?

ସୁମନିମା ଉଦାସ ଆମେରିକାର ଲି ୟୁନିଭରସିଟିରୁ ସାମ୍ବାଦିକତାରେ ଡିଗ୍ରି ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ମାଷ୍ଟର ଡିଗ୍ରି  ହାସଲ କରିଛନ୍ତି। ସେ ସିଏନଏନର ଆନ୍ତର୍ଜାତୀୟ ସମ୍ବାଦଦାତା ଭାବରେ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ରାଜନୀତି, ଅର୍ଥନୈତିକ-ସାମାଜିକ, ପରିବେଶ ଏବଂ ସାଧାରଣ ପ୍ରସଙ୍ଗ ଉପରେ ସେ ରି‌ପୋର୍ଟିଂ କରିଥିବା ବେଳେ 'ଦିଲ୍ଲୀ ଗଣଦୁଷ୍କର୍ମ' ମାମଲାର ମଧ୍ୟ ରିପୋର୍ଟ କରିଥିଲେ । ୨୦୧୪ ମସିହାରେ ଭାରତରେ ହୋଇଥିବା ଥିବା ସାଧାରଣ ନିର୍ବାଚନ ସମୟରେ ବି ସିଏନଏନର ସମ୍ବାଦଦାତା ଭାବରେ କାର୍ଯ୍ୟ କରୁଥିଲେ ଉଦାସ। ବର୍ତ୍ତମାନ ସୁମନିମା ଲୁମ୍ବିନି ସଂଗ୍ରହାଳୟର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଥିବା ଜଣାପଡ଼ିଛି। ତେବେ ସାମ୍ବାଦିକା ଭାବରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସିଏନ୍ଏନ୍ ୱେବସାଇଟରେ ଥିବା ତାଙ୍କ ପ୍ରୋଫାଇଲ୍ ଅନୁଯାୟୀ, ଲିଙ୍ଗ ସମାନତା ଅଥବା ଲିଙ୍ଗଭେଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ରିପୋର୍ଟିଂ ପାଇଁ ଉଦାସଙ୍କୁ ମାର୍ଚ୍ଚ ୨୦୧୪ ରେ ‘ଜର୍ଣ୍ଣାଲିଷ୍ଟ ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ଭାରତୀୟ ଗ୍ରାମାଞ୍ଚଳରେ ଦାସତ୍ୱ ବିଷୟରେ ରିପୋର୍ଟିଂ କରି ୨୦୧୨ରେ ସେ ସମ୍ମାନଜନକ ସିନେ ଗୋଲ୍ଡେନ୍ ଇଗଲ୍ ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe