ମେ’ ମାସରେ ଗ୍ରୀଷ୍ମଲହରି ବଦଳରେ ବର୍ଷାବିତ୍ପାତ

ପ୍ରତି ବର୍ଷ ମେ’ ମାସରେ ସାରା ଭାରତରେ ସ୍ବାଭାବିକ ଭାବରେ ପାରଦ ସ୍ତର ବୃଦ୍ଧି ସହିତ ଗ୍ରୀଷ୍ଣ ଲହରି ମଧ୍ୟ ପରିଲକ୍ଷିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ମେ’ ମାସ ଆଶ୍ଚର୍ଯ୍ୟଜନକ ଭାବରେ ବିପରୀତ ଅନୁଭବ ଆଣିଥିଲା।

HeavyRain

HeavyRain Photograph: (sambad.in )

ପ୍ରତି ବର୍ଷ ମେ’ ମାସରେ ସାରା ଭାରତରେ ସ୍ବାଭାବିକ ଭାବରେ ପାରଦ ସ୍ତର ବୃଦ୍ଧି ସହିତ ଗ୍ରୀଷ୍ଣ ଲହରି ମଧ୍ୟ ପରିଲକ୍ଷିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ମେ’ ମାସ ଆଶ୍ଚର୍ଯ୍ୟଜନକ ଭାବରେ ବିପରୀତ ଅନୁଭବ ଆଣିଥିଲା। ଅବଶ୍ୟ ଉକ୍ତ ମିଶ୍ର ଅନୁଭୂତିକୁ ବସନ୍ତଋତୁ କହିବା ଅତିରଞ୍ଜନ ହୋଇପାରେ, ମାତ୍ର ଦେଶର ବିସ୍ତୃତ ଅଞ୍ଚଳରେ ନିରନ୍ତର ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ମେ’ ମାସ ପୂର୍ବ ବର୍ଷମାନଙ୍କ ତୁଳନାରେ ଆର୍ଦ୍ର ରହିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁରେ ପୂର୍ବ ତୁଳନାରେ ବାରମ୍ବାର ବିଶୃଙ୍ଖଳାର ଫଳାଫଳ ସ୍ବରୂପ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ଗତ ମାସରେ ପାଞ୍ଚରୁ ସାତଟି ପଶ୍ଚିମୀ ବିଶୃଙ୍ଖଳା ରେକର୍ଡ କରାଯାଇଥିଲା, ଯାହା ସାଧାରଣଠାରୁ ଯଥେଷ୍ଟ ଅଧିକ। ଉଲ୍ଲେଖଯୋଗ୍ୟ, ପଶ୍ଚିମୀ ବିଶୃଙ୍ଖଳା ହେଉଛି ଭୂମଧ୍ୟସାଗରୀୟ ଅଞ୍ଚଳ ଉପରେ ଉତ୍ପନ୍ନ ଅତିରିକ୍ତ ଉଷ୍ଣକ୍ରାନ୍ତିମଣ୍ଡଳୀୟ ଝଡ଼, ଯାହା ସାଧାରଣତଃ ଶୀତକାଳରେ ମହାଦେଶର ଉତ୍ତର-ପଶ୍ଚିମ ଅଂଶରେ ଶୀତକାଳୀନ ବର୍ଷା ଆଣେ। ଆଇଏମ୍‌ଡିର ସୂଚନାନୁଯାୟୀ, ଚଳିତ ବର୍ଷ ମେ’ ମାସରେ ପଶ୍ଚିମୀ ବିଶୃଙ୍ଖଳାର ଜାରି ରହିଥିବା ଅପ୍ରତ୍ୟାଶିତ କାର୍ଯ୍ୟକଳାପ ଭାରତର ଅଧିକାଂଶ ଅଞ୍ଚଳରେ ଧୂଳି ଝଡ଼, ବଜ୍ରପାତ ଏବଂ ଅଣମୌସୁମି ବର୍ଷା ସୃଷ୍ଟି କରିଛି। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ୧୯୦୧ ପରଠାରୁ ସବୁଠାରୁ ଅଧିକ ବର୍ଷା ହୋଇଥିବା ମେ’ ମାସ ରେକର୍ଡ କରାଯାଇଛି। ଏପରିକି ପାରମ୍ପରିକ ଶୁଷ୍କ ଅଞ୍ଚଳ ଭାବେ ବିବେଚିତ ମହାରାଷ୍ଟ୍ରର ମରାଠାୱାଡ଼ା ଓ ଉତ୍ତର କର୍ଣ୍ଣାଟକର କିଛି ଅଂଶରେ ମଧ୍ୟ ଗତ ମେ’ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆଶାତୀତ ବର୍ଷା ହୋଇଛି। ଯଦିଓ ବର୍ଷା ପ୍ରଚଣ୍ଡ ଗରମ ପ୍ରବାହରୁ କିଛି ଆଶ୍ୱସ୍ତି ଆଣିଛି, ତେବେ ଏହା କୃଷି ଉପରେ ବିପର୍ଯ୍ୟୟ ସୃଷ୍ଟି କରିଛି। ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜରାଟରେ ଏହା ବିପୁଳ ଫସଲ କ୍ଷତି ଆଣିବା ସହ ଉତ୍ତରପ୍ରଦେଶରେ ଆମ୍ବ ଚାଷୀମାନେ ପ୍ରମାଦ ଗଣୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe