ମୃତ୍ୟୁକୁ ପୁରିଲାଣି ୬ମାସ, ହେଲେ ପରିବାରକୁ ମିଳିନି ଶବ; ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଝିଅ

Advertisment
ମୃତ୍ୟୁକୁ ପୁରିଲାଣି ୬ମାସ, ହେଲେ ପରିବାରକୁ ମିଳିନି ଶବ; ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଝିଅ

ଜୟପୁର: ମୃତ୍ୟୁକୁ ପୁରିଲାଣି ୬ମାସ। ହେଲେ ପରିବାରକୁ ମିଳିନି ଶବ। ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଝିଅ। ରାଜସ୍ଥାନର ଉଦୟପୁର ଜିଲ୍ଲାର ଆଦିବାସୀ ୧୯ବର୍ଷୀୟ ଉର୍ବଶୀ ଏବେ ଅସହାୟ। ବାପାଙ୍କ ମୃତ୍ୟୁ ଖବର ମିଳିଥିଲେ ବି ତାଙ୍କୁ ଧରି କାନ୍ଦିବାର ସୁଯୋଗ ଏଯାଏଁ ମିଳିପାରିନାହିଁ। କାନ୍ଦି କାନ୍ଦି ଲୁହ ଶୁଖିଥିଲେ ବି ୬ମାସ ହେଲାଣି ମିଳିପାରୁନି ଶବ।

ମୃତ ପିତାଙ୍କ ନାଁ ହିତେନ୍ଦ୍ର ଗରାସିଆ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଜୁଲାଇ ୧୭,୨୦୨୧ ରେ ହୋଇଥିଲା। ମୃତ୍ୟୁର ଏକ ମାସ ପରେ ପରିବାର ସଦସ୍ୟ ହିତେନ୍ଦ୍ର ଗରାସିଆଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ। ସେବେଠାରୁ ପୀଡିତାଙ୍କ ପରିବାର ହିତେନ୍ଦ୍ରଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ନିବେଦନ କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳିପାରିନାହିଁ। ଏବେ ଅସହାୟ ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ନ୍ୟାୟ ପାଇଁ ନିବେଦନ କରିଛନ୍ତି।

publive-image navbharattimes

ତେବେ ଏହା ପୂର୍ବରୁ ପୀଡିତାଙ୍କ ପରିବାର ମୃତଦେହକୁ ଭାରତ ଆଣିବା ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ଡିସେମ୍ବର ୧୫ରେ ହୋଇଥିବା ଶୁଣାଣି ସମୟରେ ଭାରତ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ରାଜସ୍ଥାନ ହାଇକୋର୍ଟରେ କହିଥିଲେ ଯେ ମୃତ ହିତେନ୍ଦ୍ର ଗରାସିଆଙ୍କ ମୃତଦେହର ଫରେନସିକ୍ ଟେଷ୍ଟ କରାଯାଇ ନାହିଁ। ମୃତଦେହର ଫରେନସିକ୍ ଟେଷ୍ଟ ପାଇଁ ଋଷରେ ରଖାଯାଇଛି। ତେବେ ଡିସେମ୍ବର ୧୫, ୨୦୨୧ରେ ରାଜସ୍ଥାନ ହାଇକୋର୍ଟ ରୁଷ ସରକାରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ହିତେନ୍ଦ୍ରଙ୍କ ମୃତଦେହକୁ କବର ନଦେବାକୁ ପାଇଁ ବାରଣ କରିଥିଲେ। ହେଲେ କିଛି ଦିନ ପରେ, ଜାଣିବାକୁ ମିଳିଥିଲା ଯେ ଡିସେମ୍ବର ୩, ୨୦୨୧ରେ ରୁଷ ସରକାର ହିତେନ୍ଦ୍ରଙ୍କ ମୃତଦେହକୁ କବର ଦେଇସାରିଥିଲେ। ଏହା ଜଣାପଡ଼ିବା ପ‌ରେ ଏବେ କବରରୁ ପିତାଙ୍କୁ ଭାରତ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଉର୍ବଶୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe