ଏମିିତି ଏକ ଗାଁ’ ଯେଉଁଠି ଜାତୀୟ ସଂଗୀତ ବାଜିବା ମାତ୍ରେ ଯିଏ ଯେଉଁଠି ଥାଉ ନା କାହିଁକି କାମ ଛାଡି ସାବଧାନ ମୂଦ୍ରାରେ ହୋଇଯାଆନ୍ତି ଛିଡା!

ଜାତିସଂଘରେ ଭାରତର ଉଦ୍‌ବେଗ

ଛତିଶଗଡ଼ ଜିଲ୍ଲାର ରାୟପୁରରୁ ପାଖାପାଖି ୬୦ କିମି ଦୂରରେ ଅବସ୍ଥିତ ଗରିୟାବନ୍ଦ ଜିଲ୍ଲାର ଶ୍ୟାମ ନଗର ଗାଁରୁ ଦେଶପ୍ରେମର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳେ। ଏହି ଗାଁରେ ନିୟମପୂର୍ବକ ସକାଳ ୮.୫୯ରେ ଜାତୀୟ ସଂଗୀତ ବାଜେ। ଏଥିପାଇଁ ଗ୍ରାମର ବିଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର ଲଗାଯାଇଛି। ପୂର୍ବରୁ ସୂଚନା ଦେଇକି ଲୋକଙ୍କୁ ସଚେତନ କରାଯାଏ। ତା’ପରେ ବାଜି ଉଠେ ଜାତୀୟ ସଂଗୀତ। ଜାତୀୟ ସଂଗୀତ ବାଜିବା ମାତ୍ରେ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଯିଏ ଯେଉଁଠି ଥାଆନ୍ତି, ସେଇଠି ସାବଧାନ ମୁଦ୍ରାରେ ଛିଡା ହୋଇଯାଆନ୍ତି ଓ ସମର୍ପଣ ଭାବ ରଖି ଜାତୀୟ ସଂଗୀତ ଗାନ କରନ୍ତି। କେବଳ ଗାଁ ନୁହେଁ, ଦୂର-ଦୂରାନ୍ତ ପର୍ଯ୍ୟନ୍ତ ଯେଉଁ ସ୍ଥାନକୁ ସ୍ୱର ଶୁଭେ, ଶୁଣୁଥିବା ବ୍ୟକ୍ତି ରାଷ୍ଟ୍ରଗୀତର ସମ୍ମାନରେ ସାବଧାନ ମୁଦ୍ରାରେ ରହିଯାଆନ୍ତି।

publive-image

ଏହା ଏବେ ଲୋକମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଜାତୀୟ ସଂଗୀତ ବାଜିବା ମାତ୍ରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ନିଜ କାମ ଛାଡି ସାବଧାନ ସ୍ଥିତିରେ ଛିଡା ହୋଇଯାଆନ୍ତି, ପୁରା ୫୨ସେକେଣ୍ଡ। ଯେପର୍ଯ୍ୟନ୍ତ ଜାତୀୟ ସଂଗୀତ ବାଜୁଥାଏ, ସେପର୍ଯ୍ୟନ୍ତ ସମସ୍ତଙ୍କ ମୁଣ୍ଡ ଓ ଛାତି ଦେଶ ପ୍ରତି ଗର୍ବ ଭରି ସମ୍ମାନରେ ଥାଏ।

ଏହି ଗାଁର ଲୋକମାନେ ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରି ଗ୍ରାମର ବିଭିନ୍ନ ସ୍ଥାନରେ ୨୦ଟି ଲାଉଡସ୍ପିକର ଲଗାଇଛନ୍ତି। ଲାଉଡସ୍ପିକରର କଣ୍ଟ୍ରୋଲ ରୁମ୍‌ ହେଉଛି ପଞ୍ଚାୟତ ଭବନ। ସର୍ବପ୍ରଥମେ ଏହି ସ୍ଥାନରୁ ଜାତୀୟ ସଂଗୀତ ବଜାଇବାର ସୂଚନା ପ୍ରସାରିତ ହୁଏ। ପ୍ରଥମେ ସୂଚନା ଦିଆଯାଏ କି, ଦୟାକରି ଯିଏ ଯେଉଁଠି ଅଛନ୍ତି, ସାବଧାନ ମୁଦ୍ରାରେ ଛିଡା ହୋଇଯାଆନ୍ତୁ। ଏହା ପରେ ବାଜି ଉଠେ ଜନ-ଗଣ-ମନ....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe