ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଟ୍ବିଟ୍‌ ପୋ‌ଷ୍ଟ୍‌ କରି ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଓ ପ୍ରିୟଙ୍କା

Advertisment
ପ୍ରିୟଙ୍କା ଗାନ୍ଧୀଙ୍କ ପତ୍ନୀଙ୍କ ନାମ ରବର୍ଟ ଭଦ୍ରା !

Breaking News at Headline English

ନୂଆଦିଲ୍ଲୀ: ଆଜି ରକ୍ଷା ବନ୍ଧନ। ସାରା ଦେଶରେ ପାଳିତ ହେଉଛି ଭାଇଭଉଣୀଙ୍କର ଏହି ପବିତ୍ର ପର୍ବ। ରକ୍ଷା ବନ୍ଧନ ଉପଲକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ୍‌ କରି ଟ୍ବିଟ୍‌ କରିଛନ୍ତି।

ଫଟୋରେ ରାହୁଲ ଓ ପ୍ରିୟଙ୍କା ଉଭୟ ଉଭୟଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ଟ୍ବିଟର୍‌‌ରେ ଫଟୋ ସେୟାର କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା।’

ରାହୁଲଙ୍କର ଏହି ଟ୍ବିଟ୍‌ର ପୋଷ୍ଟ୍‌କୁ ମାତ୍ର ୪୦ ମିନିଟ୍‌ରେ ୧୮ ହଜାରରୁ ଊର୍ଧ୍ବ ଲାଇକ୍‌ ମିଳି ସାରିଲାଣି। କେବଳ ରାହୁଲ ନୁହେଁ, ପ୍ରିୟଙ୍କା ବି ରାହୁଲଙ୍କ ସହ ତାଙ୍କର ଏକ ଫଟୋକୁ ଟ୍ବିଟର୍‌‌ରେ ସେୟାର୍‌ କରି ରକ୍ଷା ବନ୍ଧନର ଶୁଭେଚ୍ଛା ଦେଇଛନ୍ତି।

ପ୍ରିୟଙ୍କା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ପ୍ରତ୍ୟେକ ସୁଖ, ଦୁଃଖରେ ସାଥି ହୋଇ ରହି ମୁଁ ମୋ ଭାଇଠାରୁ ସତ୍ୟ, ଧର୍ମ ଓ ନ୍ୟାୟ ଶିଖିଛି। ଏପରି ଏକ ଭାଇ ମିଳିଥିବାରୁ ମୁଁ ଗର୍ବିତ। ସମସ୍ତ ଦେଶବାସୀଙ୍କୁ ପବିତ୍ର ପର୍ବ ରକ୍ଷା ବନ୍ଧନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe